ମାଗଣାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୩ା୨(ଡି.ଏନ.ଏ.)-ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ତାରାତାରିଣିଙ୍କ ଚୈତ୍ର ଯାତ୍ରା ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖଠାରୁ ହେବ। ଏହାର ସୁପରିଚାଳନା ଲାଗି ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାରା ତାରିଣୀଙ୍କ ପୀଠକୁ ଆସି ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ। ଯାତ୍ରା ସମୟରେ ଭକ୍ତମାନେ ଏଣିକି ମାଗଣାରେ ଦର୍ଶନ କରିବେ ବୋଲି ଜିଲାପାଳ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନରୁ ଦର୍ଶନ ବାବଦରେ ଟିକେଟ ଦୁଇ ଟଙ୍କା ମାତ୍ର ରହିଥିବା ବେଳେ ଚଳିତବର୍ଷ ଆଉ ଦେବାକୁ ପଡିବ ନାହିଁ। ମାତ୍ର ସ୍ବତନ୍ତ୍ର ଦର୍ଶନ ବାବଦରେ ୫୦ ଟଙ୍କା ବଦଳରେ ୧୦୦ ଟଙ୍କା ଲେଖାଏ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଦୂର ଦୂରାନ୍ତରୁ ଶିଶୁଙ୍କୁ ନେଇ ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ବତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ବ୍ୟବସ୍ଥାର ଲକ୍ଷ୍ୟ ରଖାଯାଇଛି। ଏହା ଆଗାମୀ ବୈଠକରେ ଜଣାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଜାଗା ସଂଙ୍କୀର୍ଣ୍ଣ ଥିବାରୁ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ ଚଳିତ ଯାତ୍ରାରେ ପାହାଡ ଉପର ବଦଳରେ ତଳେ କରାଯିବ।
ଶିଶୁମାନେ ଯାତ୍ରାରେ ହଜିଯାଉଥିବାରୁ ସେମାନଙ୍କ ପକେଟରେ କିମ୍ବା ବେକରେ ଶିଶୁଙ୍କ ନାମ ସହିତ ମାତା ପିତାଙ୍କ ନଁ। ଓ ଠିକଣାର ଲଗାଯିବ, ମୋବାଇଲ ଟଏଲଟର ବ୍ୟବସ୍ଥା କରିବା, ଭକ୍ତମାନେ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ ଲାଗି ଧାଡି ବାନ୍ଧି ଯିବାର ବ୍ୟବସ୍ଥା କରିବା, ଖରାରୁ ରକ୍ଷା ଲାଗି ଟେଣ୍ଟ ପକାଇବା, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଆଦି କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ଏସ୍‌ଡିପିଓ ସୀମା ସ୍ବାଇଁ, ବିଡିଓ ସୀମାଞ୍ଚଳ ମହାନ୍ତି, ଆଇଆଇସି ଜଗନ୍ନାଥ ମଲ୍ଲିକ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ ରେଡ୍ଡୀ, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟ ନିର୍ବାହୀ ଏ ନାଗେଶ୍ୱର ରାଓ, ସେବାୟତ ସଂଘର ସଭାପତି ତପନ କୁମାର ରଣା, ପୂଜକ ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri