Posted inଜାତୀୟ

କେନ୍ଦ୍ର-କୃଷକ ବୈଠକ ନିଷ୍ଫଳ

‘ନୂଆଦିଲ୍ଲୀ,୧୬ା୧(ପି.ଟି.): ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନଗୁଡ଼ିକର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶୁକ୍ରବାର ନବମ ପର୍ଯ୍ୟାୟ ବୈଠକ ନିଷ୍ଫଳ ହୋଇଛି। ସୁପ୍ରିମକୋର୍ଟ କୃଷି ଆଇନ ଉପରେ ସ୍ଥଗିତାଦେଶ ଜାରି କରି ବିଶେଷଜ୍ଞ କମିଟି ଗଠନ କରିବା ପରେ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ବୈଠକ। ତେବେ ଏଥିରୁ ମଧ୍ୟ କିଛି ସୁଫଳ ନ ମିଳିବାରୁ ଆସନ୍ତା ୧୯ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ପୁଣି ଥରେ ଆଲୋଚନା ହେବ ବୋଲି ସ୍ଥିର କରାଯାଇଛି।
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ଆୟୋଜିତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ, ବାଣିଜ୍ୟ ଓ ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ୪୦ରୁ ଊର୍ଦ୍ଧ୍ୱ କୃଷକ ସଙ୍ଗଠନର ପ୍ରତିନିଧି ଭାଗନେଇଥିଲେ। ଆନ୍ଦୋଳନରତ ଚାଷୀ ସଙ୍ଗଠନଗୁଡ଼ିକର ନେତାମାନେ କେନ୍ଦ୍ରର ୩ କୃଷି ଆଇନକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ନିଜ ଦାବି ଦୋହରାଇଥିଲେ। ସରକାର ସେମାନଙ୍କୁ ଅଧିକ ନରମ ହେବାକୁ ପରାଶର୍ମ ଦେଇଥିଲେ ଏବଂ କୃଷି ଆଇନରେ ଆବଶ୍ୟକ ସଂଶୋଧନ ପାଇଁ ରାଜି ଥିବା ଅବଗତ କରାଇଥିଲେ। ତେବେ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ପୂର୍ବ ଭଳି କୌଣସି ବିଷୟରେ ସହମତି ପ୍ରକାଶ ପାଇ ନ ଥିଲା। ସରକାର ୩ ଆଇନ ଉଚ୍ଛେଦ ପାଇଁ ରାଜି ହୋଇ ନ ଥିଲେ। ଆଲୋଚନା ଆରମ୍ଭରେ ତୋମାର କହିଥିଲେ, ଆମେ ଆପଣମାନଙ୍କ ଅନେକ ଦାବିକୁ ଗ୍ରହଣ କରିଛୁ। ଏହାସତ୍ତ୍ୱେ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ଥିବା ଓ ଏହାକୁ ଏକ ଅହଂକାରର ପ୍ରସଙ୍ଗରେ ପରିଣତ କରିଥିବା ଆପଣମାନେ କହିଚାଲିଛନ୍ତି। କିନ୍ତୁ ଆପଣମାନେ ମଧ୍ୟ ନରମ ହେବା ଆବଶ୍ୟକ। କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଉ ବୋଲି ଅଡ଼ିବସିବା ଅନୁଚିତ। ଫଳରେ ଆସନ୍ତା ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ବୈଠକ କରିବାକୁ ନିଷ୍ପତ୍ତି ହୋଇଥିବା ଚାଷୀ ନେତା ଯୋଗିନ୍ଦର ସିଂ ଉଗ୍ରହନ୍‌ ସୂଚନା ଦେଇଛନ୍ତି। ବୈଠକରେ ସାମିଲ ଥିବା ଅଲ୍‌ ଇଣ୍ଡିଆ କିଷାନ ସଂଘର୍ଷ କୋଅର୍ଡିନେଶନ କମିଟି (ଏଆଇକେଏସ୍‌ସିସି) ସଦସ୍ୟା କବିତା କୁରୁଗନ୍ତି କହିଛନ୍ତି, ଉଭୟ ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ପ୍ରତ୍ୟକ୍ଷ ଆଲୋଚନା ପ୍ରକ୍ରିୟା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟତମ ଚାଷୀ ନେତା ରାକେଶ ଟିକାଏତ କହିଛନ୍ତି, କୋର୍ଟଙ୍କ ଜରିଆରେ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ସୂତ୍ର ବାହାର କରାଯିବା ଉଚିତ ବୋଲି ସରକାର ଆମକୁ କହିଛନ୍ତି। ଆମେ ମଧ୍ୟ ଏଥିରେ ଏକମତ। ସମାଧାନର କିଛି ବାଟ ବାହାରିପାରେ।
ପ୍ରକାଶ ଯେ, ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ଟି ନୂଆ କୃଷି ଆଇନ ଆଣିଥିଲେ। ଏହାଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ହରାଇବେ ଏବଂ ସେମାନଙ୍କ ମୂଲଚାଲ କ୍ଷମତା ରହିବ ନାହିଁ ବୋଲି ଆଶଙ୍କା କରି ଆଇନକୁ ହଟାଯାଉ ବୋଲି ଦାବି କରୁଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଚାଷୀ ଦିଲ୍ଲୀ ସଂଲଗ୍ନ ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଶୀତ କାକର ସହି ୫୧ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ଅଚଳାବସ୍ଥା ଦୂର କରିବା ପାଇଁ ଜାନୁୟାରୀ ୮ରେ କେନ୍ଦ୍ର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଥିଲା। ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟା ନ ଯିବା ଯାଏ ଘରକୁ ଫେରିବୁ ନାହିଁ ବୋଲି କୃଷକମାନେ ଅଡ଼ିବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର

ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ...

ଲଗାତାର ୭ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୧୮।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୮ ଦିନ ଧରି...

ବିକ୍ରମ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ପଠାଇବ ନାସା

ନୂଆଦିଲ୍ଲୀ/ନ୍ୟୁୟର୍କ,୧୩-୯ :ଚନ୍ଦ୍ରୟାନ-୨କୁ ନେଇ ଇସ୍ରୋ ପକ୍ଷରୁ ଅହରହ ପ୍ରୟାସ ଜାରି ରହିଥିବାବେଳେ ଯୋଗଯୋଗ ଲାଗି ପ୍ରସ୍ତୁତି ଚାଲିଛି। ସମୟ ସରିଆସୁଥିବାବେଳେ ନାସା ଏଥିଲାଗି ସହଯୋଗର ହାତ...

ବିହାର-ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୬।୬: ବିହାର ଏବଂ ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ ବୋଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ବାସ୍ଥ୍ୟ ସୂଚକାଙ୍କ-୨୦୧୯ ରିପୋର୍ଟରେ ଦର୍ଶାଯାଇଛି। ବିହାର ୨୦...

ମୋତେ ହତ୍ୟା କରାଯିବାକୁ ଚାଲିଥିଲା ଚେଷ୍ଟା: ତେଜସ୍ବୀ

ପାଟନା,୨୩।୩: ବିହାରରେ ବଢୁଥିବା ଅପରାଧ ଏବଂ ବେରୋଜଗାରକୁ ନେଇ ମଙ୍ଗଳବାର ପାଟନାରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେପି ଗୋଲାମ୍ବରରୁ...

କରୋନା ଟେଷ୍ଟ୍‌ କିଟ୍‌ ଅଧିକ ଦାମରେ କାହିଁକି କିଣାଗଲା,ସରକାର କରନ୍ତୁ ସ୍ପଷ୍ଟ: କଂଗ୍ରେସ

ନୂଆଦିଲ୍ଲୀ,୨୭।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି କିଟ୍‌ ଚାଇନାରୁ ଅଣାଯାଇଛି। ଏହାର ଦାମ ୨୪୫ ଟଙ୍କା ଥିବାବେଳେ ଆମଦାନୀକାରୀ ଭାରତରେ ଏହାକୁ...

ମେଡ ଇନ ଇଣ୍ଡିଆ କଫ୍‌ ଶିରପ ମାରାତ୍ମକ: ଜୟରାମ ରମେଶ

ନୂଆଦିଲ୍ଲୀ,୨୯।୧୨: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରରେ ଏକ ଭାରତୀୟ କଫ୍‌ ସିରପ୍‌ ପିଇ ୧୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି,...

ସୁଶୀଲ ମୋଦିଙ୍କ ଟୁଇଟ୍‌କୁ ହଟାଇଲା ଟୁଇଟର

ପାଟନା,୨୬ ।୧୧: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ପୂର୍ବତନ ମୁଖମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ସହ ଭିତିରିଆ...

Advertisement
Archives

Model This Week