Home

ନବୀନ ପୁଣି ନମ୍ବର ଓ୍ବାନ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍‌ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍‌କା ମୁଡ୍‌ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।…

ପାଣ୍ଡ୍ୟା ଭାଇଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ହୃଦ୍‌ଘାତରେ ପିତାଙ୍କ ନିଧନ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ନିଧନ ହୋଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କ୍ରିକେଟ ସହ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ…

ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ ମନିଶ କୁମାର ପ୍ରଥମେ ଟିକା ନେଇଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଏମ୍ସ୍‌ର…

ପ୍ରତୀକ୍ଷାର ଅନ୍ତ ଘଟିଲା, ଆସିଲା କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୬।୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି। ଭାରତରେ ସର୍ବବୃହତ୍‌ ଟିକାକରଣ…

‘ସ୍ପୁଟ୍‌ନିକ୍‌-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧: ଭାରତ କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶ ତୁଳନାରେ ବେଶ୍‌ ଆଗୁଆ ରହିଛି। ଦେଶରେ ସାର୍ବଜନୀକ ଭାବେ କୋଭିଶିଲ୍ଡ୍‌ ଏବଂ କୋଭ୍ୟାକ୍ସିନ୍‌ର ଟିକାକରଣ ଆରମ୍ଭ କରାଯାଇଛି। ଇତିମଧ୍ୟରେ ରୁଷ୍‌ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ସ୍ପୁଟନିକ୍‌-ଭିର…

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ୍‌…

ଡଚ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ହେଗ୍‌, ୧୬।୧: ନେଦରଲାଣ୍ଡ୍‌ସରେ ଶିଶୁଯତ୍ନ ସବ୍‌ସିଡି ଦୁର୍ନୀତିକୁ ନେଇ ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍‌ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍‌ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ ତ୍ରୁଟିପୂର୍ଣ୍ଣ…

କମଲ ହାସନଙ୍କ ଦଳକୁ ଫେରିଲା ବ୍ୟାଟେରି ଟର୍ଚ୍ଚ ଚିହ୍ନ

ଚେନ୍ନାଇ, ୧୬।୧: କମଲ ହାସନଙ୍କ ଦଳ ମକ୍କଲ୍‌ ନିଧି ମୈୟମ (ଏମ୍‌ଏନ୍‌ଏମ୍‌)କୁ ପୁଣିଥରେ ‘ବ୍ୟାଟେରି ଟର୍ଚ୍ଚ’ ଚିହ୍ନ ମିଳିଛି। ଏକ ଭିଡିଓ ବାର୍ତ୍ତାରେ କମଲ ହାସନ ଏହି ସୂଚନା ଦେଇଛନ୍ତି। ନିଷ୍ପେଷିତମାନଙ୍କ ଉତ୍‌ଥାନ ପାଇଁ ଲଢ଼େଇ କରିଥିବା ମାର୍ଟିନ୍‌ ଲୁଥର କିଙ୍ଗ…

ଶତାଧିକ ଦଙ୍ଗାକାରୀ ଗିରଫ

ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍‌ବିଆଇ ନିର୍ଦ୍ଦେଶକ…

ନିଧି ରାଜଦାନ ଫିଶିଙ୍ଗ୍‌ ଶିକାର

ନୂଆଦିଲ୍ଲୀ,୧୬ା୧: ଏନ୍‌ଡିଟିଭିର ପୂର୍ବତନ ଖବରଦାତା ନିଧି ରାଜଦାନ ଫିଶିଙ୍ଗ୍‌ (ଅନ୍‌ଲାଇନ୍‌ ଠକେଇ)ର ଶିକାର ହୋଇଥିବା ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ନିଧି କହିଛନ୍ତି, ସେ ଅତ୍ୟନ୍ତ ଗମ୍ଭୀର ଫିଶିଙ୍ଗ୍‌ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ପାଖକୁ ହାଭାର୍ଡ ୟୁନିଭର୍ସିଟିରେ ଅଧ୍ୟାପନା ପାଇଁ…

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି। ସରକାର କାଳକ୍ଷେପଣ କୌଶଳ ଆପଣାଇ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଆଲୋଚନା କରୁଥିବା ଶୁକ୍ରବାର…

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?