ଯାନ ବାହାରେ ମହାକାଶ ବିଚରଣ

ମହାକାଶଚାରୀମାନେ ମହାକାଶଯାନ ଭିତରେ ଅତି ଯତ୍ନର ସହିତ ମହାକାଶକୁ ଯାଆନ୍ତି ଓ ଯାନ ଭିତରେ ରହି ଗବେଷଣା କରନ୍ତିି, ପୁଣି ପୃଥିବୀକୁ ଫେରି ଆସନ୍ତିି। କିନ୍ତୁ ଦରକାର ପଡିଲେ ସେମାନେ ଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଉଡ଼ି ଉଡ଼ି କାମ ବି କରନ୍ତିି। ମହାକାଶଯାନ ଓ ମହାକାଶ ଗବେଷଣା କେନ୍ଦ୍ରର ବାହାର ପଟେ ମରାମତି କରନ୍ତି। ମହାକାଶଯାନ ବାହାରକୁ ଆସି ମଧ୍ୟ ଗବେଷଣା କରନ୍ତି। ଯାନ ବାହାରେ ମୁକ୍ତ ମହାକାଶରେ ପରୀକ୍ଷଣ ଯନ୍ତ୍ରପାତିର କାର୍ଯ୍ୟ ଦକ୍ଷତା ମାପ କରନ୍ତି। କଥାଟା ଆମର ବିଶ୍ୱାସ ହେଉନି। କିନ୍ତୁ ଏହା ସତ। ମହାକାଶଯାନ ବାହାରକୁ ସେମାନଙ୍କୁ ଆସିବାକୁ ପଡ଼େ। ମହାକାଶଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଚଲାବୁଲା କରିବା ପ୍ରକ୍ରିୟାକୁ ‘ସ୍ପେଶ୍‌ଓାକ୍‌’ ବୋଲି କୁହାଯାଏ। ଅବଶ୍ୟ ୧୯୬୦ ଦଶକ ପୂର୍ବରୁ ‘ସ୍ପେଶ୍‌ଓାକ୍‌’ ଶବ୍ଦ ଆମ ପାଇଁ ନୂଆ ଥିଲା ଏବଂ କାମଟା ଅସାଧ୍ୟ ଥିଲା। ଏବେ କିନ୍ତୁ ‘ସ୍ପେଶ୍‌ଓାକ୍‌’ ଅସାଧ୍ୟ ନୁହେଁ। ଆମେ ବଡମାନେ ହୁଏତ ଏହି ବିଷୟରେ ଜାଣିନାହୁଁ, କିନ୍ତୁ ଆମ ପିଲାମାନେ ‘ସ୍ପେଶ୍‌ଓାକ୍‌’ ବିଷୟରେ ଊଣା ଅଧିକ ଜାଣିଗଲେଣି। ଏହାକୁ ମଧ୍ୟ ଇଂଲିଶରେ ଇ.ଭି.ଏ. କୁହାଯାଏ; ଯାହାର ପୂରା ଅର୍ଥ ହେଉଛି – ଏଳ୍ସଟ୍ରା ଭେହିକୁଲାର ଆକ୍ଟିଭିଟି।
ମସିହାରେ ଆଲେକ୍ସି ଲିଓନୋଭ୍‌ ସର୍ବ ପ୍ରଥମେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ମାର୍ଚ୍ଚ ୧୮ ତାରିଖରେ ମହାକାଶଯାନ ବାହାରେ ସେ ୧୨ ମିନିଟ୍‌ ୯ ସେକେଣ୍ଡ ବିଚରଣ କରିଥିଲେ। ସେ ଥିଲେ ରୁଷିଆର ମହାକାଶଚାରୀ ଏବଂ ତାଙ୍କ ମହାକାଶଯାନର ନାମ ଥିଲା ଭୋସ୍‌ଖୋଡ୍‌-୨। ସେଇ ବର୍ଷ ଜୁନ୍‌ ୩ ତାରିଖରେ ଆମେରିକାର ଇଡ୍‌ ହ୍ବାଇଟ୍‌ ମଧ୍ୟ ସଫଳତାର ସହିତ ‘ସ୍ପେଶ୍‌ଓାକ୍‌’ କରିଥିଲେ। ତାଙ୍କ ମହାକାଶଯାନର ନାମ ଥିଲା ଜେମିନି-୪। ସେ ୨୧ ମିନିଟ୍‌ ମହାକାଶରେ ବିଚରଣ କରିଥିଲେ। ତେଣୁ ଆମେରିକା ପାଇଁ ସେ ହେଉଛନ୍ତି ‘ସ୍ପେଶ୍‌ଓାକ୍‌’ କରିଥିବା ପ୍ରଥମ ମହାକାଶଚାରୀ। ଏବେ କିନ୍ତୁ ମହାକାଶଚାରୀମାନେ ୫ ରୁ ୯ ଘଣ୍ଟା ‘ସ୍ପେଶ୍‌ଓାକ୍‌’ କରିପାରୁଛନ୍ତି। ୨୦୦୧ମସିହା ମାର୍ଚ୍ଚ ୧୧ ତାରିଖରେ ଆମେରିକାର ଦୁଇଜଣ ମହାକାଶଚାରୀ ଜୀମ୍‌ ଓ ଶୁସାନ୍‌ ଦୀର୍ଘ ୮ ଘଣ୍ଟା ୫୬ ମିନିଟ୍‌ ଧରି ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେମାନଙ୍କ ମହାକାଶଯାନର ନାମ ଥିଲା ‘ଡିସ୍କୋଭରୀ’। ସେମାନେ ଆଇ.ଏସ୍‌.ଏସ୍‌. ମହାକାଶ ଗବେଷଣା କେନ୍ଦ୍ର ବାହାରେ ‘ସ୍ପେଶ୍‌ଓାକ୍‌’ କରିଥିଲେ।

ସୁଦ୍ଧା ୧୧ଟି ଦେଶର ୨୩୦ ଜଣ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିସାରଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ୧୨୯ ଜଣ, ରୁଷିଆର ୬୫ ଜଣ, କାନାଡାର ୪ ଜଣ, ଫ୍ରାନ୍‌ସର ୪ ଜଣ, ଜର୍ମାନୀର ୩ ଜଣ, ଜାପାନର ୩ ଜଣ ଓ ଚାଇନାର ୨ ଜଣ ଅଛନ୍ତି। ସେହିପରି ଇଟାଲି, ସୁଇଜରଲାଣ୍ଡ, ସୁଇଡେନ୍‌ ଓ ଗ୍ରେଟ୍‌ ବ୍ରିଟେନ୍‌ରୁ ଜଣେ ଜଣେ ମହାକାଶଚାରୀ ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ୨୩୦ ଜଣ ‘ସ୍ପେଶ୍‌ଓାକ୍‌’ କରିଥିବା ମହାକାଶଚାରୀଙ୍କ ମଧ୍ୟରେ ୧୫ ଜଣ ମହିଳା ଅଛନ୍ତି। ସବୁଠାରୁ ଅଧିକ ଥର ‘ସ୍ପେଶ୍‌ଓାକ୍‌’ କରିଥିବା ସାହସୀ ମହାକାଶଚାରୀ ହେଉଛନ୍ତି ରୁଷିଆର ଆନାଟୋଲୀ ସୋଲଭିଆ। ସେ ୧୬ ଥର ‘ସ୍ପେଶ୍‌ଓାକ୍‌’ କରିଛନ୍ତି। ସେ ୧୯୯୦, ୧୯୯୨, ୧୯୯୫ ଓ ୧୯୯୭ ମସିହାରେ ‘ମୀର’ ମହାକାଶ କେନ୍ଦ୍ରରେ ଥିବା ସମୟରେ ‘ସ୍ପେଶ୍‌ଓାକ୍‌’ କରିଥିଲେ। ସେ ମହାକାଶଯାନ ବାହାରେ ସମୁଦାୟ ୮୨ ଘଣ୍ଟା ବିଚରଣ କରିଛନ୍ତି, ଅର୍ଥାତ୍‌ ସାଢେ ୩ ଦିନ। ତାଙ୍କ ତଳକୁ ରୁଷିଆର ୩ ଜଣ ଓ ଆମେରିକାର ୪ ଜଣ ୧୦ ଥର ଲେଖାଏ ‘ସ୍ପେଶ୍‌ଓାକ୍‌’ କରିଛନ୍ତି।

ଯାଉଥିବା ମହାକାଶଚାରୀଙ୍କୁ ଅନେକ ସମୟ ପୂର୍ବରୁ ସ୍ପେଶ୍‌ସୁଟ୍‌ ପିନ୍ଧିବାକୁ ହୁଏ। ସ୍ପେଶ୍‌ସୁଟ୍‌ ଭିତରେ କେବଳ ଅମ୍ଳଜାନ ଭର୍ତ୍ତି କରାଯାଏ। ତେଣୁ ମହାକାଶଚାରୀମାନେ ପ୍ରଶ୍ୱାସରେ କେବଳ ଅମ୍ଳଜାନ ନିଅନ୍ତି। କାରଣ ଆମେ ଶ୍ୱାସକ୍ରିୟା ସମୟରେ ୭୯ ପ୍ରତିଶତ ଯବକ୍ଷାରଜାନ ଓ ୨୧ ପ୍ରତିଶତ ଅମ୍ଳଜାନ ନେଉ। ତେଣୁ ଆମ ଶରୀରରେ ଯବକ୍ଷାରଜାନ ଥାଏ। ଶରୀରରେ ଯବକ୍ଷାରଜାନ ରହିଲେ ମହାକାଶରେ ବିଚରଣ କରିବା ସମୟରେ କାନ୍ଧ, କହୁଣି, ଆଣ୍ଠୁ ଓ ମଣିବନ୍ଧ ଭଳି ସନ୍ଧିଜାଗାରେ ଯନ୍ତ୍ରଣା ହେବ। ତେଣୁ ସ୍ପେଶ୍‌ଓାକ୍‌ ପୂର୍ବରୁ ମହାକାଶଚାରୀଙ୍କର ଶରୀରକୁ ଯବକ୍ଷାରଜାନମୁକ୍ତ କରିବା ସକାଶେ ସେମାନେ କେବଳ ଅମ୍ଳଜାନରେ ଶ୍ୱାସକ୍ରିୟା କରନ୍ତି।

ସ୍ପେଶ୍‌ଓାକ୍‌ ପାଇଁ ଯେଉଁ ବାଟ ଦେଇ ମହାକାଶଯାନରୁ ବାହାରକୁ ଯାଆନ୍ତି, ତାହାକୁ ‘ଏୟାରଲକ୍‌’ ବୋଲି କୁହାଯାଏ। ଏହି ବାଟରେ ଦୁଇଟା କବାଟ ଥାଏ। ସେହି କବାଟର ବ୍ୟାସ (ଚଉଡା) ୪ ଫୁଟ୍‌ ହେବ। ଦୁଇଟା କବାଟ ମଝିରେ ୮ ଫୁଟ୍‌ ଲମ୍ବର ଜାଗା ରହିଥାଏ। ମହାକାଶଚାରୀ ସମସ୍ତଙ୍କଠାରୁ ସାମୟିକ ବିଦାୟ ନେଇ ‘ଏୟାରଲକ୍‌’ର ପ୍ରଥମ କବାଟ ଖୋଲି ସେପଟକୁ ଯାଆନ୍ତି ଓ ସେପଟରୁ ପ୍ରଥମ କବାଟକୁ ଟାଇଟ୍‌ କରି ଲଗେଇ ଦିଅନ୍ତି।
ତା’ପରେ ଦ୍ୱିତୀୟ କବାଟ ଖୋଲି ବାହାରକୁ ବାହାରନ୍ତି। ତେଣୁ ଯାନ ଭିତରର ବାୟୁ ବାହାରକୁ ବାହାରି ପାରେନାହିଁ।
କଥା କହିଲେ ଆମକୁ ଡର ଲାଗେ, କାହିଁକି ନା ଆମେ ଭାବୁଛୁ ସ୍ପେଶ୍‌ଓାକ୍‌ ସମୟରେ ଯଦି ଗୋଡ ଖସିଯିବ, ତେବେ ମହାକାଶଚାରୀ କ’ଣ କରିବେ? କିନ୍ତୁ ଡରିବାର କାରଣ ନାହିଁ। କାରଣ ତାଙ୍କୁ ମୋଟା ‘ଟେଥର୍ସ’ ଦ୍ୱାରା ମହାକାଶଯାନ ସହିତ ବନ୍ଧାଯାଏ। କୌଣସି କାରଣରୁ ମହାକାଶ ଯାନରୁ ଗୋଡ ଖସିଗଲେ ବି ଦୂରକୁ ଭାସିଯିବେ ନାହିଁ। ଟେଥର୍ସ ସହିତ ଆଉ ଏକ ବ୍ୟବସ୍ଥା ମଧ୍ୟ ରହିଥାଏ, ଯାହାର ନାମ ‘ସେଫର୍‌’। ଏହାର ପୂରା ଅର୍ଥ ହେଲା – ସିଂମ୍ଲିଫାଏଡ୍‌ ଏଇଡ୍‌ ଫର୍‌ ଇଭିଏ ରେସ୍‌କ୍ୟୁ। ମହାକାଶଚାରୀଙ୍କ ପିଠିରେ ସେଫର୍‌ ବନ୍ଧାଯାଏ। ସେଫର୍‌ ଭିତରେ ଛୋଟ ରକେଟ୍‌ ଥା। କୌଣସି କାରଣରୁ ଟେଥର୍ସ ଛିଣ୍ଡିଯାଇ ମହାକାଶଚାରୀ ଯଦି ଯାନଠାରୁ ଦୂରକୁ ଚାଲିଯାଆନ୍ତି, ତେବେ ସେଫର୍‌ ଭିତରେ ଥିବା ରକେଟ୍‌ ସାହାଯ୍ୟରେ ପୁଣି ଯାନ ନିକଟକୁ ଫେରିପାରିବେ।

କମଳାକାନ୍ତ ଜେନା
-ଓ.ଶି.ସେ-୧, ସହକାରୀ ପ୍ରଫେସର (ପଦାର୍ଥ ବିଜ୍ଞାନ),
ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ,ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri