ଲୋପ ପାଇଲାଣି ଶ୍ରମଜୀବୀଙ୍କ ଟନିକ୍‌

ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ବର୍ଷା ଦିନରେ ମୁଖ୍ୟ ଫସଲ ଭାବେ ମାଣ୍ଡିଆ, ମକା, ବାଜରା ଚାଷ କରି ଆସୁଥିଲେ। ଏହିକ୍ରମରେ ପ୍ରାୟ ୭/୮ ବର୍ଷ ପୂର୍ବେ ଜିଲାର ୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିଲା। ଏଠାରୁ କଟକ ବାଣିଜ୍ୟ କେନ୍ଦ୍ରକୁ ବହୁ ପରିମାଣରେ ମାଣ୍ଡିଆ ରପ୍ତାନି ହେଉଥିଲା। ହେଲେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ମାଣ୍ଡିଆ ଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି।
ମଣିଷର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ ମାଣ୍ଡିଆ ସହାୟକ ହୋଇଥାଏ। ଗ୍ୟାଷ୍ଟ୍ରିକ, ମଧୁମେହ ସହ ଯାବତୀୟ ପେଟରୋଗ ଏବଂ ଅନ୍ଧାରକଣା ରୋଗରୁ ମୁକ୍ତି ପାଇଁ ଲୋକେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଗ୍ରାମାଞ୍ଚଳ ଲୋକ ବିଶେଷକରି ଶ୍ରମଜୀବୀଙ୍କ ପ୍ରମୁଖ ଖାଦ୍ୟ ଥିଲା ଏହି ଶସ୍ୟ। ଚାଷୀମାନେ ଏହାକୁ ବର୍ଷସାରା ସୁରକ୍ଷିତ ରଖି ଅଭାବ ସମୟରେ ବ୍ୟବହାର କରି ଆସୁଥିଲେ। ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ସମିଆଁ ଗ୍ରାମର ଚାଷୀ ଜଗବନ୍ଧୁ ବିଶ୍ୱାଳ ଓ ଶାଳପଡ଼ାର ଚୌଧୁରୀ ଲମାଐ କୁହନ୍ତି, ପୂର୍ବରୁ ମାଣ୍ଡିଆ ଚାଷର ବହୁତ ଚାହିଦା ଥିଲା। ଏବେ ହାଇବ୍ରିଡ୍‌ ବିହନ, ରାସାୟନିକ ସାର ଓ କୀଟନାଶକ ଉପରେ ଚାଷୀ ନିର୍ଭରଶୀଳ। ଏପରିକି ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ମଞ୍ଜିକୁ ନେଇ ଚାଷ କରାଯାଉଛି। ଏହାସାଙ୍ଗକୁ ବାହାରୁ ବଜାରକୁ ହାଇବ୍ରିଡ୍‌ ମାଣ୍ଡିଆ ଆସୁଥିବାରୁ ଆଉ ଦେଶୀ ମାଣ୍ଡିଆର ଚାହିଦା ରହୁନାହିଁ। ତେଣୁ ଏହାର ଚାଷ ପାଇଁ ଚାଷୀଙ୍କ ଆଗ୍ରହ କମିଯାଉଛି ବୋଲି ସେମାନେ କହିଛନ୍ତି।
ଅଧିକରୁ ଅଧିକ ରାସାୟନିକ ସାରର ବ୍ୟବହାର ଫଳରେ ପର୍ଯ୍ୟାୟକ୍ରମେ ଜମିର ଉର୍ବରତା ନଷ୍ଟ ହେଉଛି। ଫଳରେ ଗୋଟିଏ ଜମିରେ ବିଭିନ୍ନ ଫସଲ ଉପୁଜିବା ସ୍ବପ୍ନ ସଦୃଶ ହେଉଛି। ଏହିକ୍ରମରେ ଅଧିକାଂଶ ଚାଷୀ କେବଳ ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଦେଶୀ ମାଣ୍ଡିଆ ଫସଲ ହୋଇପାରୁ ନ ଥିବାବେଳେ ବଜାରରେ ଏହି ଶସ୍ୟର ସ୍ଥାନ ନେଇଛି ହାଇବ୍ରିଡ୍‌ ମାଣ୍ଡିଆ। ପୂର୍ବରୁ ଜୈବିକ ଉପାୟରେ ପ୍ରସ୍ତୁତ ମାଣ୍ଡିଆ ମଣିଷର ସାମଗ୍ରିକ ବିକାଶରେ ପୂର୍ଣ୍ଣ ସହାୟକ ହେଉଥିଲା। ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ମାଣ୍ଡିଆଜାଉ କରି ଲୋକମାନେ ଖାଉଥିଲେ। ଏହି ଖାଦ୍ୟରେ ମଣିଷକୁ କାର୍ବୋହାଇଡ୍ରେଟ୍ସ ମିଳିବା ସହ ପ୍ରଚୁର ପରିମାଣର ଖଣିଜ ଲବଣ, ଭିଟାମିନ ତଥା ବିଭିନ୍ନ ପ୍ରକାର ଏନ୍‌ଜାଇମ ଓ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ। ଆଗକାଳରେ ଗର୍ଭବତୀ ମହିଳାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହି ଖାଦ୍ୟ ବେଶ୍‌ ଉପଯୋଗୀ ହୋଇ ପାରୁଥିଲା। ଶିଶୁର ମାନସିକ ଓ ଶାରୀରିକ ବିକାଶ ପାଇଁ ମଧ୍ୟ ଏହି ଖାଦ୍ୟ ଅତୀତରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏବେ ସେଭଳି ପାରମ୍ପରିକ ମାଣ୍ଡିଆ ଖୋଜିଲେ ମିଳୁନାହିଁ। ଏହା ବଦଳରେ ବର୍ତ୍ତମାନ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଚାଉଳ ବ୍ୟବହାର କରିବା ଫଳରେ ମଣିଷ କେବଳ କାର୍ବୋହାଇଡ୍ରେଟ୍ସ ଖାଦ୍ୟ ପାଉଛି ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ନିଜ ସ୍ବାର୍ଥକୁ ଆଖି ଆଗରେ ରଖି ଚକ୍ରାନ୍ତ ଚଳାଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।
ଜିଲା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନଙ୍କୁ ପଚାରିବାରୁ ସେ କହିଛନ୍ତି, ଆଧୁନିକତାର ପ୍ରଭାବରେ ମାଣ୍ଡିଆ ଚାଷ ଓ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରିବାରେ ଆନ୍ତରିକତା ହ୍ରାସ ପାଇବାରେ ଲାଗିଛି। ସାରା ରାଜ୍ୟରେ ମାଣ୍ଡିଆ ଚାଷକୁ ଆଉ ଆଗଭଳି ଗୁରୁତ୍ୱ ଦିଆଯାଉନାହିଁ। ଚାହିଦା କମି ଯିବାରୁ ବିହନ ବିକ୍ରୟ କେନ୍ଦ୍ରରେ ପ୍ରାୟ ମାଣ୍ଡିଆ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?