Home

ରାଖୀରେ ଭାଇ ସୁଶାନ୍ତଙ୍କୁ ମନେ ପକାଇଲେ ଶ୍ୱେତା, ମେସେଜ ଦେଖିଲେ ଓଦା ହୋଇଯିବ ଆଖି…

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୩୦ରେ ରକ୍ଷାବନ୍ଧନ ପର୍ବ ସାରା ଦେଶରେ ପାଳନ କରାଯାଉଛି। ଫିଲ୍ମ ଷ୍ଟାରଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସୋସିଆଲ ମିଡିଆରେ ଭଉଣୀ ଏବଂ ଭାଇମାନଙ୍କ ଫଟୋ ଶେୟାର କରୁଛନ୍ତି। ଏହି ସମୟରେ ବଲିଉଡ୍‌ର ଦିବଂଗତ ଅଭିନେତା…

ଆସୁଛି ବଡ଼ ବିପର୍ଯ୍ୟୟ

ଓ୍ବାଶିଂଟନ,୩୦ା୮: ସମ୍ଭାବ୍ୟ ଝଡ଼ ‘ଇଡାଲିଆ’ ଫ୍ଲୋରିଡ଼ାଠାରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ବିପଦପୂର୍ଣ୍ଣ ବର୍ଗ-୪କୁ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ବହିବା ସହ ଫ୍ଲୋରିଡାର ପଶ୍ଚିମ କୂଳରେ ବିପର୍ଯ୍ୟୟ…

ଏକ ଲକ୍ଷ ବର୍ଷ ଯାଏଁ ଚନ୍ଦ୍ରପୃଷ୍ଠରେ ରହିପାରିବେ ୮୦୦କୋଟି ଲୋକ, “ରେଗୋଲିଥ”ରୁ ମିଳିପାରେ ୬୩୦କି.ଗ୍ରା ଅମ୍ଲଜାନ

ଓ୍ବାଶିଂଟନ୍‌,୩୦।୮: ଚନ୍ଦ୍ରାବତରଣ କରିଛି ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ୭ଦିନ ପରେ ଖୁସି ଖବର ଦେଇଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା। ଚନ୍ଦ୍ରର ଦକ୍ଷିଣ ମେରୁରେ ଅମ୍ଲଜାନ ଥିବା ନେଇ ସ୍ପଷ୍ଟ କରିଛି ପ୍ରଜ୍ଞା। ଏଥିସହ…

ମସ୍କୋ ଉପରେ ସବୁଠୁ ବଡ଼ ଡ୍ରୋନ୍‌ ଆକ୍ରମଣ କଲା ୟୁକ୍ରେନ

କିଭ୍‌,୩୦ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ମାସ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଏହି ଯୁଦ୍ଧ ମଧ୍ୟରେ ରୁଷିଆ ବର୍ତ୍ତମାନ ୟୁକ୍ରେନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ରୁଷିଆ କହିଛି, ୟୁକ୍ରେନ ରୁଷିଆ ଉପରେ ସବୁଠୁ…

ପାକିସ୍ତାନରେ ସବୁ ମ୍ୟାଚ୍‌ ଖେଳା ଯାଇଥିଲେ ଭଲ ହୋଇଥାନ୍ତା: ବାବର ଆଜମ

କଲମ୍ବୋ,୩୦।୮: ଏସିଆ କପ୍‌ର ସମସ୍ତ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ ହୋଇଥିଲେ ଭଲ ହୋଇଥାନ୍ତା। ନେପାଳ ସହ ଉଦ୍‌ଘାଟନ ମ୍ୟାଚ୍‌ ପୂର୍ବରୁ କିଛି ଏଭଳି କହିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ ଏସିଆ କପ୍‌ ଆୟୋଜନର ଅଧିକାର…

ଶାଢ଼ି ପିନ୍ଧି ସ୍କେଟିଂ କଲେ କୁନି ଝିଅ, ଭିଡିଓ ଦେଖିଲେ…

କେରଳରେ ଓନମ ପର୍ବ ପାଳନ କରାଯାଇଥିଲା। ଏହି ପର୍ବରେ ମହିଳାମାନେ ପ୍ରାୟତଃ ସେମାନଙ୍କର ପ୍ରିୟ ପୋଷାକ ‘କସାବୁ’ ଶାଢ଼ି ପିନ୍ଧନ୍ତି। ଏହି ଅବସରରେ ଏକ କୁନି ଝିଅ କାସବୁ ଶାଢ଼ି ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ। ଏବେ ତାଙ୍କ ଭିଡିଓ ସୋସିଆଲ…

