ଦୁଇ ଦିନ ପର୍ଯ୍ୟନ୍ତ ଓବରୟ ହୋଟେଲ ବାହାରେ ଛିଡ଼ା ହୋଇଥିଲେ ଏହି ଅଭିନେତା: ଭଉଣୀଭିଣୋଇଙ୍କୁ ଗୁଳିମାରିଦେଇଥିଲେ ଆତଙ୍କବାଦୀ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଛି ବାରବର୍ଷ। ୨୦୦୮ ମସିହା ଆଜିର ଦିନରେ ଲସ୍କର-ଏ-ତୋଏବାର ଦଶଜଣ ଆତଙ୍କବାଦୀ ମୁମ୍ବାଇରେ ଆତଙ୍କ ଲୀଳା ଖେଳାଇଥିଲେ। ତିନିଦିନ ଧରି ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଅତର୍କିତ ଗୁଳିଚାଳନା କରିବା ସହ ଲୋକଙ୍କୁ ବନ୍ଦି କରି ରଖିଥିଲେ। ଘଟଣାରେ ୧୬୬ଜଣ ଲୋଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଥିଲେ ଅଭିନେତା ଆଶିଷ ଚୌଧୁରୀଙ୍କ ଭଉଣୀଭିଣୋଇ।

ଆଶିଶଙ୍କ ଭଉଣୀ ମୋଦିକା ଛାବରିୟା ଏବଂ ସ୍ବାମୀ ଅଜିତ ଟ୍ରାଇଡେଣ୍ଟ ହୋଟେଲରେ ଥିବା ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଗୁଳିଚାଳନା କରିଥିଲେ ଆତଙ୍କବାଦୀ ଫାହଦୁଲ୍ଲା ଏବଂ ଅବ୍ଦୁଲ ରେହମାନ ଛୋଟା। ଘଟଣା ବିଷୟରେ ଜାଣିବା ପରେ ଆଶିଷ ଦୁଇ ଦିନ ପର୍ଯ୍ୟନ୍ତ ହୋଟେଲ ବାହାରେ ଛିଡ଼ା ହୋଇଥିଲେ। ପରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ଘଟିଥିବା ତାଙ୍କୁ ଖବର ମିଳିଥିଲା। ଏହା ତାଙ୍କୁ ଭାଙ୍ଗି ଦେଇଥିଲା। ୪୦ ଦିନ ପର୍ଯ୍ୟନ୍ତ ସେ ଡିପ୍ରେସନକୁ ଚାଲିଯାଇଥିଲେ। ଯଦିଓ ଏବେ ଏହାକୁ ଅନେକ ବର୍ଷ ବିତିଯାଇଛି, ତଥାପି ଭଉଣୀଙ୍କ ମୁହଁ ଆଜିବି ତାଙ୍କ ଆଖି ଆଗରେ ନାଚି ଉଠେ। ସେ ତାଙ୍କର ଜଣେ ଭଲ ପ୍ରଶଂସକଙ୍କୁ ଝୁରି ହୁଅନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖ୍‌ଙ୍କ ଉପରେ ରାଗି ନିଜ ଜିନ୍ସ ଚିରିଦେଇଥିଲେ ସନ୍ନି ଦେଓଲ: ଜାଣନ୍ତୁ କାହିଁକି

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କର ଆଜି ଅର୍ଥାତ୍‌ ନଭେମ୍ବର ୨ ହେଉଛନ୍ତି ଜନ୍ମଦିନ। ଆଜି ସେ ୫୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଶାହାରୁଖ୍‌ଙ୍କ...

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର...

ଜାହ୍ନବୀଙ୍କ ଆଶା

ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍‌ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ...

ଅନ୍‌ଲାଇନ୍‌ କ୍ଲାସ୍‌ରେ ହିନ୍ଦୀ ଶିଖୁଛନ୍ତି ଏହି ଷ୍ଟାର୍‌ କିଡ୍‌

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ...

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର...

ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍‌ ତିଆରି କଲେ ଏହି ଅଭିନେତା

ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ...

ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏମାନେ

କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ...

ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ...

Play 250+ Trending Games
Archives

Model This Week

Why Dharitri