ଶିକ୍ଷା, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା ପ୍ରସଙ୍ଗରେ ଶାସକ ଦଳକୁ ଘେରିବେ ବିରୋଧୀ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ବିଧାନସଭାର ମୌସୁମୀ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଣିବାକୁ ଯାଉଛନ୍ତି। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବାରୁ ଶାସକ ଦଳକୁ କେଉଁସବୁ ପ୍ରସଙ୍ଗରେ ଘେରିହେବ ସେନେଇ ବିଧିବଦ୍ଧ ଭାବେ ଶୁକ୍ରବାର ଭାଜପା ଓ କଂଗ୍ରେସ ରଣନୀତି ଚୂଡ଼ାନ୍ତ କରିବେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ଅପରାହ୍ନ ୧୨ଟା ୩୦ ମିନିଟ୍‌ରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗର ବିଫଳତା, ଶିକ୍ଷକମାନେ ଦୀର୍ଘଦିନ ଆନ୍ଦୋଳନରେ ବସୁଛନ୍ତି ଏହାର ସମାଧାନ କରିବାରେ ସରକାର ବିଫଳ, ରାଜ୍ୟରେ ସହର ଉନ୍ନତୀକରଣ ବିଭାଗ ମଧ୍ୟ ବିଫଳ ହୋଇଛି। ଭୁବନେଶ୍ୱର, କଟକଠାରୁ ଆରମ୍ଭକରି ସମ୍ବଲପୁର ଆଦି ସହରରେ ଅଳ୍ପ ଟିକେ ବର୍ଷା ହେଲେ ପାଣି ଘରେ ପଶୁଛି। ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜଶିଟ୍‌ ପ୍ରସଙ୍ଗ, ଆଇନଶୃଙ୍ଖଳା ପରିସ୍ଥିତି, ଚାଷୀଙ୍କ ସମସ୍ୟା, ରାଜ୍ୟରେ ବଢୁଥିବା ଦୁର୍ନୀତି ଆଦି ଘଟଣାକୁ ନେଇ ଶାସକ ଦଳକୁ ଘେରିବା ଲାଗି ଭାଜପା ଲକ୍ଷ୍ୟ ରଖିଛି ବୋଲି ଜୟନାରାୟଣ କହିଛନ୍ତି।
କଂଗ୍ରେସ କିନ୍ତୁ ଆସନ୍ତା ୨୪ରେ ବିଧାୟକ ଦଳ ବୈଠକ କରିବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଥିଲେ। ହେଲେ ଦଳ ଏହି ଧାର୍ଯ୍ୟ ସମୟକୁ ପରିବର୍ତ୍ତନକରି ଶୁକ୍ରବାର ସା ୬ଟା ୩୦ ମିନିଟ୍‌ରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା ଚାମ୍ବରରେ ବିଧାୟକ ଦଳ ବୈଠକ ବସିବ। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଯୋଗଦେବେ। ଶାସକ ଦଳକୁ ଟାର୍ଗେଟ ପାଇଁ ଯାହା ଲକ୍ଷ୍ୟ ରଖାଯାଇଛି, ସେ ସମ୍ପର୍କରେ ବିଧିବଦ୍ଧ ଭାବେ ବିଧାୟକ ଦଳ ବୈଠକରେ ସ୍ଥିର ହେବ। ସାଲୁଜା କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଚାଷୀଙ୍କ ସମସ୍ୟା ସମାଧାନରେ ସରକାର ସମ୍ପୂର୍ଣ୍ଣ ବିଫଳ। ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଲାଣି। ସରକାର ୫-ଟି ସ୍କୁଲ ନାଁରେ ହରିଲୁଟ୍‌ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତ କାରଣ ଜଣାଇବାରେ ସରକାର ବିଫଳ ହୋଇଛନ୍ତି। ଏହିସବୁ ପ୍ରସଙ୍ଗ ନେଇ ଟାର୍ଗେଟ କରାଯିବ ବୋଲି ସାଲୁଜା କହିଛନ୍ତି।
ଅନ୍ୟପଟେ ଶାସକ ଦଳ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିରୋଧୀଙ୍କୁ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରଣନୀତି ପ୍ରସ୍ତୁତ କରାଯିବ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀଙ୍କୁ ମୁକାବିଲା ନେଇ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହେବ। ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ। ବିରୋଧୀ କେତେବେଳେ କିଛି ପ୍ରସଙ୍ଗ ନ ପାଇ ଅଯଥା ଗଣ୍ଡଗୋଳ କରିବାକୁ ଚେଷ୍ଟା କରନ୍ତି। ଆମେ ଚାହୁଁଚୁ ସେମାନେ କିଛି ଯଥାର୍ଥ ପ୍ରସଙ୍ଗ ଗୃହରେ ଉପସ୍ଥାପନା କରନ୍ତୁ, ଶାସକ ଦଳ ତା’ର ଉତ୍ତର ରଖିବ ବୋଲି ପ୍ରଶାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?