ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ସମସ୍ତଙ୍କ ମତାମତ ଜରୁରୀ କହିଲେ ମୋଦି
ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଦେଶର ଆର୍ଥିକ ସ୍ଥିତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି।…
ଭାରତୀୟ ଦଳକୁ ଏମିତି ବିଜୟର ଶୁଭେଚ୍ଛା ଜଣାଇଲେ ଅନୁଷ୍କା ଶର୍ମା
ଭାରତୀୟ କ୍ରିକେଟ ଦଳ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଦଳକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା। ଭାରତୀୟ ଦଳର ବିଜୟକୁ ସେ ଅଭୂତପୂର୍ବ…
ଧୋନୀ ଥିଲେ ସୁପର ଓଭରରେ ବୁମ୍ରା ନୁହେଁ, ଏହି ବୋଲରଙ୍କୁ ଦେଇଥାନ୍ତେ ବୋଲିଂ
ନୂଆଦିଲ୍ଲୀ,୩୦ା୧: ହାମିଲ୍ଟନର ଶେଡନ୍ ପାର୍କରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ତେବେ ସୁପର ଓଭରରେ ଭାରତୀୟ ବୋଲର ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ…
ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ +୨ ପାସଫେଲ କଟକଣା ଲାଗୁ ହେବ ନାହିଁ। ପ୍ରଥମ ବର୍ଷରେ ୩୩% ମାର୍କ…
ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା
ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରଶାସନ ମଞ୍ଜୁରୀ ଦେଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଯ୍ୟାମୀଙ୍କ ପରିବାରର ୩ଜଣଙ୍କୁ ଭତ୍ତା…
କେରଳରେ ଚିହ୍ନଟ ହେଲେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ
ନୂଆଦିଲ୍ଲୀ,୩୦।୧: କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ପ୍ରଥମ ରୋଗୀ କେରଳର ବୋଲି ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହସ୍ପିଟାଲ…
ଓଡ଼ିଆ ଆଇପିଏସ୍ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ
ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଏବେ ଏହାକୁ ଆଉ ମାସେ ବଢ଼ାଇବାକୁ ଗୃହ ମନ୍ତ୍ରଣାଳୟ ଭାରତୀୟ…
ଫାଶୀ ପାଇଁ ବାକି ଗୋଟିଏ ଦିନ: ୩ ଦୋଷୀଙ୍କ ପାଖରେ ଏବେ ବି ରହିଛି ଲାଇଫ୍ ଲାଇନ୍
ନୂଆଦିଲ୍ଲୀ,୩୦।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଆଉ ବାକି ରହିଛି ଗୋଟିଏ ଦିନ। ଫେବୃୟାରୀ ୧ରେ ଫାଶୀଦଣ୍ଡ ଲାଗିଁ ମୃତ୍ୟୁ ଓ୍ବାରେଣ୍ଟ୍ ଜାରି ହୋଇଛି। ୧୯୮୮ ଦିଲ୍ଲୀ ଜେଲ୍ ମାନୁଆଲ୍ ଅନୁସାରେ ଗୋଟିଏ ଆପରାଧୀକ ମାମଲାରେ ଫାଶୀ…
ପୁରୀରେ ସିଏଏ ସମର୍ଥନରେ ଶୋଭାଯାତ୍ରା
ପୁରୀ ଅଫିସ,୩୦ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। କେଉଁଠି ଆନ୍ଦୋଳନ ହିଂସା ରୂପ ନେଇ ପୋଡାଜଳା ହେଉଛି ତ ପୁଣି କେଉଁଠି ଭଙ୍ଗାରୁଜା ଏବଂ ପୋଲିସ ଲାଠିମାଡ଼ କରୁଛି । ସେହିପରି ସିଏଏ ସମର୍ଥନରେ…
ଯାତ୍ରାମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: କାମ ବନ୍ଦ ଲାଗି ବିଡିଓଙ୍କୁ ଦାବିପତ୍ର
ଜମନକିରା,୩୦।୧(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍ ଛେମୁଣ୍ଡା ଗାଁରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଆରମ୍ଭ ହୋଇଥିବା ଯାତ୍ରାମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଗାଁର କିଛି ଲୋକ ଗୁରୁବାର ସ୍ଥାନୀୟ ବିଡିଓଙ୍କୁ…
ମହାତ୍ମାଙ୍କୁ ହତ୍ୟା କରିଥିଲେ ଜଣେ କଠୋର ପନ୍ଥୀ: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୩୦।୧: ଅନ୍ୟକୁ ଭଲ ପାଇବାର ବାର୍ତ୍ତା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ କଠୋର ପନ୍ଥୀ ହତ୍ୟା କରିଥିଲେ। ତେବେ ମହାତ୍ମାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ କଲେ ଦେଶର ହିତ ସାଧନ ହୋଇପାରିବ। ମହାତ୍ମାଙ୍କ ପୁଣ୍ୟତିଥି ଅବସରରେ…
ଭବିଷ୍ୟନିଧି ପାଣ୍ଠି ଠକେଇ: ୯ ଲକ୍ଷ କର୍ମଚାରୀଙ୍କ ନାମରେ ସରକାରଙ୍କୁ ୩୦୦ କୋଟି ଠକିଛନ୍ତି ୮୦ ହଜାର କମ୍ପାନୀ
ନୂଆଦିଲ୍ଲୀ,୩୦।୧: ଦେଶରେ ଲୋକଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ ତଥା ବେକାର ସମସ୍ୟା ଦୂର ଲାଗି ସରକାର ସଂଗଠିତ କ୍ଷେତ୍ର ସହ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏନେଇ ସରକାର ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ତେବେ…
Archives


