ବାଉଁଶ କାରିଗରଙ୍କ କୌଳିକ ବୃତ୍ତି ଦିଗହରା

ତେଲକୋଇ, ୨୩।୨(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ବିଭିନ୍ନ ଗ୍ରାମରେ ବାଉଁଶ ଦ୍ୱାରା ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପୋଷଣ କରିଥାନ୍ତି। ବାଉଁଶରେ କୁଲା, ଟୋକେଇ, ଡଲା, ଚେୟାର, ଝୁଡ଼ି ଆଦି ବିଭିନ୍ନ ସାମଗ୍ରୀ ବିକ୍ରି କରି କୌଳିକ ବୃତ୍ତି ଯୋଗୁ ପରିବାର ପୋଷଣ କରିଥାନ୍ତି। ତେବେ ଏହି କୌଳିକ ବୃତ୍ତିଧାରୀଙ୍କୁ ସରକାରୀ ସହାୟତା ନ ଥିବା ଯୋଗୁ କେବଳ ନିଜ ବୃତ୍ତିକୁ ନେଇ ଦିଗହରା ହୋଇପଡିଛନ୍ତି। ପୁରୁଣା ବେଉସା ଧୀରେ ଧୀରେ ବୁଡ଼ିବାକୁ ବସିଲାଣି। ତେବେ ଯେଉଁମାନେ ଏହାକୁ ବଞ୍ଚାଇ ରଖିଛନ୍ତି ସେମାନେ କିନ୍ତୁ ସରକାରଙ୍କ କୌଣସି ସୁବିଧା ପାଇପାରୁନାହାନ୍ତି। ଅବହେଳିତ ହୋଇ ରହିଯାଉଛନ୍ତି। ଏପରିକି ଭଙ୍ଗା କୁଡିଆରେ ଜୀବନ ଯାପନ କରି ବୃତ୍ତିର କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଜିକା ଦିନରେ ମଧ୍ୟ ସେହି ବାଉଁଶ ତିଆରି ସାମଗ୍ରୀର ଚାହିଦା ବେଶ୍‌ ଅଧିକା ରହିଛି।
ଓରିଆ ପଞ୍ଚାୟତ କତରାପାଲି ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର ଏହି ବୃତ୍ତିକୁ ଆପଣେଇ ଅଦ୍ୟାବଧି ବିଭିନ୍ନ ଗ୍ରାମରେ ବାଉଁଶ ତିଆରି କାମକୁ ଘରେ ଘରେ ପହଞ୍ଚାଇ ରୋଜଗାର କରିଥାନ୍ତି । ହେଲେ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ଭତ୍ତା ଆଦି ଏମାନଙ୍କ ପାଖରେ ଅପହଞ୍ଚ ହୋଇପଡିଛି । ଉକ୍ତ ଗ୍ରାମରେ ପ୍ରତି ଘରେ ଏହି କୌଳିକ ବୃତ୍ତିକୁ ଆପଣେଇଛନ୍ତି । ବିଭିନ୍ନ ଗ୍ରାମରୁ ବାଉଁଶ ଗଛ ସଂଗ୍ରହ କରି ଏବଂ ଅର୍ଥ ଦେଇ ଖରିଦ କରିଥାନ୍ତି। ଏହା ପରେ ଘରେ ବସି ଏହି ବାଉଁଶରୁ ବିଭିନ୍ନ ସାମଗ୍ରୀ କରି ବିକ୍ରି କରିବାର ମାଧ୍ୟମ କରିଥାନ୍ତି। ଏହି ଗ୍ରାମର କ୍ଷେତ୍ରବାସୀ ବେହେରା ଭଙ୍ଗା କୁଡିଆରେ ରହିବା ସହିତ ପରିବାର ସହିତ କୌଳିକ ବୃତ୍ତିକୁ ପୂର୍ବପୁରୁଷର କାର୍ଯ୍ୟକୁ ଦୋହରାଇଛନ୍ତି । ଏହି ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର କାର୍ଯ୍ୟ କରୁଥିଲେ ହେଁ ଗ୍ରାମର ସମସ୍ତେ ଝୁମ୍ପୁଡ଼ି ଘରେ ରହୁଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ କିଷାନଙ୍କୁ ପଚାରିବାରୁ ଚଳିତ ବର୍ଷ ସମସ୍ତ ଗରିବ ପରିବାର ପାଇଁ ଗୃହ ଯୋଜନା ହୋଇଛି । ଏଥିରେ ସେମାନେ ସାମିଲ ହୋଇପାରିବେ। ସ୍ଥାନୀୟ ବିଡିଓ ଦିଲୀପ କୁମାର ବାରା କହିଛନ୍ତି ଯେ, ଏହି ବାଉଁଶ କାରିଗରଙ୍କ ପାଇଁ ଜିଲା କ୍ଷୁଦ୍ର ଶିଳ୍ପ ବିଭାଗକୁ ଜଣାଇବା ସହିତ ତାଙ୍କୁ ପ୍ରୋତ୍ସାହନ ପାଇଁ ବ୍ୟବସ୍ଥା ଦିଗରେ ଧ୍ୟାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri