ଲାଗିଲା ରେଡ୍‌ ଲାଇଟ୍‌ ସିଗ୍‌ନାଲ

ଢେଙ୍କାନାଳ,୨୨ା୯(ରତନ ନାୟାର):ଢେଙ୍କାନାଳ ଜିଲାର ବିଭିନ୍ନ ରାସ୍ତା ପାର୍‌ ହୋଇ ହାତୀ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯାଉଛନ୍ତି। ଏପରି କି ୫୫ନଂ. ଜାତୀୟ ରାଜପଥ ଉପରେ ମଧ୍ୟ ଅନେକ ସମୟରେ ହାତୀ ଠିଆ ହୋଇ ରହୁଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବା ସହ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାରିଯାନ ଧକ୍କାରେ ମଧ୍ୟ ହାତୀଙ୍କ ମୃତ୍ୟୁ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ତେଣୁ ରାସ୍ତା ପାର ହେଉଥିବା ହାତୀଙ୍କ ସମ୍ପର୍କରେ କିପରି ଗାଡ଼ି ଚାଳକ, ଯାତ୍ରୀ ଓ ନିକଟସ୍ଥ ଅଞ୍ଚଳବାସୀ ସୂଚନା ପାଇପାରିବେ ଏବଂ ସତର୍କ ହୋଇପାରିବେ ସେ ନେଇ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଗୁରୁବାର ରେଡ୍‌ଲାଇଟ୍‌ ସହିତ ସାଇରନ ବ୍ୟବସ୍ଥା କରାଯାଇଛି। ମୋବାଇଲ ଦ୍ୱାରା ପରିଚାଳିତ ଏହି ବ୍ୟବସ୍ଥା ରାଜ୍ୟରେ ପ୍ରଥମ କରି ତଥା ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଢେଙ୍କାନାଳ ଜିଲାରେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରେଞ୍ଜ୍‌ରେ ମୋଟ ୨୫ଟି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା କରାଯିବ। ସେଥିରୁ ପ୍ରାୟ ୨୨ଟି ରେଡ ଲାଇଟ୍‌ ଓ ସାଇରନ କେବଳ ହିନ୍ଦୋଳ ଓ ସଦର ରେଞ୍ଜ୍‌ରେ ଲାଗିବ। ସଦର ରେଞ୍ଜ୍‌ ଅଧୀନ ଢେଙ୍କାନାଳ-କପିଳାସ ରାସ୍ତାର ମେଘା ଜଙ୍ଗଲ କଡ଼ରେ ଏହି ରେଡ ଲାଇଟ୍‌ ଓ ସାଇରନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ବିଦ୍ୟୁତ୍‌ ଖୁଣ୍ଟଭଳି ଏକ ଖୁଣ୍ଟରେ ଏହାକୁ ଲଗାଯାଇଛି। ଏହା ସୌରକିରଣ ମାଧ୍ୟମରେ କାର୍ଯ୍ୟ କରିବ। ଏହାସହିତ ଏକ ଷ୍ଟ୍ରିଟ୍‌ଲାଇଟ୍‌ ମଧ୍ୟ ଲଗାଯାଇଛି। ଏହାକୁ ୪ଟି ମୋବାଇଲ ଫୋନ ଦ୍ୱାରା ପରିଚାଳନା କରାଯିବ। ୪ଟି ମୋବାଇଲ ମଧ୍ୟରୁ ୩ଟି ମୋବାଇଲ ଫୋନ୍‌ ଓ ଏଥିରେ ଥିବା ନମ୍ବର ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରମାନଙ୍କ ପାଖରେ ରହିଛି। ଅନ୍ୟଟି ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ରହିଛି। ହାତୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଲା ମାତ୍ରେ ସମ୍ପୃକ୍ତ ଅଞ୍ଚଳରେ ଥିବା ଫରେଷ୍ଟ ଗାର୍ଡ ଓ ଫରେଷ୍ଟରମାନେ ନିଜ ମୋବାଇଲ ନମ୍ବରରୁ ତାଙ୍କୁ ଦିଆଯାଇଥିବା ଏହି ନୂଆ ବ୍ୟବସ୍ଥାର ନମ୍ବରକୁ ଡାଏଲ କଲେ ଜୋର୍‌ରେ ସାଇରନ ବାଜିବା ସହିତ ରେଡ୍‌ ଲାଇଟ୍‌ ଜଳି ଉଠିବ। ଏହା ୩ ମିନିଟ ପର୍ଯ୍ୟନ୍ତ ବାଜିବ। ଏହି ସାଇରନ ୨ କିଲୋମିଟର ପର୍ଯ୍ୟନ୍ତ ଶୁଣାଯିବ ଓ ଲାଇଟ୍‌ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ଦେଖାଯିବ। ଏଥିସହିତ ରେଡ୍‌ ଲାଇଟ୍‌ ସହ ସିଗନାଲ କାର୍ଯ୍ୟକ୍ଷମ ହେବା ମାତ୍ରେ ବନ କର୍ମଚାରୀମାନଙ୍କୁ ମେସେଜ୍‌ ଯିିବ। ଗୋଟିଏ ରେଡ୍‌ଲାଇଟ ଓ ସିଗନାଲ ବ୍ୟବସ୍ଥା ପାଇଁ ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ହାତୀଙ୍କୁ ନେଇ ସତର୍କ ରହିବା ପାଇଁ ଢେଙ୍କାନାଳ ଜିଲାରେ ମୋବାଇଲ ଦ୍ୱାରା ପରିଚାଳିତ ଏପରି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି। ପ୍ରଥମ ପର୍ଯ୍ୟାୟ ପରେ ପରବର୍ତ୍ତୀ ସମୟରେ ଅନ୍ୟସ୍ଥାନଗୁଡ଼ିକରେ ଏହା ଲଗାଯିବା ଲକ୍ଷ୍ୟ ରଖାଯାଇଛି। ଢେଙ୍କାନାଳ ଜିଲାର ହିନ୍ଦୋଳ ରେଞ୍ଜ୍‌ରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ହାତୀ ରହୁଥିବା ବେଳେ ସଦର ରେଞ୍ଜ୍‌ରେ ୧୦୦ରୁ ଅଧିକ ରହିଛନ୍ତି। ଏହି ରେଡ୍‌ଲାଇଟ ଓ ସାଇରନ ବ୍ୟବସ୍ଥା ଯୋଗୁ ରାସ୍ତା ଆଖପାଖ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ମଧ୍ୟ ସତର୍କ ସୂଚନା ଦେଇହେବ ବୋଲି ଜିଲା ବନଖଣ୍ଡ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?