ପ୍ରଥମ ଦେଖାରେ ଏହି ସୁନ୍ଦରୀଙ୍କୁ ହୃଦୟ ଦେଇ ବସିଥିଲେ ପରେଶ ରାଓ୍ବଲ: ମଣ୍ଡପ ନୁହେଁ ଗଛମୂଳରେ କରିଥିଲେ ବିବାହ

ବମ୍ବେ: ବଲିଉଡ୍‌ର ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନଙ୍କ ବ୍ୟକ୍ତିଗତ ଜୀବନ ଖବର ଶିରୋନାମା ପାଲଟିଛି। ଏସବୁରୁ ସବୁଠୁ ବେଶି ଚର୍ଚ୍ଚିତ ହୋଇଥାଏ ସେମାନଙ୍କ ପ୍ରେମ ଜୀବନ। ସେଭଳି ଜଣେ ଅଭିନେତା ହେଲେ ପରେଶ ରାଓ୍ବଲ। ସ୍ବରୂପ ସମ୍ପତଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ ସେ। ଇତିମଧ୍ୟରେ ଉଭୟ ବିବାହ କରିବାର ୩୩ ବର୍ଷ ବିତିସାରିଛି। ହେଲେ ଆଜିବି ତାଙ୍କର ପ୍ରେମକାହାଣୀ ଶୁଣିଲେ ରୋଚକ ଲାଗେ।

ଗୋଟିଏ କଲେଜରେ ପାଠ ପଢ଼ୁଥିଲେ ପରେଶ-ସମ୍ପତ। ଉଭୟ ଥିଏଟର କଳାକାର ଥିଲେ। ପ୍ରଥମ ଦେଖାରେ ହିଁ ସମ୍ପତଙ୍କୁ ପସନ୍ଦ କରିଥିଲେ ପରେଶ। ସେଦିନ ସେ ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧିଥାନ୍ତି। ପରେଶ ତାଙ୍କୁ ଦେଖି ଦିନେ ନା ଦିନେ ତାଙ୍କୁ ବିବାହ କରିବେ ବୋଲି ବନ୍ଧୁଙ୍କୁ କହିଦେଇଥିଲେ। ହେଲେ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ଚୁପ୍‌ ରହିଥିଲେ। ପରେ ଏପରି କିଛି ଘଟିଲା ଯାହା ଉଭୟଙ୍କୁ ନିକଟତର କରିଥିଲା। ଏକଦା କଲେଜର ଏକ କାର୍ଯ୍ୟକ୍ରମରେ ପରେଶଙ୍କୁ ଷ୍ଟେଜ୍‌ରେ ଅଭିନୟ କରୁଥିବା ଦେଖି ବିଭୋର ହୋଇଯାଇଥିଲେ ସମ୍ପତ। ପରେ ସେ ପରେଶଙ୍କୁ ବ୍ୟକ୍ତିଗତ ଭାବେ ପ୍ରଶଂସା କରିଥିଲେ। ସେବେଠାରୁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା।

୧୯୭୯ରେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ସମ୍ପତ। ଏଥିରେ ସେ ବିଜେତା ହୋଇଥିଲେ ମଧ୍ୟ। ହେଲେ ଏହି ଘଟଣାକୁ ନେଇ ପରେଶ ଚିନ୍ତିତ ହୋଇଥିଲେ। କାଳେ ସମ୍ପତ ବଦଳିଯିବେ ସେ ସର୍ବଦା ତାହା ଭାବି ହେଉଥିଲେ। ମାତ୍ର ସେଭଳି କିଛି ହୋଇନଥିଲା। ଦୀର୍ଘ ଦଶ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୮୭ରେ ସମ୍ପତଙ୍କ ହାତ ଧରିଥିଲେ ପରେଶ। ବିବାହଟି ଅତ୍ୟନ୍ତ ଗୋପନୀୟ ଥିଲା।

୧୨୯ ବର୍ଷ ପରେ ସମ୍ପତଙ୍କ ପରିବାରର କେହି ବିବାହ କରୁଥିଲେ। ଏହି ବିବାହକୁ ସ୍ବତନ୍ତ୍ର କରିବାକୁ ଯାଇ କେବଳ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଗହଣରେ ଏକ ଗଛମୂଳରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟଙ୍କ ଦୁଇଟି ପୁଅ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri