Home

ବାଂଲାଦେଶ ଶରଣରେ ପଶିଲା ନେପାଳ

କାଠମାଣ୍ଡୁ,୨।୯: ନେପାଳ ଏବେ ବାଂଲାଦେଶ ଶରଣରେ ପଶିଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫୋନ କରି ୫୦ ହଜାର ଟନ୍‌ ୟୁରିୟା ଫର୍ଟିଲାଇଜର୍‌ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ନେପାଳରେ ୟୁରିୟାର ଅଭାବ ଯୋଗୁ ଚାଷୀମାନେ ଅସୁବିଧାର…

ଆରମ୍ଭ ହେଲା ପିତୃପକ୍ଷ

ପୁରୀ ଅଫିସ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ…

କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ ରାତିରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ସାହରପଡ଼ା ବ୍ଲକ ଗଣ୍ଡବେଡ଼ା ଗ୍ରାମରେ…

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ଶୀର୍ଷରେ ପହଞ୍ଚି ନ ଥିବା ସତର୍କ ସୂଚନା ଜାରି କରିଛନ୍ତି।…

୫ ମାସ ହେଲା ଖାଲି ପାଦରେ ଚାଲୁଛନ୍ତି ପୂର୍ବତନ ବିଧାୟକ, ପଛରେ ରହିଛି ଏହି କାରଣ

ପାଟନା, ୨।୯: ବିହାର ବିଧାନସଭା ନିର୍ବାଚନ ଚଳିତବର୍ଷ ଶେଷଆଡକୁ ହେବା ଅଛି। ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। ଏସବୁ ଭିତରେ ଜଣେ ପୂର୍ବତନ ବିଧାୟକ ଚର୍ଚ୍ଚାରେ ଅଛନ୍ତି। ସେ ଗତ ୫ ମାସ ହେବ ବିନା ଚପଲରେ…

ରିୟାଙ୍କ ସପକ୍ଷରେ ବାହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇ ପଡିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ସିବିଆଇ ଏବଂ ଇଡି ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ରିୟା…

ହାତରୁ ଯିବ କଶ୍ମୀର ପ୍ରସଙ୍ଗ: ଭକୁଆ ହେବ ପାକିସ୍ତାନ

ନୂଆଦିଲ୍ଲୀ, ୨।୯: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସରକାର ଜାତିସଂଘ ସୁରକ୍ଷା ପରିଷଦରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାକିସ୍ତାନ ଭକୁଆ ହେବ। ସବୁଦିନ ପାଇଁ କଶ୍ମୀର ପ୍ରସଙ୍ଗ ପାକିସ୍ତାନ ହାତରୁ ଚାଲିଯିବ। ସୁରକ୍ଷା ପରିଷଦ ଏଜେଣ୍ଡାରୁ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ…

୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜି ଉଦୟଗିରି ବଡ଼ସାହି ହେଲା କଣ୍ଟେନମେଣ୍ଟ ଜୋନ୍‌

ଜି ଉଦୟଗିରି, ୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ସହରରେ କିଛିଦିନ ହେବ କଣ୍ଟେନମେଣ୍ଟ ଜୋନ୍‌ ହଟିଥିବା ବେଳେ ବୁଧବାର ପୁଣିଥରେ ସହରର ସବୁଠାରୁ ବଡ଼ ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଉକ୍ତ ସାହିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ…

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ ଏକ ଅପରାଧରେ ଜଡିତ ଥିଲେ। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପୂର୍ବେ ପଳାତକ…

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି।…

ରାଜ୍ୟରେ ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

କପିଲଙ୍କୁ ଭାଜପାରେ ଯୋଗଦେବାକୁ ପରାମର୍ଶ ଦେଲେ ଅଠଓ୍ବାଲେ

ନୂଆଦିଲ୍ଲୀ,୨।୯: କଂଗ୍ରେସରେ ଚିଠିକୁ ନେଇ ବିବାହ ସୃଷ୍ଟି ହୋଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠୱାଲେ ଏଥିରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କୁ କଂଗ୍ରେସ ଛାଡି ଭାଜପାରେ ଯୋଗଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri