୫-ଟି ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କର

ଅନୁଗୋଳ ଅଫିସ, ୨୩।୨ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ‘୫-ଟି’ର ସମୀକ୍ଷା ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ସମସ୍ତଙ୍କୁ ସ୍ବାଗତ କରିବା ସହ ମୋ ସରକାରରେ ୫-ଟିର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ଏହାପରେ ଜିଲାପାଳ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମରେ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ‘୫-ଟି’ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଛି। ଆସନ୍ତା ମାସ ମାର୍ଚ୍ଚ ୫ ତାରିଖରେ ମୋ ସରକାର କାର୍ଯ୍ୟକ୍ରମରେ ଏହା ଅନ୍ତର୍ଭୁକ୍ତ କରାଯିବ। ତେଣୁ ବିଭାଗୀୟ ଅଧିକାରୀମାନେ ନିଜ ବିଭାଗ ପକ୍ଷରୁ ଯୋଗାଇ ଦେଉଥିବା ସେବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବା ସହ ଆନୁସଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ସେବା ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ଟ୍ରମାସେଣ୍ଟର ପ୍ରତିଷ୍ଠା ଓ ୩ ଶହ ଶଯ୍ୟାର ପ୍ରସ୍ତାବ ସମ୍ପର୍କରେ ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିବା ଜିଲାପାଳ କହିଥିଲେ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଜିଲା ଖଣିଜ ପାଣ୍ଠିରେ ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଏବଂ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ବିଳମ୍ବିତ ରାତିରେ ପ୍ରସବ ପାଇଁ ଆବଶ୍ୟକ ପଡ଼ୁଥିବା ନିଶ୍ଚେତକ ବିଶେଷଜ୍ଞ ଓ ଡାକ୍ତରଙ୍କ ଉପସ୍ଥିତି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୧୧ଟି ସେତୁ ମଧ୍ୟରୁ ୪ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ୧୩ଟି ରାସ୍ତାର ୯୬ କିଲୋମିଟର ନିର୍ମାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ଜିଲାପାଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପୂର୍ତ୍ତ ବିଭାଗ ଦ୍ୱାରା ଷ୍ଟାଡିୟମ ଗ୍ୟାଲେରୀ ଓ ଆଧୁନିକୀକରଣ କାର୍ଯ୍ୟ, ସଭାଘର ନିର୍ମାଣ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। କୃଷି ବିଭାଗ ଦ୍ୱାରା ମାସକୁ ୨ ଥର ବିଭିନ୍ନ ପଞ୍ଚାୟତକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ଚାଷୀମାନଙ୍କ ମତାମତ ସଂଗ୍ରହ କରିବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳଯୋଗାଣ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ଜିଲା ଖଣିଜ ପାଣ୍ଠିରେ ଖଣି ପ୍ରଭାବିତ ୩ଟି ବ୍ଲକରେ ଜୀବିକା ଉପରେ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହାକୁ ବିଭିନ୍ନ ପୁନର୍ବାସ ଓ ଥଇଥାନ କଲୋନୀରେ କାର୍ଯ୍ୟକାରୀ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଥିବା ୧ ଲକ୍ଷ ୨୭ ହଜାର ହିତାଧିକାରୀଙ୍କ ଟେଲିଫୋନ ନମ୍ବର ସହ ଆବଶ୍ୟକ ତଥ୍ୟକୁ ପୋର୍ଟାଲରେ ଭରିବା ଓ ସମସ୍ତ ହିତାଧିକାରୀଙ୍କୁ ପରିଚୟପତ୍ର ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବସ୍ତିବାସିନ୍ଦାମାନଙ୍କୁ ଆସନ୍ତା ମାସ ୫ ତାରିଖରେ ଜମି ହକଦାର ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି ବୈଠକରେ ପ୍ରାଣୀ ସମ୍ପଦ ବିଭାଗ, ଜିଲା ଯୋଗାଣ ବିଭାଗ, ଉଦ୍ୟାନ ବିଭାଗ ଓ ୩ଟି ପୌରାଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ବିଭାଗ ଦ୍ୱାରା ଭୂମିଠାରୁ ଅନୂ୍ୟନ ୨୦ ଫୁଟ ଉଚ୍ଚରେ ତାର ଟାଣିବା, ଜନଗହଳି ସ୍ଥାନରେ ଅସୁରକ୍ଷିତ ଟ୍ରାନ୍ସଫର୍ମର ଓ ଖୁଣ୍ଟ ପୋତିବା ସମ୍ପର୍କରେ ସେସୁ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ସହ ଜନସାଧାରଣଙ୍କ ମଧ୍ୟରେ ଏନେଇ ବ୍ୟାପକ ଜନସଚେତନତା ଉପରେ ଜିଲାପାଳ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ଡେପୁଟି କଲେକ୍ଟର ବଇତୁରା ଦୀପ୍‌, ସୁବ୍ରତ ବେହେରାଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri