ନବୀନ ପୁଣି ନମ୍ବର ଓ୍ବାନ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍‌ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍‌କା ମୁଡ୍‌ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେ ଅନୁଯାୟୀ ନବୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦ୍ୱିତୀୟ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ତୃତୀୟ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଚତୁର୍ଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଞ୍ଚମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଷଷ୍ଠ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସପ୍ତମ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହ୍ବାନ ଅଷ୍ଟମ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବାନ୍ତ ନବମ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଦଶମ ସ୍ଥାନରେ ରହିଛନ୍ତି।
କୋଭିଡ୍‌ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଓ ଜୀବନ ବଞ୍ଚାଇବା କ୍ଷେତ୍ରରେ ଲୋକମାନେ ନବୀନଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ଯେତେବେଳେ ରାଜ୍ୟର ଅର୍ଥନୀତି ଦୁର୍ବଳ ହୋଇପଡିଥିଲା, ସେତେବେଳେ ମଧ୍ୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିଛନ୍ତି। ଯେତେବେଳେ ଲୋକମାନେ ଜୀବନ ଜୀବିକା ହରାଇଛନ୍ତି ସେତେବେଳେ ନବୀନଙ୍କୁ ଭରସା କରିଛନ୍ତି। ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବା ସହ ଦୁର୍ନୀତି ବିରୋଧୀ ଛବି ନବୀନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ କରିଛି। ପୂର୍ବରୁ ନବୀନ ଅନେକ ଥର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏବେ ବି ତାଙ୍କ ଛବି ଅମଳିନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯାଞ୍ଚ ହେବ ସ୍କୁଲ ବସ୍‌

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ପୁଣି ସ୍କୁଲ ବସ୍‌ ଓ ଅଟୋରିକ୍ସା ଯାଞ୍ଚ କଡ଼ାକଡ଼ି ହେବ । କୌଣସି ଗାଡ଼ି ଓଭରଲୋଡିଂ କରିବ ନାହିଁ । କ୍ଷମତା ଅନୁସାରେ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ଆତଙ୍କବାଦୀ ମୁକାବିଲା: ସମ୍ଭାବ୍ୟ ଆକ୍ରମଣ ନେଇ ମକ୍‌ ଡ୍ରିଲ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ପରିସରରେ ଶୁକ୍ରବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏହି ବ୍ୟବସାୟିକ କେନ୍ଦ୍ରରେ ଗ୍ରାହକଙ୍କ ଗହଳି ପରିବର୍ତ୍ତେ...

ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୧୨: ରାଜ୍ୟରେ ଗୁରୁବାର ୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ଆରୋଗ୍ୟ ଲାଭ କରିଛନ୍ତି ସର୍ବାଧିକ ୭୧ ଜଣ। ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧,...

ପରିବାରର ୩ ସମେତ ୪ କରୋନା ସଂକ୍ରମିତ: ଜିଲାରେ ଭୟର ବାତାବରଣ

ଜଗତ୍‌ସିଂହପୁର ଅଫିସ, ୬ା୫: ଜଗତ୍‌ସିଂହପୁର ଜିଲାକୁ ବୁଧବାର କରୋନା ଛୁଇଁଛି। ଜିଲାର ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ନାଉଗାଁ ବ୍ଲକ ଅଞ୍ଚଳର...

ପ୍ରବୀଣ କୁମାର ଆଇଜି ପର୍ସୋନେଲ

ଭୁବନେଶ୍ୱର,୧୨ା୫(ବ୍ୟୁରୋ)-୨୦୦୨ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଏସ. ପ୍ରବୀଣ କୁମାରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆଇଜି ପର୍ସୋନେଲ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ...

ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଶନିବାରବାର ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ...

ବିଜେଡି-ଭାଜପା ଟଣାଓଟରା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି। ଓଡ଼ିଶାର କେତେକ ସ୍ଥାନରେ...

୨ ଦିନିଆ ଓଡ଼ିଶା ଗସ୍ତରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର,୧୭।୯(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଆରମ୍ଭ କରାଯାଇଥିବା ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ତଦାରଖ କରିବା ସହ ରାଜ୍ୟରେ କଂଗ୍ରେସର ସ୍ଥିତି ପରଖିବାକୁ...

Advertisement
Archives

Model This Week