ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା ମୃତଦେହକୁ ହଲଚଲ କରିବା ସହ ସେଥିରୁ ବିଭିନ୍ନ ପ୍ରକାର ଶବ୍ଦ ସୃଷ୍ଟି କରିଥାଏ। ଅଷ୍ଟ୍ରେଲିଆର କେତେକ ଗବେଷକମାନଙ୍କ ଦ୍ୱାରା ନିକଟରେ କରାଯାଇଥିବା ଏକ ଫରେନ୍ସିକ ଗବେଷଣାରୁ ଜଣାପଡ଼ିଛି ଯେ, ମୃତ୍ୟୁର ପ୍ରାୟ ୧୬ ମାସ ପର୍ଯ୍ୟନ୍ତ ମୃତଦେହ ନିଜ ସ୍ଥାନରୁ ପ୍ରାୟ ୨୦ ଇଞ୍ଚ ପର୍ଯ୍ୟନ୍ତ ଘୁଞ୍ଚିପାରେ। ସାଧାରଣ ଲୋକେ ଏହାକୁ ଭୂତ-ପ୍ରେତ ବା ଜୋମ୍ବି ଆପୋକାଲିପ୍ସ ଭଳି ଅଲୌକିକ ଘଟଣା ବୋଲି ଭାବି ଭୟଭୀତ ହୁଅନ୍ତି, ମାତ୍ର ବୈଜ୍ଞାନିକଙ୍କ ମତରେ ଏହା ସମ୍ପୂର୍ଣ୍ଣ ରୂପେ ଏକ ପ୍ରାକୃତିକ ଜୈବିକ ପ୍ରକ୍ରିୟା। ଶରୀରର ଏହି ହଲ୍‌ଚଲ୍‌ ପଛରେ କୌଣସି ଜୀବନ୍ତ ମାଂସପେଶୀର ସଙ୍କୋଚନ ନଥାଏ ବରଂ ମୃତ୍ୟୁ ପରର ବିଭିନ୍ନ ପର୍ଯ୍ୟାୟ ଏଥିପାଇଁ ଦାୟୀ। ମୃତ୍ୟୁର ପ୍ରାରମ୍ଭିକ ପର୍ଯ୍ୟାୟରେ ମାଂସପେଶୀ ଶକ୍ତ ହୋଇଯାଏ, ଯାହାକୁ ‘ରାଇଗର ମର୍ଟିସ’ କୁହାଯାଏ। ଏହା ପରେ ଶରୀରର ନିଜସ୍ବ ଏନ୍‌ଜାଇମ ଏବଂ ବ୍ୟାକ୍ଟେରିଆ ଜୀବକୋଷଗୁଡ଼ିକୁ ନଷ୍ଟ କରିବା ସହ ଶରୀର ଭିତରେ ଗ୍ୟାସ ସୃଷ୍ଟି କରନ୍ତି। ଏହି ଗ୍ୟାସ କାରଣରୁ ଶରୀର ଫୁଲିଯାଏ ଏବଂ ପରେ ସେହି ଗ୍ୟାସ ବାହାରିଯିବା ସମୟରେ ମୃତଦେହ ନିଜ ସ୍ଥାନରୁ ସାମାନ୍ୟ ଘୁଞ୍ଚିଲା ଭଳି ମନେହୁଏ।
ମୃତ ଶରୀରରୁ ବେଳେବେଳେ କାନ୍ଦିବା, ଦୀର୍ଘଶ୍ୱାସ ପକାଇବା କିମ୍ବା ଗୁଣୁଗୁଣୁ ହେବା ଭଳି ଶବ୍ଦ ମଧ୍ୟ ଶୁଣାଯାଏ। ପ୍ରକୃତରେ ପାଚନ ପ୍ରକ୍ରିୟା ସମୟରେ ଶରୀର ଭିତରେ ଜମା ହେଉଥିବା ଗ୍ୟାସ୍‌ ଓ ତରଳ ପଦାର୍ଥ ଯେତେବେଳେ ପାଟି କିମ୍ବା ନାକ ବାଟ ଦେଇ ବାହାରକୁ ଆସିବାକୁ ଚେଷ୍ଟା କରେ ସେତେେବେଳେ ଏଭଳି ଅଜବ ଶବ୍ଦ ସୃଷ୍ଟି ହୋଇଥାଏ। ଜୀବିତ ଅବସ୍ଥାରେ ମନୁଷ୍ୟ ଶରୀର ଯେଭଳି କୋଟି କୋଟି ଅଣୁଜୀବଙ୍କୁ ନେଇ ଗଠିତ ପରିସଂସ୍ଥା ହୋଇଥାଏ, ମୃତ୍ୟୁ ପରେ ବି ସେହି ଅଣୁଜୀବ ଶରୀରକୁ ମାଟିରେ ମିଶାଇବା ପାଇଁ ନିଜର କାମ ଜାରି ରଖନ୍ତି। ଏହି ଜୈବିକ ପ୍ରକ୍ରିୟା କେବଳ ଲୋକଙ୍କ ମନରୁ ଭୟ ଦୂର କରେ ନାହିଁ ବରଂ ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂଆ ଦିଗ ଦେଖାଇଛି। ବର୍ତ୍ତମାନ ଫରେନ୍ସିକ ବିଜ୍ଞାନୀମାନେ ମୃତଦେହରେ ଥିବା ଅଣୁଜୀବଙ୍କ ପରିବର୍ତ୍ତନକୁ ଆଧାର କରି ଏକ ମାଇକ୍ରୋବିୟାଲ କ୍ଲକ ବା ଜୈବିକ ଘଣ୍ଟା ପ୍ରସ୍ତୁତ କରିଛନ୍ତି। ଯାହାଦ୍ୱାରା ମୃତ୍ୟୁର ଠିକ ସମୟ ଜଣାପଡ଼ିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…

କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?