ଖାଦ୍ୟ, ପିଇବା ପାଣି ପାଇଁ ଡହଳବିକଳ

ଖୋର୍ଦ୍ଧା,୨୨ା୯(ପ୍ରଭାତ ପାଣିଗ୍ରାହୀ): ହୀରାକୁଦର ୨୪ଟି ଗେଟ୍‌ ଖୋଲିବା ପରେ ମହାନଦୀ ଫୁଲୁଛି। ଏହାର ଶାଖା ନଦୀ ରାଜୁଆର ପଛୁଆଜଳ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ପ୍ରବେଶ କରିବାରୁ ୧୦ଟି ଗ୍ରାମର ଚାଷଜମି ଜଳମଗ୍ନ ହୋଇଛି। ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଗାଁରେ ଏବେ ବନ୍ୟାଜଳ ପ୍ରବେଶ କରିଛି। ହିରିମୂଳ ରାସ୍ତାରେ ୫ଫୁଟ ଉଚ୍ଚର ପାଣି ଚାଲିଥିବାବେଳେ ଚାଷଜମିରେ ୮ ଫୁଟର ପାଣି ଜମିଛି। ବୁଧବାର ବିଳମ୍ବିତ ରାତିରୁ ଏହି ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ହିରିମୂଳ-ଡିହଖଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏକର ଏକର ଚାଷଜମିରେ ପାଣି ମାଡ଼ିଯାଇଛି। ଫଳରେ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ସବୁଆଡ଼େ ଖାଲି ପାଣି ଆଉ ପାଣି। ଏବେ ଦୁଇଦିନ ଲଘୁଚାପ ବର୍ଷାରେ ହିରିମୂଳ ଗାଁରେ ପାଣି ପଶିଛି। ଘରଠୁ ବାହାର ସବୁଠି ପାଣି ଉଛୁଳୁଛି। ପ୍ରଶାସନ ପକ୍ଷରୁ ଡଙ୍ଗା ବ୍ୟବସ୍ଥା କରାଯାଇଛି। ତେବେ ଯାତାୟାତ ଲାଗି ଏହା ପର୍ଯ୍ୟାପ୍ତ ହେଉନି। ଫଳରେ ଲୋକେ ବାଧ୍ୟହୋଇ ଅଣ୍ଟାଏ ପାଣିରେ ପଶି ଯାତାୟାତ କରୁଛନ୍ତି। ଏଭଳି ସ୍ଥିତିରେ ଖାଦ୍ୟ ଓ ପାନୀୟଜଳ ସମସ୍ୟା ଦେଖାଦେଇଛି। ପାଣି ଟ୍ୟାଙ୍କର ଗାଁ ମୁଣ୍ଡକୁ ଆସିପାରୁନାହିଁ। ଫଳରେ ପାଣିରେ ପଶି ୨କିମି ଚାଲି ଚାଲି ଯିବାକୁ ପଡୁଛି।
ଘରେ ବେଙ୍ଗ, ସାପ ବୁଲୁଛନ୍ତି
ଅନ୍ୟପଟେ ବନ୍ୟାଜଳରେ ହିଂସ୍ରଜନ୍ତୁଙ୍କ ପ୍ରାଦୁର୍ଭାବ ବଢିଛି। ଘର ଭିତରକୁ ବେଙ୍ଗ, ସାପ ପ୍ରଭୃତି ଭାସି ଆସୁଛନ୍ତି। ଘର ଭିତରେ ପାଣି ଜମିିଛି। ଏହି ବନ୍ୟାଜଳରେ ଅଳିଆ, ଆବର୍ଜନା ମଧ୍ୟ ଭାସି ଆସୁଛି। ଫଳରେ ଅପରିଷ୍କାର ସହ ଦୁର୍ଗନ୍ଧରେ ଘରେ ରହିହେଉନି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।
ଦେହହାତ କୁଣ୍ଡାଇ ହେଉଛି
ବନ୍ୟାପାଣିରେ ଚଳାଚଳ କରିବା ଯୋଗୁ ପାଦ ପାଣିଖାଇ ଯାଉଥିବାବେଳେ ହାତଗୋଡ଼ ସବୁ କୁଣ୍ଡାଇ ହେଉଛି। ପରିସ୍ଥିତି ଅସମ୍ଭାଳ ହୋଇଗଲାଣି ବୋଲି ସପ୍ତାହେ ହେଲାଣି ଘରେ ଚୁଲି ଜଳିନି। ଗାଁ ଦାଣ୍ଡରେ ପାଣି। ସେହି ପାଣିରେ ସାପ ଅଛନ୍ତି। ଭୟରେ ଘରୁ ବାହାରି ହେଉନି କି ଘର ଭିତରେ ରହି ହେଉନି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଧବଳପୁର ଗ୍ରାମର ପ୍ରମିଳା ଖଣ୍ଡା, କୁନିଲତା ଖଣ୍ଡା ଓ ଭାନୁମତି ଭୂୟାଁ ପ୍ରମୁଖ କହିଛନ୍ତି। ସେହିପରି ହାଡ଼ିବନ୍ଧୁ କହିଛନ୍ତି, ଚାଷଜମି ଜଳମଗ୍ନ ହୋଇଥିବାରୁ ସବୁ ଫସଲ ଉଜୁଡ଼ିିଗଲା। କିପରି ବର୍ଷସାରା ପିଲାଙ୍କ ମୁହଁରେ ଦାନା ମୁଠାଏ ଦେବୁ ସେହି ଚିନ୍ତା ଘାରିଛି।
ଘରେ ପାଣି, ବସିବାକୁ ଜାଗା ନାହିଁ
ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧାଖାଦ୍ୟ ଆସିବାରେ ବିଳମ୍ବ ହେଉଛି। ବରିଷ୍ଠ ନାଗରିକ, ବୃଦ୍ଧାବୃଦ୍ଧ, ଗର୍ଭବତୀ, ଶିଶୁ ହଇରାଣ ହେଉଛନ୍ତି। ଶୁଖିଲା ଖାଦ୍ୟ ମୁଠାଏ ଲେଖାଏ ଖାଇ ଦାଣ୍ଡପିଣ୍ଡା ଓ ଛାତ ଉପରେ ପଡ଼ିରହିଛୁ ବୋଲି ଗ୍ରାମବାସୀ କୋହଭରା କଣ୍ଠରେ କହିଛନ୍ତି। ଗୁରୁବାର ଅପରାହ୍ନରେ ବର୍ଷା ହେବାରୁ ସ୍ଥାନୀୟ ନଦୀର ଜଳସ୍ତର ବଢିଛି। ଘରେ ପାଣି ପଶିଥିବାରୁ ଶୋଇବାକୁ କି ବସିବାକୁ ଜାଗା ନାହିଁ। ଖଟ ଓ ଚୌକି ଉପରେ ରାତି ବିତୁଛି। ୩ଦିନ ହେଲାଣି ଦିନରାତି ଏକାକାର ହୋଇଯାଇଛି। ବିଦ୍ୟୁତ୍‌ କାଟ ଅସହ୍ୟ କଲାଣି।
ଚାଷୀ ମୁଣ୍ଡରେ ଚଡ଼କ
ହିରୁମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର, ବଳପୁର, ଧବଳପୁର ପ୍ରଭୃତି ଗ୍ରାମରେ ବନ୍ୟାଜଳ ଲହଡ଼ି ମାରୁଛି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଏକର ଏକର ଚାଷଜମିରେ ବନ୍ୟାଜଳ ମାଡ଼ିଯାଇଛି। ଫଳରେ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛି। ଆଗକୁ କ’ଣ ଖାଇବେ, କିପରି ପରିବାର ଚଳାଇବେ, ଚାଷ ପାଇଁ କରିଥିବା ଧାରକରଜ କିପରି ଶୁଝିବେ, ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
ହୀନସ୍ତା ହେଉଛନ୍ତି ଗୋରୁ
ଗୁହାଳ ଘରେ ପାଣି ପଶିିଛି। ଗାଁ ସାରା ପାଣି ଜମିଛି। ତେଣୁ ଗୋରୁ ଚରିବୁଲି ଯାଇପାରୁନାହାନ୍ତି। ଖୁଣ୍ଟରେ ବନ୍ଧାହୋଇ ରହିଛନ୍ତି। ସେମାନଙ୍କୁ କେଉଁଠିକି ନେବୁ ଜାଣିପାରୁନୁ। ଯେତିକି ଗୋଖାଦ୍ୟ ଦିଆଯାଉଛି, ତାହା ପର୍ଯ୍ୟାପ୍ତ ନୁହେଁ। ଅନ୍ତତଃ ପକ୍ଷେ ମାସେ ପର୍ଯ୍ୟନ୍ତ ଗୋଖାଦ୍ୟ ଦିଆଯିବା ଆବଶ୍ୟକ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି।
ଗୁହାରି ଶୁଣିବାକୁ କେହି ନାହିଁ
୩ମାସ ଧରି ବହୁ କଷ୍ଟରେ ଧାନ ଓ ପରିବା ଚାଷ କରିଥିଲୁ। ଏବେ ତାହା ବନ୍ୟାପାଣିରେ ନଷ୍ଟ ହୋଇଯାଇଛି ବୋଲି କୋହଭରା କଣ୍ଠରେ କହିଛନ୍ତି ଗ୍ରାମବାସୀ। ସେହିପରି ମାନପୁର ଗ୍ରାମର କାଞ୍ଚନ ପାଇକରାୟ କହିଛନ୍ତି, ଘେରିବନ୍ଧ ନିର୍ମାଣ କରାଯାଇଥିଲେ, ଆମେ ଖରାଟିଆ ଫସଲ କରିଥାନ୍ତୁ। ବାରମ୍ବାର ଅଭିଯୋଗ କରି ଥକିଗଲୁଣି। ହେଲେ ଗୁହାରି ଶୁଣିବାକୁ କେହି ନାହାନ୍ତି। ଆଉ କେତେଦିନ ଏମିତି ବନ୍ୟା ଦୁର୍ଦ୍ଦଶା ଭୋଗିଲେ, ସରକାର ଆମ ଦୁଃଖ ବୁଝିବେ ବୋଲି କେତେଜଣ ଅଭିଯୋଗକାରୀ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି।
ସ୍ଥାୟୀ ପ୍ରତିକାର କରାଯାଉ
ହିରିମୂଳ, ଢିହଖଳା, ଶରଧାପୁର ଗ୍ରାମର କେତେଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି କହିଛନ୍ତି, ପିଲାବେଳୁ ବନ୍ୟା ପରିସ୍ଥିତି ଲାଗି ରହିଛି। ସ୍ଥାୟୀ ପ୍ରତିକାର ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଆମେ ସରକାରଙ୍କ ସାବତ ପୁଅ କି ବୋଲି ବନ୍ୟାବିପନ୍ନ ଗ୍ରାମବାସୀ ପ୍ରଶ୍ନ କରିବା ସହ ଆଉକେତେ ଦୁର୍ଦ୍ଦଶା ଭୋଗିଲେ ସରକାର ଆମ ଦୁଃଖ ବୁଝିବେ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?