କଶ୍ମୀରରେ ହେବ ମିସ୍‌ ଓ୍ବାଲର୍‌ଡ ୨୦୨୩ ପ୍ରତିଯୋଗିତା

ଶ୍ରୀନଗର,୩୦।୮: ୭୧ତମ ମିସ୍‌ ଓ୍ବାଲର୍‌ଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା…

ମହାକାଶରେ ଦିନ-ରାତି କିପରି ଜାଣନ୍ତି ମହାକାଶଚାରୀ, ୨୪ ଘଣ୍ଟାରେ ଦେଖନ୍ତି ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

ପୃଥିବୀରେ ଦିନ ରାତି କିପରି ହୁଏ ଏବିଷୟରେ ନିଶ୍ଚେ ଅବଗତ ଥିବେ। ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ଦିନ ରାତି କିପରି ହୁଏ। ଆଉ ମହାକାଶଚାରୀମାନେ ଏବିଷୟରେ କିପରି ଜାଣନ୍ତି। ମହାକାଶରେ ମାଇକ୍ରୋଗ୍ରାଭିଟି ବିଷୟରେ…

ଯବାନଙ୍କ ହାତରେ ରାଖୀ ବାନ୍ଧିଲେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ

ମାଲକାନଗିରି,୩୦ା୮(ନୃସିଂହ ଚରଣ ମହାନ୍ତି): ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ଆଜି ଦିନରେ ଭାଇ ଚାହିଁ ରହିଥାନ୍ତି। କିନ୍ତୁ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ଯେଉଁ ଯବାନ ଭାଇ କର୍ତ୍ତବ୍ୟରତ ସେହି ଯବାନଙ୍କ ଭଉଣୀ ଭାଇଙ୍କୁ ଅନାଇ ଲୁହ ଗଡ଼ାଉଥିବା ବେଳେ…

ଇଶା କହିଲେ ‘ମୋ ବାପା ବହୁତ ରୋମାଣ୍ଟିକ୍‌’

ବମ୍ବେ: ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର କାହାଣୀ ଯେତିକି ନୁହେଁ, ତା’ଠୁ ଅଧିକ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ। ଏହାକୁ ନେଇ ହେମାମାଳିନୀଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାର ନିଜ ପ୍ରତିକ୍ରିୟା…

ଗୃହଲକ୍ଷୀ ଯୋଜନା ଲଞ୍ଚ୍‌ କଲେ ରାହୁଲ

ବେଙ୍ଗାଲୁରୁ,୩୦।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କର୍ନାଟକର ମୈସୁରରେ ଗୃହଲକ୍ଷୀ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପରିବାରର ମହିଳା ମୁଖ୍ୟ ମାସକୁ ୨,୦୦୦ ଟଙ୍କା ନଗଦ ସହାୟତା ପାଇବେ। ମୁଖ୍ୟ ଅତିଥି ଭାବରେ ଉଦ୍‌ଘାଟନୀ…

ରକ୍ଷାବନ୍ଧନରେ ଭାଇଙ୍କ ସହ ସୁଷମା ସ୍ବରାଜଙ୍କ ୬୮ ବର୍ଷ ପୁରୁଣା ଫଟୋ ଭାଇରାଲ

ନୂଆଦିଲ୍ଲୀ,୩୦।୮: ରକ୍ଷାବନ୍ଧନରେ ଦିବଂଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ପିଲାଦିନର ଏକ ଫଟୋ ସାମ୍ନାକୁ ଆସିଛି। ଏହାକୁ ଯେ କେହି ଦେଖୁଛି ଘଡ଼ିଏ ଅଟକି ଯାଉଛି। ୧୯୫୪ରେ ଫଟୋଟି ଏକ ଷ୍ଟୁଡିଓରେ ଉଠାଯାଇଥିବା ମନେ ହେଉଛି। କଳାଧଳା ଫଟୋରେ ସୁଷମା ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri