ଶତାଧିକ ଦଙ୍ଗାକାରୀ ଗିରଫ

ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍‌ବିଆଇ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର କହିଛନ୍ତି।
ବାଇଡେନ୍‌ଙ୍କ ବିଜୟକୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି କ୍ୟାପିଟୋଲ ବିଲ୍ଡିଂରେ କଂଗ୍ରେସର ମିଳିତ ଅଧିବେଶନ ଚାଲିଥିବାବେଳେ ଏହାକୁ ଭଣ୍ଡୁର କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ହଜାର ହଜାର ସମର୍ଥକ ସେଠାରେ ଧସେଇ ପଶି ଦଙ୍ଗା ସୃଷ୍ଟି କରିଥିଲେ। ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ। କ୍ୟାପିଟୋଲ ବିଲ୍ଡିଂକୁ ଦଖଲ କରିବା ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଆହୁରି ଅନେକ ଗିରଫ ହୋଇପାରନ୍ତି। ବାଇଡେନ୍‌ଙ୍କ ଶପଥ ପୂର୍ବରୁ ଅନ୍‌ଲାଇନ ଚାଟରଙ୍କୁ ନେଇ ଚିନ୍ତା ବଢ଼ୁଛି। କ୍ୟାପିଟୋଲ ହିଲ୍‌ ହିଂସା ପୁଣିଥରେ ସଂଘଟିତ କରିବା ପାଇଁ କେତେଜଣ ଯୋଜନା କରୁଥିବାରୁ ଏହା ଉପରେ ସୁରକ୍ଷା ସଂସ୍ଥାଗୁଡ଼ିକ କଡ଼ା ନଜର ରଖିଛନ୍ତି। ୨୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଗଲାଣି। ଦଙ୍ଗାକାରୀଙ୍କୁ ଚିହ୍ନଟ ଲାଗି ଏଫ୍‌ବିଆଇକୁ ୧,୪୦,୦୦୦ ଟିପ୍‌ ମିଳିଥିବା ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି। ଏଫବିଆଇର ପଦକ୍ଷେପକୁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ପ୍ରଶଂସା କରିଛନ୍ତି।

 

ବାଇଡେନ୍‌ଙ୍କ ଶପଥ ଉତ୍ସବରେ ଲେଡି ଗାଗା, ଜେନିଫର ପ୍ରଦର୍ଶନ କରିବେ

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ୨୦ ତାରିଖରେ ଶପଥ ନେବାକୁ ଯାଉଥିବାବେଳେ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପପ୍‌ ଗାୟିକା ଜେନିଫର ଲୋପେଜ୍‌ ଏବଂ ଲେଡି ଗାଗା ଯୋଗଦେବେ। ଗାଗା ଜାତୀୟ ସଙ୍ଗୀତ ଗାନ କରିବାକୁ ଥିବାବେଳେ ଲୋପେଜ୍‌ କ୍ୟାପିଟୋଲର ଓ୍ବେଷ୍ଟ ଫ୍ରଣ୍ଟରେ ସଙ୍ଗୀତ ପରିବେଷଣ କରିବେ। ୭୮ ବର୍ଷୀୟ ବାଇଡେନ୍‌ଙ୍କ ସହ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ (୫୬) ମଧ୍ୟ ଏହି ଉତ୍ସବରେ ଶପଥ ଗ୍ରହଣ କରିବେ। ତେବେ କରୋନା ମହାମାରୀ ଓ ସୁରକ୍ଷାଗତ କାରଣକୁ ନେଇ ଉତ୍ସବକୁ କାଟଛାଣ୍ଟ କରାଯାଇଛି। ଶପଥ ଗ୍ରହଣ ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭର୍ଚୁଆଲି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri