Posted inଜାତୀୟ

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ଚାପ ପକାଯାଉଛି। ଆମେରିକା ପକ୍ଷରୁ ଭାରତ ପ୍ରତି କୌଣସି କୋହଳ ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ ବୋଲି ଟ୍ରମ୍ପ୍‌ ସରକାର କହିଛନ୍ତି। ରୁଷ୍‌ ସହିତ ହୋଇଥିବା ଏହି ୫୫୦ କୋଟି ଡଲାରର ଏହି ଚୁକ୍ତି ପାଇଁ ହୁଏତ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଭଳି ଏକ ଚୁକ୍ତି ନେଇ ପୂର୍ବରୁ ତୁର୍କୀ ଉପରେ ଆମେରିକା କଟକଣା ଜାରି କରି ସାରିଛି। ଭାରତ ରୁଷ୍‌ଠାରୁ ୫ଟି ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ କିଣିବା ଲାଗି ଚୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ ଶୀଘ୍ର ନାଗରିକତ୍ୱ ହରାଇବେ ସୋନିଆ-ରାହୁଲ: ସୁବ୍ରମଣ୍ୟମ୍‌ ସ୍ବାମୀ

ହାଇଦ୍ରାବାଦ୍‌,୨୦।୨: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଖୁବ୍‌ ଶୀଘ୍ର ଭାରତର ନାଗରିକତ୍ୱ ହରାଇବେ ବୋଲି ଭାଜପା ନେତା ସୁବ୍ରମଣ୍ୟମ୍‌...

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି।...

ଉଦ୍ଧବଙ୍କ ଆଗରେ ୫ ଆହ୍ବାନ: ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ରଖିବାକୁ ହେବ ସନ୍ତୁଳନ !

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ଗଠନ ହେବାକୁ ଯାଉଛି। ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସମ୍ମୁଖରେ ୫ଟି ମୁଖ୍ୟ ଆହ୍ବାନ ଦେଖାଦେବ...

ଗର୍ଭବତୀଙ୍କ ଡେଲିଭରୀ କଲେ ବିଧାୟକ…

ଅଇଜ୍ୱଲ, ୧୨।୮: ଡାକ୍ତରରୁ ବିଧାୟକ ସାଜିଥିବା ବିଧାୟକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ଡେଲିଭରୀ କରିଛନ୍ତି। ମିଜୋରାମର ବିଧାୟକ ଜେଡ୍‌.ଆର୍‌. ଥିୟାମସଙ୍ଗା ଏଭଳି...

ପୁଣି ଘନେଇଲା ବିପଦ, ୪ ଭାରିଆଣ୍ଟ୍‌ ନେଇ ସତର୍କ ସୂଚନା ଜାରି କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ…

ନୂଆଦିଲ୍ଲୀ,୨୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ଦେଶ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ବିଶେଷଜ୍ଞ...

ମାଡ଼ି ଆସୁଛି ବାତ୍ୟା ‘ଅସନି’…

ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ...

ଡ୍ରୋନ୍‌ ଯୋଗେ ଗ୍ରେନେଡ୍‌ ପକାଇଛି ପାକିସ୍ତାନ

ଚଣ୍ଡିଗଡ଼, ୨୨ା୧୨: ପଞ୍ଜାବର ଗୁରୁଦାସପୁର ଜିଲାରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରୁ ସୀମା ସୁରକ୍ଷା ବଳ(ବିଏଏସ୍‌ଏଫ୍‌) ଓ ପୋଲିସ ୧୧ ଗ୍ରେନେଡ ଠାବ କରିଛି। ପାକିସ୍ତାନ...

ଏମାନେ ବି ଷ୍ଟାର…

କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ...

Advertisement
Archives

Model This Week