Posted inଖେଳ

ପାଣ୍ଡ୍ୟା ଭାଇଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼: ହୃଦ୍‌ଘାତରେ ପିତାଙ୍କ ନିଧନ

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଳ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ନିଧନ ହୋଇଛି। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କ୍ରିକେଟ ସହ ଅନ୍ୟାନ୍ୟ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ହାର୍ଦ୍ଦିକଙ୍କ ପରିବାରପ୍ରତି ସମବେଦନା ପ୍ରକାଶ କରୁଛନ୍ତି।

ହିମାଂଶୁ ଉଭୟ ପୁଅଙ୍କୁ ଭଗବାନଙ୍କ ଉପହାର ବୋଲି ଭାବୁଥିଲେ। ସମ୍ପର୍କୀୟମାନେ ସେମାନଙ୍କୁ କ୍ରିକେଟ ଖେଳାଇବାକୁ ଦିଅନ୍ତୁ ନାହିଁ ବୋଲି କହୁଥିଲେ। ହେଲେ ହିମାଂଶୁ ତାହା ଶୁଣି ନ ଥିଲେ। ଏବେ ଉଭୟଙ୍କୁ ସଫଳ ହେବା ଦେଖିବା ପରେ ଲୁହ ରୋକି ହୁଏନା ବୋଲି ଏକଦା ସେ ସାକ୍ଷାତକାରରେ କହିଥିଲେ।

ତେବେ ହାର୍ଦ୍ଦିକ ଏବେ ସୀମିତ ଓଭର ସିରିଜ୍‌ ଖେଳି ସ୍ବଦେଶ ଫେରିଛନ୍ତି। ନିକଟରେ ସେ ପିତା ହୋଇଥିବା ବେଳେ ନିଜ ପରିବାର ସହ ସମୟ ବିତାଉଥିଲେ। ସେହିଭଳି କ୍ରୁଣାଳ ସୈୟଦ ମୁସ୍ତାକ ଅଲି ଟ୍ରଫିର ନେତୃତ୍ୱ ନେଉଥିଲେ। ଏବେ ପିତାଙ୍କ ନିଧନ ଶୁଣି ସେ ବାୟୋ-ବବଲ ଛାଡ଼ି ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଘଣ୍ଟା ଯାଏ ଚାଲିଲା ସର୍ଜରି

ମୁମ୍ବାଇ,୭।୧: କାର୍‌ ଦୁର୍ଘଣାରେ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଗୋଟିଏ ସର୍ଜରି ଶେଷ ହୋଇଛି। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ୩ ଘଣ୍ଟା...

ଯୌନ, ଭାବନାତ୍ମକ ଶୋଷଣ ଅଭିଯୋଗରେ ସାଲାଜାର ଆଜୀବନ ବାସନ୍ଦ

ଟୋକିଓ,୨୮।୭(ଏପି): ଟ୍ରାକ୍‌ କୋଚ୍‌ ଆଲବେର୍ଟୋ ସାଲାଜାର ଯୌନ ଓ ଭାବନାତ୍ମକ ଶୋଷଣ ଅଭିଯୋଗରେ ଆଜୀବନ ବାସନ୍ଦ ହୋଇଛନ୍ତି। ୟୁଏସ୍‌ ସେଣ୍ଟର ଫର୍‌ ସେଫ୍‌ସ୍ପୋର୍ଟ ଦ୍ୱାରା ସେ...

ଖ୍ରୀଷ୍ଟମାସ ଅବସରରେ ସାଣ୍ଟା କ୍ଲଜ ପୋଷାକରେ ଶୁଭେଚ୍ଛା ଜଣାଇଲେ ସଚିନ

ନୂଆଦିଲ୍ଲୀ,୨୫ା୧୨- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଶୁକ୍ରବାର ସାଣ୍ଟା କ୍ଲଜ ପୋଷାକ ପରିଧାନ କରି ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ଭିଡିଓ ଶେୟାର...

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି...

ଇତିହାସର କଥା

ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ଆନୁକୂଲ୍ୟରେ ୧୯୭୧ରେ ଆରମ୍ଭ ହୋଇଥିଲା ହକି ବିଶ୍ୱକପ। ପ୍ରତିଯୋଗିତାର ସର୍ବ ପ୍ରଥମ ସଂସ୍କରଣରେ ପାକିସ୍ତାନ ପିନ୍ଧିଥିଲା ବିଜୟ ମୁକୁଟ। ସ୍ପେନର...

ପଞ୍ଜାବଠାରୁ ଓଡ଼ିଶା ପରାସ୍ତ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡରେ ଓଡ଼ିଶା ପ୍ରଥମ ପରାଜୟ ସ୍ବାଦ ଚାଖିଛି। କ୍ୟାପିଟାଲ ଫୁଟବଲ ଆରେନାରେ...

‘ବନ୍ଦେ ମାତରମ୍‌’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍‌

ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍‌ ପରେ ଗୋଟିଏ ବି...

ଟିମ୍‌ ଇଣ୍ଡିଆ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ କହିଲେ ପ୍ରାକ୍ତନ ଖେଳାଳି

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ...

Advertisement
Archives

Model This Week