ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍‌ ଚେନ୍‌ ‘ମାକ୍‌ ଡୋନାଲ୍ଡସ୍‌’ ଚାଇନାରେ ସ୍ପାଇସି ଚିଲି ଅଏଲ୍‌ ଆଇସ୍‌କ୍ରିମ୍‌ ଲଞ୍ଚ୍‌ କରିଛି। ଏହାକୁ ଖାଇବା ତ ଦୂରର କଥା ଦେଖିବା ମାତ୍ରେ ଦେହରୁ ଝାଳ ବାହାରିଯିବ। ଥଣ୍ଡା, ମିଠା ଆଇସ୍‌କ୍ରିମ୍‌ ଉପରେ ମସଲାଯୁକ୍ତ ଲାଲ ଚଟଣି ସିଞ୍ଚି ଏହାକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଚାଇନାର ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଆଇସ୍‌କ୍ରିମ୍‌ ନାମରୁ ସ୍ପଷ୍ଟ ଜଣାପଡୁଛି ଯେ, ଆଇସକ୍ରିମ୍‌ ସହ ଲଙ୍କା ଏବଂ ତେଲ ମିଶ୍ରଣ କରାଯାଇଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାର ନାମକୁ ନେଇ ମଜାକ୍‌ ଉଡାଉଛନ୍ତି।
ଏହାକୁ ଖାଇବା ପରେ ଜଣେ ୟୁଜର ଲେଖିଛନ୍ତି, ମତେ ଚିଲି ଅଏଲ୍‌ ବହୁତ ପସନ୍ଦ ଏବଂ ଆଇସ୍‌କ୍ରିମ୍‌ ମଧ୍ୟ। ତେଣୁ ଏହି ଆଇସ୍‌କ୍ରିମ୍‌ ମୋତେ ବହୁତ ଭଲ ଲାଗୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୧୬ ।୩: ଉତ୍ତର କୋରିଆ ଗୁରୁବାର ସକାଳେ ପୁଣିଥରେ ଅନ୍ତରମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି...

ଧୋକା ଦେଲା କରୋନା ଟିକା: ଅଧାରୁ ପରୀକ୍ଷଣ ବନ୍ଦ

ଓ୍ବାଶିଂଟନ, ୯।୯: ପୃଥିବୀ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଏବେ ଲୋକଙ୍କ ଆଶା ନିରାଶାରେ ପରିଣତ ହୋଇଛି। ଏଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା...

ଭ୍ୟାଲେଣ୍ଟାଇନ୍‌ ସ୍ପେଶାଲ: ଯେଉଁଠି ପ୍ରେମ ପାଇଁ ପ୍ରତିବନ୍ଧକ ସାଜିନି ଶାରୀରିକ ଅକ୍ଷମତା

ପ୍ରେମ ଶାଶ୍ୱତ ଓ ସୁନ୍ଦର। ଏହା ଦେଖେନା ଜାତି, ଅଜାତି କି ସୁନ୍ଦର ରୂପରଙ୍ଗ। ଖାଲି ଜଣଙ୍କର ମନ ସହ ଆଉ ଜଣଙ୍କର ମନ ମିଶିଗଲେ...

ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ, ୨୦ ସହରରେ ଏକତା ପଦଯାତ୍ରା…

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ...

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ...

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ...

ଘଣ୍ଟାରେ ୨୩ଥର ମୁହଁରେ ହାତ ମାରନ୍ତି ଲୋକେ !

ଓ୍ବାଶିଂଟନ,୩୧।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା...

ପିଲା ମନନେଇ ଲେଖେ

ତାଙ୍କର ପାଠ ପଢିବାର ଝୁଙ୍କ୍‌ ଥିଲା ବହୁତ। ଅର୍ଥାଭାବ ପାଇଁ ସେ ପଢ଼ା ଖର୍ଚ୍ଚ ଉଠେଇବାକୁ ଖବରକାଗଜର ଏଜେନ୍ସି ନେଇ ହକର ସାଜିିଲେ । ପରେ...

Advertisement
Archives

Model This Week