Posted inଭଦ୍ରକ

ହାର ମାନିନାହାନ୍ତି ଦିବ୍ୟାଙ୍ଗ ଦମ୍ପତି

ବନ୍ତ,୨୩।୨(ସ୍ବ.ପ୍ର.)-ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଦିବ୍ୟାଙ୍ଗ। ସ୍ବାମୀ ପୋଲିଓ ଆକ୍ରାନ୍ତ ହୋଇ ଚାଲିବାକୁ ଅକ୍ଷମ ହୋଇଥିବାବେଳେ ସ୍ତ୍ରୀଙ୍କ ପିଠିରେ ଏକ ବଡ଼ କୁବ୍ଜ ବାହାରି ଥିବାରୁ ସିଧାହୋଇ ଚାଲି ପାରୁନାହାନ୍ତି। ତଥାପି ସେମାନେ ଅନ୍ୟ ଉପରେ ନିର୍ଭର ନ କରି ନିଜେ ପରିଶ୍ରମ କରି ନିଜ ପରିବାର ଚଳାଉଛନ୍ତି। ସୁସ୍ଥ ସବଳ ଯୁବକମାନେ ବେକାର ହୋଇ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଭୂମିହୀନ ହୋଇ ବି ଅନ୍ୟ ଜମିରେ ଭାଗଚାଷ କରି ପେଟ ପୋଷୁଛନ୍ତି। ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି। ଅନ୍ୟ ପାଇଁ ଉଦାହରଣ ସାଜିଥିବା ଏହି ଦମ୍ପତି ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ନିମଗଢିଆ ଗ୍ରାମର ଅଭିମନ୍ୟୁ ଜେନା(୩୨) ଓ ସବିତା ଜେନା।
ଏହି ଗ୍ରାମର ସ୍ବର୍ଗତ କହ୍ନେଇ ଜେନାଙ୍କ ସାନପୁଅ ଅଭିମନ୍ୟୁ କହନ୍ତି, ତାଙ୍କୁ ୧୬ବର୍ଷ ହୋଇଥିବା ବେଳେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାରର ଆର୍ଥିକ ସ୍ଥିତି ଖରାପ ଯୋଗୁ ଚିକିତ୍ସା ହୋଇପାରି ନ ଥିଲେ। ପୋଲିଓ ଆକ୍ରାନ୍ତ ଦୁଇଗୋଡ଼ କ୍ରମଶଃ ସରୁ ହୋଇଯାଇ ଅକାମୀ ହୋଇଗଲା। ଫଳରେ ସେ ଚାଲିବାକୁ ଅକ୍ଷମ ହୋଇଗଲେ। ଦୁଇ ହାତକୁ ଭୂମି ଉପରେ ଆଶ୍ରା କରି ବହୁକଷ୍ଟରେ ଘୁଷୁରି ଘୁଷୁରି ଚଳପ୍ରଚଳ କରୁଛନ୍ତି। ତାଙ୍କ ସ୍ତ୍ରୀ ସବିତାଙ୍କ ପିଠିରେ କୁବ୍ଜ ବାହାରିଥିବାରୁ ସେ ମଧ୍ୟ ଠିକ୍‌ ଭାବେ ଅଣ୍ଟା ସଳଖି ଚାଲିପାରୁ ନାହାନ୍ତି। ଏପରି ସ୍ଥଳେ ତାଙ୍କର ୨ ପୁଅକୁ ମିଶାଇ ୪ ଜଣଙ୍କ ପେଟ ପୋଷିବାକୁ ସେ ଓ ସବିତା ସଂଘର୍ଷ ଜାରି ରଖିଛନ୍ତି। ଗଁ।ର ଅନ୍ୟ ଚାଷୀଙ୍କଠାରୁ ୧ ଏକରରୁ ଊର୍ଦ୍ଧ୍ୱ ଜମି ଭାଗ ଚାଷରେ ଆଣି ଖରିଫରେ ଧାନ ଚାଷ କରିଥିବାବେଳେ ରବିଋତୁରେ ପନିପରିବା ଓ ମୁଗ, ବିରି ଚାଷ ମଧ୍ୟ କରିଛନ୍ତି। ସେ ନିଜେ ପରିବା ବାଡ଼ିରେ ଦିନସାରା କାମ କରୁଥିବାବେଳେ ଆବଶ୍ୟକ ବେଳେ ମଜୁରି ଲଗାଇ କାମ ଉଠାଉଛନ୍ତି। ସ୍ତ୍ରୀ ସବିତା ମଧ୍ୟ କାମରେ ସହାୟତା କରନ୍ତି। ସେଥିରେ ନିଜେ ଚଳିବା ସହିତ ପିଲା ୨ ଜଣଙ୍କୁ ପାଠ ପଢାଉଛନ୍ତି। ଦିବ୍ୟାଙ୍ଗ ଭତ୍ତା ଆଉ ରାଶନ କାର୍ଡରେ ମିଳୁଥିବା ସହାୟତା ତାଙ୍କର ସମ୍ବଳ। ତାଙ୍କୁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଇସାଇକେଲ ମିଳିଛି। ସରକାରଙ୍କ ପକ୍ଷରୁ କୌଣସି ସୂତ୍ରରୁ ଆର୍ଥତ୍କ ସହାୟତା ଯୋଗାଇ ଦିଆଗଲେ ଅଧିକ ଜମି ଚାଷ କରି ଅଧିକ ରୋଜଗାର ହୋଇପାରନ୍ତା ବୋଲି ଅଭିମନ୍ୟୁ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri