Home

ଭାରତ-ବ୍ରାଜିଲ ମଧ୍ୟରେ ୧୫ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨୬ା୧(ପି.ଟି.): ଭାରତ ଓ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ଶନିବାର ଦୁଇଦେଶ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀ ଗସ୍ତରେ ଆସିଥିବା ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ…

ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ

ଜୟପୁର,୨୬ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ରାଜସ୍ଥାନ ବିଧାନସଭାରେ ଶନିବାର ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଛି। ଭାଜପା ପକ୍ଷରୁ ଏଭଳି ପ୍ରକ୍ରିୟାକୁ ବିରୋଧ କରାଯାଇ କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ଅଭିଯୋଗ କରାଯାଇଛି। ପ୍ରଥମେ କେରଳ ପରେ କଂଗ୍ରେସ…

‘କରୋନା’ ଭାଇରସ୍‌ ପାଇଁ ଆଡ୍‌ଭାଇଜରି: ୪ ମେଡିକାଲରେ ଖୋଲିବ ସ୍ବତନ୍ତ୍ର ଓ୍ବାର୍ଡ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ)/ କଟକ ଅଫିସ : ‘କରୋନା’ ଭାଇରସ୍‌ ପାଇଁ ଶନିବାର ରାଜ୍ୟ ସରକାର ଆଡ୍‌ଭାଇଜରି ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରମୁଖ ହସ୍ପିଟାଲକୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ‘କରୋନା’ ଚିହ୍ନଟ ଓ ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ…

୬ ସେନା ଅଧିକାରୀଙ୍କୁ ଶୌର୍ଯ୍ୟଚକ୍ର ୧୯ ଜଣଙ୍କୁ ପିଭିଏସ୍‌ଏମ୍‌

ନୂଆଦିଲ୍ଲୀ,୨୬ା୧(ପି.ଟି.): ଉତ୍ତରାଞ୍ଚଳ ସେନା କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂଙ୍କ ସମେତ ୧୯ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ଏବଂ ବୀରତା ପାଇଁ ୬ ଜଣଙ୍କୁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯିବ। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ…

ଭାରତରେ ‘କରୋନା’ ଆତଙ୍କ

ନୂଆଦିଲ୍ଲୀ,୨୬ା୧(ପି.ଟି.): ଚାଇନାରୁ ଫେରିଥିବା ଆଉ ୭ ଜଣଙ୍କୁ କେରଳର ବିଭିନ୍ନ ହସ୍ପିିଟାଲରେ ଅବ୍‌ଜର୍‌ଭେଶନରେ ରଖାଯାଇଛି। ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଭାରତରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବା କେନ୍ଦ୍ର…

ସମ୍ବିଧାନ ଦେଇଛି ନ୍ୟାୟର ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୨୬ା୧(ପି.ଟି.): ୭୧ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ଦେଶର ସମ୍ବିଧାନ ଏହାର ନାଗରିକମାନଙ୍କୁ ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ୱର ଗ୍ୟାରେଣ୍ଟି ପ୍ରଦାନ କରିଥିବା ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ…

ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା: କଣ୍ଟ୍ରାକ୍ଟର ଦିଲ୍ଲୀପଙ୍କ ସମେତ ୪ ଗିରଫ

ଭୁବନେଶ୍ୱର, ୨୬।୧(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୧ରୁ ଟର୍ମିନାଲ-୨କୁ ସଂଯୋଗ କରୁଥିବା ବିଲ୍ଡିଂ ଶୁକ୍ରବାର ରାତିରେ ଭୁଶୁଡିବା ଘଟଣାରେ ଦିଲ୍ଲୀପ କନ୍‌ଷ୍ଟ୍ରକଶନ କଣ୍ଟ୍ରାକ୍ଟର ଦିଲ୍ଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଶନିବାର ଗିରଫ କରାଯାଇଛି। ସେମାନେ ହେଲେ ଇଞ୍ଜିନିୟର ଅଭିଳାଷ…

୧୦ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର: ମନୋଜ ଦାସଙ୍କୁ ପଦ୍ମଭୂଷଣ, ୯ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ଲାଗି ଚଳିତବର୍ଷ ସର୍ବାଧିକ ୧୦ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି। ବିଶିଷ୍ଟ ସାହିତି୍ୟକ ମନୋଜ ଦାସ ଚଳିତବର୍ଷ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନଜନକ ପଦ୍ମଭୂଷଣ ପାଇବାକୁ ମନୋନୀତ…

ଗ୍ରାମବାସୀଙ୍କ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ରାୟଗଡ଼ା ଅଫିସ, ୨୬।୧ – ପିଲାମାନଙ୍କୁ ପ୍ରାକ୍‌ ସ୍କୁଲ ଶୈକ୍ଷିକ ବାତାବରଣ ଦେବାକୁ କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କେନ୍ଦ୍ରର ପରିକଳ୍ପନା କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ ଦେଖାଦେଉଛି। ସରକାରଙ୍କ…

ବ୍ରାଉନସୁଗାର ପରେ ଟାର୍ଗେଟରେ କୋଲ୍‌ ମାଫିଆ

ଅନୁଗୋଳ ଅଫିସ୍‌, ୨୬ା୧ – ଅନୁଗୋଳ ଜିଲାକୁ ଅପରାଧ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଉପାନ୍ତରୁ ସହର, ଗ୍ରାମାଞ୍ଚଳରୁ ନଗର ଯାଏ ଆପରାଧିକ କାର୍ଯ୍ୟକଳାପର ଡାଟା ବେସ୍‌ ପ୍ରସ୍ତୁତ କରୁଛି ପୋଲିସ। ବିଶେଷ କରି ଖାକି ଟାର୍ଗେଟରେ ଏବେ…

କଣ୍ଠରେ ମୃଦଙ୍ଗଠୁ ଭାଓଲିନ୍‌

ଭୁବନ, ୨୬ା୧ – ବିଦ୍ୟୁତ୍‌ ଆଘାତରେ ରୁଦ୍ଧ ହୋଇଯାଇଥିଲା କଣ୍ଠସ୍ବର। ଆଉ କେବେ ଅର୍କେଷ୍ଟ୍ରାରେ ଗୀତ ଗାଇପାରିବେ କି ନାହଁ ତାହାକୁ ନେଇ ସୃଷ୍ଟି ହୋଇଥିଲା ଅନେକ ଆଶଙ୍କା, ଦ୍ୱନ୍ଦ୍ୱ। ହେଲେ ଏହି ଦୁର୍ଘଟଣା ହିଁ ଏବେ ପାଲଟିଯାଇଛି ତାଙ୍କ ପାଇଁ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍‌ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ ଗାଡିକୁ ପାର କରିବା ପାଇଁ ବାଇକ ପାଇଲଟିଂ ବ୍ୟବସ୍ଥା ହେଉଛି। ସାଧାରଣ ଗାଡିରେ ଗଞ୍ଜେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri