ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ; ୬ଜିଲାକୁ ଜାରି ହେଲା ଓ୍ବାର୍ନିଂ, ଏହି ସମୟରେ ଲ୍ୟାଣ୍ଡଫଲ୍

ଭୁବନେଶ୍ବର, ୨୭।୧୦: ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ । ଖବର ଲେଖାଯିବା ସୁଦ୍ଧା ଗୋପାଳପୁର ଠାରୁ ଦକ୍ଷିଣରେ ୩୮୦ କିମି ଦୂରରେ ରହିଥିବା ବେଳେ ବିଶାଖାପାଟଣା ଠାରୁ ଦକ୍ଷିଣପୂର୍ବର ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୫ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢୁଛି  ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାପରେ ଉତ୍ତରପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ୟାନମ ଉପକୂଳକୁ ଆସିବ । କାଲି ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ଆକଳନ କରାଯାଇଛି ।  ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ । ଝଟ୍‌କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।

ମଙ୍ଗଳବାରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ଦେଖାଦେବ। ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ଘଣ୍ଟାପ୍ରତି ବହିବା ନେଇ ସୂଚନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ୨୮ ତାରିଖ ବୁଧବାର ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାକୁ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

ଗ୍ରାମସଭାର ଅଧିକାର ଉପରେ ଆକ୍ରମଣ

ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନର ମୂଳ ଆତ୍ମା ହେଉଛି କ୍ଷମତାର ବିକେନ୍ଦ୍ରୀକରଣ ଏବଂ ସମାଜର ଶେଷଧାଡ଼ିର ମଣିଷକୁ ଶାସନ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭାଗୀଦାର କରାଇବା। ବିଶେଷକରି ଦେଶର…

ପୁନର୍ବାର ଲୁଲା

ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭା ୪ର୍ଥ ଥର ପାଇଁ ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ୮୦ ବର୍ଷୀୟ ଲୁଲା ବାମପନ୍ଥୀ ଟାଣୁଆ ନେତା ଭାବେ ଜଣାଶୁଣା।…

ଅତି ଭୀଷଣ ବାତ୍ୟା ରୂପ ନେଲା ଅର୍ଣ୍ଣବ, ଦକ୍ଷିଣ ଓଡ଼ିଶାର ସ୍କୁଲ-ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ଭୁବନେଶ୍ବର,୨୭।୧୦: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନବରଙ୍ଗପୁର, ରାୟଗଡ଼ା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଦୁଇ ଦିନ ବନ୍ଦ ରଖାଯିବା…

ମାତ୍ର ୧ ରନକୁ ନେଇ ହଟ୍ଟଗୋଳ; ବିସିସିଆଇ (BCCI) ନିକଟରେ ଅଭିଯୋଗ ଜଣାଇଲା ଦଳ ଜାଣନ୍ତୁ ପ୍ରକୃତ ଘଟଣା କ’ଣ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟରେ ଏକ ଅଦ୍ଭୁତ ବିବାଦ ସାମ୍ନାକୁ ଆସିଛି। ଏହି ଘଟଣାଟି ଏକ ‘ଅଣ୍ଡର-୧୯’ (Under-19) ଟୁର୍ଣ୍ଣାମେଣ୍ଟ ସମୟରେ ଘଟିଛି, ଯେଉଁଠାରେ ମାତ୍ର ଗୋଟିଏ ରନକୁ…

SRCଙ୍କ କଡ଼ା ଚେତାବନୀ, ବାତ୍ୟା ନେଇ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୭।୧୦(ବନ୍ଦନା ସେଠୀ): ସମ୍ଭାବ୍ୟ ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ମିଥ୍ୟା, ଭ୍ରମାତ୍ମକ ଓ ଅନୁମାନଭିତ୍ତିକ ପୂର୍ବାନୁମାନ ତଥା ସତର୍କ ସୂଚନା ପ୍ରସାରଣ କରୁଥିବା…

ଚାଞ୍ଚଲ୍ୟକର ତଥ୍ୟ, ଗ୍ଲୋବାଲ ୱାର୍ମିଂ ଯୋଗୁ ଅଟକିଗଲା ନୂଆ ‘ବରଫ ଯୁଗ’

ନୂଆଦିଲ୍ଲୀ,୨୭ା୧୦: ପ୍ରତିଷ୍ଠିତ ପତ୍ରିକା ‘ସାଇନ୍ସ’ରେ ପ୍ରକାଶିତ ଏକ ଚାଞ୍ଚଲ୍ୟକର ଗବେଷଣା ତଥ୍ୟ ଅନୁସାରେ, ପୃଥିବୀ ଆଜକୁ ପ୍ରାୟ ୨,୦୦୦ ବର୍ଷ ପୂର୍ବରୁ ଏକ ନୂତନ ‘ବରଫ ଯୁଗ’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?