ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ
ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ ନିର୍ଯାତନା ଦିଆଯିବା ସହ ଗାଁରୁ ବିତାଡ଼ିତ କରିଛନ୍ତି ମାଓବାଦୀ। ଦୁଇଦିନ ତଳେ ସ୍ବାଭିମାନ ଅଞ୍ଚଳର…
ଥରିବ ଉତ୍ତର ଭାରତ: ୪ ଦିନ ଜାରି ରହିବ ଶୀତ ଲହରୀ
ନୂଆଦିଲ୍ଲୀ,୨୨।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଆଗାମୀ ୪ ଦିନ ଧରି ପ୍ରବଳ ଥଣ୍ଡା ଜାରି ରହିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୀତ ଲହରୀ ଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ…
ଜିଏସ୍ଟି ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ରାଉରକେଲା ଅଫିସ, ୨୨।୧୨: ରାଉରକେଲା ଜିଏସ୍ଟି ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଅଲେଖ ଜିଏସ୍ଟି ଅଫିସର ଭାବେ କମର୍ସିଆଲ…
ଧାନ କିଣାକୁ ବିରୋଧ କରି ରାଜରାସ୍ତାରେ ଚାଷୀ
ପଦ୍ମପୁର,୨୨ା୧୨(ଡି.ଏନ୍.ଏ.): ବରହମପୁର ସେବା ସମବାୟ ସମିତିରେ ସ୍ବୟଂ ସହାୟକ ଗୋଷ୍ଠୀର ଧନ କିଣାକୁ ବିରୋଧ କରି ମଙ୍ଗଳବାର ଚାଷୀମାନେ ଧାନ ବୋଝେଇ ଟ୍ରକ ଓ ଟ୍ରାକ୍ଟର ରଖି ଇଚ୍ଛାପୁର ଠାରେ ରାସ୍ତାରୋକୋ କରିଛନ୍ତି। ଭଦ୍ରକ ବାସୁଦେବପୁର ଓ ଭଦ୍ରକ ଚାନ୍ଦବାଲି ରାସ୍ତାର…
ଅଙ୍ଗନବାଡ଼ି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର ଅଫିସ,୨୨ା୧୨: ଆୟବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୌର ପରିଷଦର ୯ ନଂ ଓ୍ବାର୍ଡର ଅଙ୍ଗନବାଡ଼ି କର୍ମୀ ନମିତା ଦଳାଇଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକା ସାଙ୍ଗରେ ୫ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି। ମିଳିଥିବା…
ପ୍ରାଣୀଙ୍କ ସହ ସମୟ ବିତାଉଛନ୍ତି ଟିମ୍ ଇଣ୍ଡିଆର ଏହି ଖେଳାଳି
ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟଶ୍ ଆୟର ଆଇପିଏଲ୍ରେ ନିଜ ଦଳକୁ ଫାଉନାଲକୁ ନେଇ ପାରିଥିଲେ। ମାତ୍ର ଇଣ୍ଡିଆ-ଅଷ୍ଟ୍ରେଲିଆ ସିରିଜ୍ରେ ସେ ସେମିତି କିଛି କମାଲ କରିପାରିଲେ ନାହିଁ। ଏହି କାରଣ ପାଇଁ ତାଙ୍କୁ ଟେଷ୍ଟ ମ୍ୟାଚ୍ରେ ସ୍ଥାନ ମିଳିଲା…
ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍ କରି ମୋଦି ଦେଲେ ସୂଚନା
ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଯୋଗୁ ଏହା ସମ୍ଭବ ହୋଇପାରିଥିବା ମୋଦି କହିଛନ୍ତି। ୨୦୧୮ରେ ଭାରତରେ ଚିତାବାଘଙ୍କ ସ୍ଥିତି ସମ୍ପର୍କିତ…
ଏସବୁ ୫ ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ…
ପ୍ରେମ ନେଇ ସଭିଙ୍କ ମନରେ ଥାଏ ସମ୍ବେଦନଶୀଳତା। ତେବେ କେତେକ ଲୋକ ଆରେଞ୍ଜ୍ ମ୍ୟାରେଜ୍କୁ ପସନ୍ଦ କରୁଥିବାବେଳେ କିଛି ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି। ମନରେ ଏଭଳି ଭାବନା ସୃଷ୍ଟି କ୍ଷେତ୍ରରେ ଜନ୍ମ ଜାତକରେ ଗ୍ରହଙ୍କ ଯୋଗ ଏବଂ ସ୍ଥିତି ଗୁରୁତ୍ୱପୂର୍ଣ୍ଣ…
ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ
ଓ୍ବାଶିଂଟନ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହ୍ବାଇଟ୍ ହାଉସ୍ ଛାଡିବା ପୂର୍ବରୁ ମୋଦିଙ୍କୁ ସମ୍ମାନୀତ କରିଛନ୍ତିି। ମୋଦିଙ୍କୁ ଟ୍ରମ୍ପ୍ ‘ଲିଜନ ଅଫ୍ ମେରିଟ୍’ ସମ୍ମାନ ପ୍ରଦାନ କରିଛନ୍ତିି। ଭାରତ ଆମେରିକା ମଧ୍ୟରେ…
ଅଠରନଳା ପୁରୁଣା ବ୍ରିଜ୍ରେ ବାଇକ୍ ଚଳାଚଳ ବନ୍ଦ
ପୁରୀ ଅଫିସ,୨୨।୧୨:ଅଠରନଳା ପୁରୁଣା ବ୍ରିଜ୍ ଉପରେ ଦୁଇଚକିଆ ଯାନ ଚଳାଚଳ ବନ୍ଦ ରହିବ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର ଏ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଛି। ପୂର୍ବରୁ…
ଫିଲ୍ମରେ ଆକ୍ସନ ସିନ୍ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ସୋନୁ ସୁଦ ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଏବେ ବି ତାଙ୍କର ଲୋକଙ୍କୁ ସାହାଯ୍ୟ କରିବା କାମ ଜାରିରହିଛି।…
ଦୂର ହେଉନି ଅଚଳାବସ୍ଥା
ନୂଆଦିଲ୍ଲୀ, ୨୨।୧୨: କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ୨୬ ଦିନରେ ପହଞ୍ଚତ୍ଥିବାବେଳେ ସମାଧାନର ବାଟ ବାହାରିପାରୁନାହିଁ। ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଚାଷୀମାନେ ପ୍ରବଳ ଶୀତ କାକରରେ ପଡ଼ି ରହିଛନ୍ତି। ଇତିମଧ୍ୟରେ ଆନ୍ଦୋଳନରତ ୨୫ ଜଣ ଚାଷୀଙ୍କର ମୃତ୍ୟୁ…
Archives


