Home

ଏହି ଖେଳାଳିଙ୍କୁ ରଥରେ ବସାଇ ଘରକୁ ପାଛୋଟି ନେଲେ ପ୍ରଶଂସକ

ସାଲେମ,୨୨।୧: ସଦ୍ୟ ସମାପିତ ଅଷ୍ଟ୍ରେଲିଆ ସିରିଜ୍‌ ଜିତି ସ୍ବଦେଶ ଫେରିଛି ଭାରତୀୟ ଦଳ। ଭାରତୀୟ ଦଳକୁ ନିଜ ନିଜ ରାଜ୍ୟରେ ଭବ୍ୟ ସ୍ବାଗତ କରାଯାଇଛି। ଏହି କ୍ରମରେ ବୋଲର ଟି.ନଟରାଜନଙ୍କୁ ତାଙ୍କ ଗ୍ରାମରେ ଜୋରଦାର ସ୍ବାଗତ କରାଯାଉଥିବା ଭିଡିଓ ପୂର୍ବତନ କ୍ରିକେଟର…

ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର ତଦାରଖ…

୧୮ ଶ୍ରମିକଙ୍କୁ ପାଉଣା ମିଳୁନାହିଁ

ଯାଜପୁର ଅଫିସ,୨୨।୧: ଯାଜପୁରରୋଡ ବନାଞ୍ଚଳ ଅଧୀନରେ ଚାରାରୋପଣ, ଗାତ ଖୋଳା, ବାଡ଼ ପ୍ରସ୍ତୁତି ଆଦିରେ କାମ କରି ୧୮ ଜଣ ଶ୍ରମିକ ହଟହଟା ହେଉଛନ୍ତି। ବାରମ୍ବାର ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ସେ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି।…

ଭାରତୀୟ କ୍ରିକେଟ୍‌ ଦଳର ଦୋଣାଚାର୍ଯ୍ୟ କିଏ ଜାଣନ୍ତି କି

ବ୍ରିସବେନ୍‌,୨୦।୧: ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରି ସିରିଜ୍‌ ୨-୧ରେ ଜିତିଛି। ଏହି ବିଜୟ ପରେ ଭାରତୀୟ କ୍ରିକେଟ୍‌କୁ ସଲାମ କରୁଛନ୍ତି ବିଶ୍ୱବାସୀ। ଭାରତ ବିଜୟର ହିରୋ…

ପ୍ରଶାସନିକ ଅବହେଳାକୁ ଦାୟୀ କଲେ ଦୁଇ ପରିବାର

କେନ୍ଦ୍ରାପଡ଼ା ଅଫିସ, ୨୨।୧: ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଗୁରୁବାର ଦୁଇଟି ସ୍ଥାନରେ ଧାରଣା ଦିଆଯାଇଛି। ଗୋଟିଏ ଧାରଣା ସିଡବ୍ଲ୍ୟୁସି କାର୍ଯ୍ୟାଳୟରେ ଓ ଅନ୍ୟଟି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଦୁଇଟି ଘଟଣାକୁ ଅନୁଧ୍ୟାନ କଲେ ପ୍ରଶାସନିକ ଅବହେଳା ଯୋଗୁ…

ବରୁଣେଇ ପୀଠ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ନାହିଁ: ପର୍ଯ୍ୟଟକଙ୍କୁ ବିମୁଖ କରୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧: କରୋନା କଟକଣା ଯୋଗୁ ଦୀର୍ଘ ୯ ମାସ ବନ୍ଦ ରହିବା ପରେ ଖୋର୍ଦ୍ଧା ଜିଲାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ଖୋଲିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ବରୁଣେଇ ପୀଠରେ ଧିରେ ଧିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଏହାର ପ୍ରାକୃତିକ…

ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଦୃଷ୍ଟିହୀନ

ଚୌଦ୍ୱାର,୨୨।୧(ଡି.ଏନ.ଏ.): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ ଦୃଷ୍ଟିହୀନ। ପରସ୍ପରକୁ ଜୀବନସାଥୀ କରିବାର ନିଷ୍ପତ୍ତି ନେଇ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପଞ୍ଚାୟତ ଅଧୀନ ଶିମିଳିହାଣ୍ଡ ଗ୍ରାମର ରାଧାମାଧବ ମଠରେ ଉଭୟ ଉଭୟଙ୍କ ହାତ ଧରିଛନ୍ତି। ଏହି ବିବାହ ଉତ୍ସବରେ ଗ୍ରାମବାସୀ ଯୋଗଦେଇ…

କର୍ନାଟକରେ ବଡ ବିସ୍ଫୋରଣ, ୮ ଜୀବନ ଗଲା

ବେଙ୍ଗାଲୁରୁ,୨୨।୧: କର୍ନାଟକର ଶିବାମୋଗା ଜିଲାରେ ଗୁରୁବାର ରାତିରେ ଏକ ବିସ୍ଫୋରକ ବୋଝେଇ ଟ୍ରକ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଏହି ବିସ୍ଫୋରକ ସାମଗ୍ରୀ ଖଣି…

ବିଏମ୍‌ସିର ଅଭିନବ ପ୍ରୟାସ: ଦୁଇ ପାର୍କିଂ ଲଟ୍‌ର ଦାୟିତ୍ୱ ନେଲେ କିନ୍ନର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦୁଇଟି ପ୍ରମୁଖ ପାର୍କିଂ ଅଞ୍ଚଳର ଦାୟିତ୍ୱ ନେଇଛନ୍ତି କିନ୍ନର ସଂଗଠନ। ରାଜମହଲ ଛକ ନିକଟରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଗୁରୁବାର ଦୁଇ ପାର୍କିଂ ଲଟ୍‌କୁ ହସ୍ତାନ୍ତର କରିଛନ୍ତି। କିନ୍ନରଙ୍କ…

ମିଳିଲା ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୨୨।୧: ହଟିଛି କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କଟକଣା। ଦାରୁଦିଅଁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଛୁଟିଛନ୍ତି ଶ୍ରଦ୍ଧାଳୁ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦର୍ଶନାର୍ଥୀ ଗୁରୁବାର ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଗୁରୁବାର ସହଜ ଦର୍ଶନ ଆରମ୍ଭ ହୋଇଥିବାରୁ ଏଥିପାଇଁ…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ଉଦ୍ୟମ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଗାଡ଼ିକୁ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଗୁରୁବାର ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ନୟାଗଡ଼ ଅଫିସ,୨୨।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ସନ୍ଧ୍ୟାରେ ପାଣିପୋଇଲାସ୍ଥିତ ଚିନିକଳକୁ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଅଚାନକ ପରିଦର୍ଶନ କରି ଫେରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?