ସମୁଦ୍ର କୂଳରେ ଏମିତି ଦୃଶ୍ୟ ଦେଖି ଭୟରେ ଥରି ଉଠିଥିଲେ ମହିଳା, ଯାଞ୍ଚ୍‌ ପରେ ଜଣାପଡ଼ିଲା ସତ

ଓ୍ବାଶିଂଟନ,୨୬ା୧୧: ଆମେରିକାର ଫ୍ଲୋରିଡା ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ଜଣେ ମହିଳା ଏମିତି ଏକ ଜିନିଷ ଦେଖି ଭୟରେ ଥରି ଉଠିଥିଲେ। ସଙ୍ଗେ ସଙ୍ଗେ ମହିଳା ଜଣଙ୍କ ପୋଲିସକୁ ଫୋନ୍‌ କରି ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବା ପରେ ସତ ଉନ୍ମୋଚିତ ହୋଇଥିଲା।


ଫ୍ଲୋରିଡାରେ ରହୁଥିବା ଭଲେଣ୍ଟିୟର କ୍ୟାଥଲିନ୍‌ ନିଜର ଫେସ୍‌ବୁକ୍‌ ପେଜ୍‌ରେ ଏହି ଘଟଣା ସମ୍ପର୍କରେ ସମସ୍ତ କଥା ଲେଖିଛନ୍ତି। ସେ ଲେଖିଛନ୍ତି, ମୁଁ ଯେତେବେଳେ ସମୁଦ୍ର କୂଳରେ ବୁଲୁଥିଲି ମୋ’ ପାଦ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲି। ସଙ୍ଗେ ସଙ୍ଗେ ଆପାତ୍ତକାଳୀନ ନମ୍ବର ୯୧୧ରେ କଲ୍‌ କରିଥିଲି। ପୋଲିସ ଆସି ପହଞ୍ଚି ଯାଞ୍ଚ କରିବାରୁ ଏହା ମୃତଦେହ ନୁହେଁ ଏକ କଣ୍ଢେଇ ବୋଲି ଜାଣିବାକୁ ପାଇଥିଲା।


ସତ ଜାଣିବା ପରେ କ୍ୟାଥଲିନ୍‌ଙ୍କ ଭୟ ଦୂର ହୋଇଥିଲା। ସେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋ ଦେଖି ସୋସିଆଲ ମିଡିଆରେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ୩ ହଜାରରୁ ଅଧିକ ଲୋକ ଶେୟାର କରିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ହଜାରେରୁ ଊର୍ଦ୍ଧ୍ୱ କମେଣ୍ଟ ମଧ୍ୟ କରିଛନ୍ତି। କିଛି ଲୋକ ଲେଖିଛନ୍ତି, ସମୁଦ୍ରରେ କଣ୍ଢେଇ କେଉଁଠୁ ଆସିବ। ଇଏ ନିଶ୍ଚିତ ସମୁଦ୍ର ମାନବ। କିଛି ଲୋକ କହିଛନ୍ତି, ଆମେ ଖୁସି କି ଏହା ମୃତଦେହ ନୁହେଁ, ଏକ କଣ୍ଢେଇ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ସଂଖ୍ୟା ଟପିଲା ୩ ଲକ୍ଷ ୫୨ ହଜାର: ୫୬ ଲକ୍ଷରୁ ଅଧିକ ସଂକ୍ରମିତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୫: ପୃଥିବୀରେ କରୋନା ମହାମାରୀ ଯୋଗୁ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୫୬ ଲକ୍ଷ ୮୬...

ପାକିସ୍ତାନ ରିଲିଫ୍‌ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍‌,୧୯।୨: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭୂମିକମ୍ପ ପ୍ରଭାବିତ ତୁର୍କୀକୁ...

ମିତ୍ର ସରକାର ଗଠନ ପରେ ଆକ୍ରମଣ ହେବ ବନ୍ଦ: ରୁଷିଆ…

ମସ୍କୋ,୨୬।୯ : ରୁଷିଆ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣ ନେଇ ସ୍ପଷ୍ଟ ଭାବରେ କହିଛି ଯେ କେବଳ କ୍ୱିଭ୍‌ରେ ଏକ ମିତ୍ର ସରକାର ଗଠନ ପରେ...

କ୍ଷମତାରୁ ଯାଇପାରନ୍ତି ନେତାନ୍ୟାହୁ

ଜେରୁଜେଲମ୍‌ , ୧।୬: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ପଦ ହରାଇପାରନ୍ତି ବେଞ୍ଜାମିନ ନେତାନ୍ୟାହୁ। ବିରୋଧୀ ଦଳଗୁଡ଼ିକ ସହଯୋଗରେ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ବୋଲି...

ଅସୀମ ମୁନିର ପାକିସ୍ତାନର ପରବର୍ତ୍ତୀ ସେନା ମୁଖ୍ୟ

ଇସଲାମାବାଦ,୨୪।୧୧: ପାକିସ୍ତାନ ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରାଯାଇଛି। ଜେନେରାଲ ଅସୀମ ମୁନିର୍‌ ପାକିସ୍ତାନର ନୂତନ ସେନା ମୁଖ୍ୟ ହେବେ। ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌...

ଆଫଗାନିସ୍ତାନ: ପୃଥକ ପୃଥକ ବିସ୍ଫୋରଣରେ ୧୦ ମୃତ, ୧୭ ଆହତ

ଖୋଷ୍ଟ,୧୭।୧୨: ରାଜୌକ ଆଫଗାନ ନ୍ୟୁଜର ସୂଚନା ଅନୁଯାୟୀ ମଙ୍ଗଳବାର ସକାଳେ ଆଫଗାନିସ୍ତାନର ଖୋଷ୍ଟ ଅଞ୍ଚଳରେ ରାସ୍ତାକଡ଼ରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣରେ ଅତିକମ୍‌ରେ ୧୦ ଜଣ ସାଧାରଣ...

ଚନ୍ଦ୍ର ଦଖଲ ପାଇଁ ଚାଇନାର ଷଡ଼ଯନ୍ତ୍ର: ଚିନ୍ତାରେ ନାସା…

ଓ୍ବାଶିଂଟନ,୩।୧ : ପୃଥିବୀର ସମସ୍ତ ଦେଶ ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ମାନବ ବସତି ସ୍ଥାପନ ପାଇଁ ଏହି ଦୌଡ଼ ଚାଲିଛି। ତେବେ ଆମେରିକା ଏବଂ ଚାଇନା...

ସୂର୍ଯ୍ୟଙ୍କ ଅଦ୍ଭୁତ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌: ମହାକାଶ ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ହେଲେ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ନିରନ୍ତର ଉଦ୍ୟମ...

Advertisement
Archives

Model This Week