ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମ ସମ୍ପର୍କରେ ଭୁବନେଶ୍ୱରସ୍ଥ ମଳିପଡାରେ ଜନ୍ମିତ ରାଜବୀର କହନ୍ତି, ”ସାଧାରଣତଃ ଜଣେ ପୁରୁଷର ସଫଳତା ପଛରେ ନାରୀର ହାତ ଥାଏ। ହେଲେ ଜଣେ ନାରୀର ସଫଳତା ପଛରେ ଜଣେ ପୁରୁଷର କିପରି ଭୂମିକା ରହୁଛି ତାହା ଏହି ସିନେମାରେ ଦେଖିବାକୁ ମିଳିବ। ପୁରୁଷଟିର ହୃଦୟ ସିନା କଠୋର, ହେଲେ ତା’ ଭିତରେ ଜଣେ ସରଳ ମଣିଷ ଲୁଚିରହିଛି। ଏହି ରୋଲ୍‌ ପାଇଁ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡିଛି। କାରଣ ଏହି ଫିଲ୍ମରେ ମୋ ରୋଲ୍‌ରେ ରୋମାନ୍ସ ବ୍ୟତୀତ ଅଧିକ ଆକ୍ସନ ରହିଛି। ତେଣୁ ପ୍ରତିଦିନ ୩-୪ ଘଣ୍ଟା ଜିମ୍‌ରେ କଟାଇବାକୁ ପଡୁଛି। ତା’ ସହ ଡାଏଟିଂ ପ୍ରତି ଧ୍ୟାନ ଦେଉଛି। ବର୍ତ୍ତମାନ ମୁଁ ଆମ ଇଣ୍ଡଷ୍ଟ୍ରିରେ ନୂଆ। ତେଣୁ ଏହି ଭୂମିକାଟିକୁ ମୁଁ ଏକ ଚ୍ୟାଲେଞ୍ଜ ଭାବରେ ନେଇଛି।“ ରମେଶ ରାଉତଙ୍କ ନିର୍ଦ୍ଦେଶନା ଏବଂ ଅଜିତାଭ ମଲ୍ଲିକ ଏବଂ ମୋନିକା ଦାସଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଏହି ଫିଲ୍ମରେ ରାଜବୀରଙ୍କ ନାୟିକା ସାଜିଛନ୍ତି ଏଲିନା ସାମନ୍ତରାୟ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଅଛନ୍ତି କି ସୋନମ!

ବଲିଉଡ ଅଭିନେତ୍ରୀ ସୋନମ କପୁର ପ୍ରାୟ ଏକ ବର୍ଷ ପରେ ଭାରତ ଫେରିଛନ୍ତି। ସୋନମ ବିମାନବନ୍ଦରରେ ତାଙ୍କ ପିତା ଅଭିନେତା ଅନିଲ କପୁରଙ୍କୁ ଦେଖିବା ପରେ...

ଯାହା କରିବାକୁ ଇଚ୍ଛା ନ ଥିଲା ତାହା ବି କରିଛନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ରେ ନାୟିକା ହେବାର ସ୍ୱପ୍ନ ଦେଖୁଥିବା ଅନେକ ଅଭିନେତ୍ରୀ ବିଭିନ୍ନ ପ୍ରକାର ଉତ୍‌ଥାନ ପତନ ଦେଇ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ କେହି କେହି...

ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ବଲିଉଡର ସେଲିବ୍ରିଟିମାନେ ଆଜିକାଲି ସାଉଥ୍‌ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଆଗ୍ରହୀ ଅଛନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଯେ ଅଭିନେତ୍ରୀ ଜାନଭୀ କପୁର...

ବିମାନରେ କାର୍‌ ପାଇଁ ଭଡ଼ା ୫୦ ଲକ୍ଷ…

ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍‌ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍‌ ଭାରତକୁ ଆଣିଛନ୍ତି।...

ଅକ୍ଟୋବରରେ ରିଲିଜ୍‌ ହେବ ‘ଲୁଟ୍‌କେସ୍‌’

ମୁମ୍ବାଇ: ବଲିଉଡ୍‌ ଅଭିନେତା କୁନାଲ ଖେମୁ ଓ ଅଭିନେତ୍ରୀ ରସିକା ଦୁଗ୍ଗଲଙ୍କ ଫିଲ୍ମ ‘ଲୁଟ୍‌କେସ୍‌’ ଆସନ୍ତା ଅକ୍ଟୋବର ୧୧ରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି।...

‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’

ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର।...

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ...

‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’କୁ ମିଳିଲାନି ଓସ୍କାର

ଚଳିତବର୍ଷର ଓସ୍କାର ପୁରସ୍କାର ଘୋଷଣା କରାଯାଇଛି। ଓସ୍କାର ୨୦୨୩ରେ ଭାରତକୁ ଗୋଟିଏ ନୁହେଁ, ତିନୋଟି ବିଭାଗରେ ନାମାଙ୍କନ ମିଳିଥିଲା। ଶୌନକ ସେନ୍‌ଙ୍କ ‘ଅଲ ଦ୍ୟାଟ୍‌ ବ୍ରିଥ୍‌ସ’...

Advertisement
Archives

Model This Week