ଆରମ୍ଭ ହେଲା ଆକ୍ୱା ଏକ୍ସପୋ ଓଡ଼ିଶା: ବୈଜ୍ଞାନିକ ପ୍ରଣାଳୀରେ ଉଦ୍ୟୋଗ ସ୍ଥାପନ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୨୩।୨-ବାଲେଶ୍ୱର ସହର ଆଇଟିଆଇ ପଡ଼ିଆରେ ଓଡ଼ିଶା ଆକ୍ୱାଟିକ୍‌ ଫିଡ୍‌ ଡିଲର୍ସ ଆସୋସିଏଶନ୍‌, ସି ଫୁଡ୍‌ ଏକ୍ସପୋର୍ଟସ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ ରାଜ୍ୟ ଶାଖା ଓ ଓଡ଼ିଶା ସ୍ରିମ୍ପ ଫାର୍ମର୍ସ ଆସୋସିଏଶନ୍‌ ଦ୍ୱାରା ବାଲେଶ୍ୱର ଚ୍ୟାମ୍ବର ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ କମର୍ସ (ବିସିଆଇସି) ସହଯୋଗରେ ଆକ୍ୱା ଏକ୍ସପୋ ଓଡ଼ିଶା-୨୦୨୦ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ ଆଞ୍ଚଳିକ ସାମଗ୍ରୀଗୁଡ଼ିକର ବିକାଶ ସହ କ୍ଷୁଦ୍ର କ୍ଷୁଦ୍ର ଉଦ୍ୟୋଗ ନିର୍ମାଣ କରି ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ଉଦ୍ୟୋଗ ନିର୍ମାଣ କରି ଶ୍ରମିକ ସଂଖ୍ୟା ବଢ଼ାଇବା ଯେତିକି ମୂଲ୍ୟବାନ ନୁହେଁ, ବୈଜ୍ଞାନିକ ପ୍ରଣାଳୀରେ ଉଦ୍ୟୋଗ ନିର୍ମାଣ କରାଗଲେ ଦେଶର ବିକାଶ ହୋଇପାରିବ ବୋଲି କହିଥିଲେ।
୩ ଦିନ ଧରି ଚାଲିବାକୁ ଥିବା ଉକ୍ତ ମେଳାରେ ୫୦ରୁ ଊର୍ଦ୍ଧ୍ୱ ଦେଶ ଓ ବିଦେଶରୁ ବିଭିନ୍ନ କମ୍ପାନୀର ଷ୍ଟଲ୍‌ ଯୋଗ ଦେଇଛନ୍ତି। ଓଡ଼ିଶା ମତ୍ସ୍ୟ ଚାଷୀ ସଂଘର ସଭାପତି ସଞ୍ଜୟ ମହାନ୍ତି ପୌରୋହିତ୍ୟ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିସିଆଇସିର ସଭାପତି ହିମାଂଶୁ ଦାସ, ଅତିଥି ଭାବେ ଡ. ଅକ୍ଷୟ ପାଣିଗ୍ରାହୀ, ଡ. ସୁରେଶ ନାୟକ, ଡ. ରବି କୁମାର ଆମେର୍ନେନି, ଜିଲା ମତ୍ସ୍ୟଚାଷୀ ସଂଘର ସଭାପତି ପ୍ରଭାରଞ୍ଜନ ପଟ୍ଟନାୟକ, ସମ୍ପାଦକ ଅଭୟ କୁମାର ମହାପାତ୍ର, ଓଡ଼ିଶା ମତ୍ସ୍ୟଚାଷ ବିଭାଗର ବରିଷ୍ଠ ବିଶେଷଜ୍ଞ କମିଳେଶ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ମତ୍ସ୍ୟ ଚାଷୀମାନଙ୍କର ବିକାଶ ଓ ଏହାଦ୍ୱାରା ଅର୍ଥନୈତିକ ବିକାଶ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ। ଆକ୍ୱା ଏକ୍ସପୋ ଓଡ଼ିଶା-୨୦୨୦ର କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ ଦାସ ସମସ୍ତ କାର୍ଯ୍ୟକୁ ସମ୍ପାଦନା କରିଥିଲେ। ୧୯୯୨ ମସିହାରୁ ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ ତଥା ଅନ୍ୟାନ୍ୟ ମାଛଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରାୟ ୨ଶହ କୋଟି ଟଙ୍କା ଏହି ବାବଦରେ ଉଦ୍ୟୋଗୀମାନେ ଖର୍ଚ୍ଚ କରିଥିବା ବେଳେ ୨୮ ବର୍ଷ ମଧ୍ୟରେ ଓଡ଼ିଶାରେ ୩୬ଶହ କୋଟି ଟଙ୍କାର ବ୍ୟବସାୟ ହୋଇପାରିଛି। ସେହିପରି ସେତେବେଳେ ହାତଗଣତି କେତେଜଣ ଉଦ୍ୟୋଗୀ ଏହି ମାଛ ଚାଷ ପାଇଁ ଆଗେଇ ଆସିଥିବାବେଳେ ଏବେ ଓଡ଼ିଶାର ଏହାର ସଂଖ୍ୟା ୮ହଜାରରେ ପହଞ୍ଚତ୍ଛି ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି। ଏହି ଉଦ୍ୟୋଗ ହେବା ଫଳରେ ଓଡ଼ିଶାର ଅର୍ଥନୈତିକ ବିକାଶ ହୋଇଥିବାବେଳେ ଆଗାମୀ ଦିନରେ ୧୦ହଜାର କୋଟି ଟଙ୍କାର ବ୍ୟବସାୟ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

ଟିକେଟ୍ ପାଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଲେଖାଶ୍ରୀ

ଭୁବନେଶ୍ୱର,୧୩ା୪: ବାଲେଶ୍ୱର ଲୋକ ସଭା ପାଇଁ ବିଜୁ ଜନତା ଦଳ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଶନିବାର ସେ ଦଳର ମୁଖିଆ ତଥା...

ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ

ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ...

ନୀଳଗିରିର ବୋହୂ, ପରିବେଶ ବିଜ୍ଞାନରେ ପିଏଚ୍‌ଡି; ବିଜେଡି ଟିକେଟ୍‌ରେ ଲଢ଼ିବାକୁ ଯାଉଥିବା ଲେଖାଶ୍ରୀଙ୍କ ବିଷୟରେ ଜାଣନ୍ତୁ…

ଭୁବନେଶ୍ୱର/ବାଲେଶ୍ବର,୧୨।୪: ଏକଦା ବିରୋଧୀ ଦଳରେ ଥିବା ବେଳେ ବିଜେଡି ସୁପ୍ରିମୋଙ୍କୁ ଶବ୍ଦବାଣରେ କଟାକ୍ଷ କରିବାର ଗୋଟିଏ ବି ସୁଯୋଗ ଛାଡ଼ୁ ନ ଥିଲେ। ହେଲେ ୨୦୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri