ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ ଥିବା ଛାତ୍ରୀଛାତ୍ରମାନେ ୧ ବର୍ଷର ପାଠ୍ୟଖସଡ଼ାକୁ ୧୦୦ ଦିନ ମଧ୍ୟରେ ଶେଷ କରି ପରୀକ୍ଷା ଦେବେ। ପରୀକ୍ଷା ପଦ୍ଧତି ଓ ମୂଲ୍ୟାୟନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଛି। ସଂଶୋଧିତ ପାଠ୍ୟଖସଡ଼ା ଆଧାରରେ ଛାତ୍ରୀଛାତ୍ରମାନେ ବୋର୍ଡ ପରୀକ୍ଷାକୁ କିଭଳି ଭାବେ ସଫଳତାର ସହିତ ସମ୍ମୁଖୀନ ହେବେ, ସେଥିପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପ୍ରୟାସ ଆରମ୍ଭ କରିଛି। ଆସନ୍ତା ୨୭ରେ ସଂଶୋଧିତ ପରିବର୍ତ୍ତିତ ପାଠ୍ୟଖସଡ଼ା ଆଧାରରେ ଓଷ୍ଟା ପକ୍ଷରୁ ସଂଶୋଧିତ ଟେଷ୍ଟପେପର ପ୍ରକାଶ ପାଇବ ବୋଲି ରବିବାର ଓଷ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଛାତ୍ରୀଛାତ୍ରଙ୍କ ନିମନ୍ତେ ଆସନ୍ତା ଏପ୍ରିଲ୍‌ ୫ରୁ ୧୦ ତାରିଖ ମଧ୍ୟରେ ଓଷ୍ଟା ପ୍ରାୟୋଜିତ ୨୦୨୧ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ବୋର୍ଡ ପରୀକ୍ଷା ଭଳି ଏହି ପରୀକ୍ଷା କରାଯିବ। ଏହି ପ୍ରି-ବୋର୍ଡ ପରୀକ୍ଷା ଦ୍ୱାରା ଛାତ୍ରୀଛାତ୍ରମାନଙ୍କ ମନରୁ ଭୟ ଦୂର ହେବା ସହ ବୋର୍ଡ ପରୀକ୍ଷା ବ୍ୟବସ୍ଥା ସହିତ ନିଜକୁ ଅଭ୍ୟସ୍ତ କରାଇବାରେ ସହାୟକ ହେବ। ଉକ୍ତ ପରୀକ୍ଷା ଫଳ ଏପ୍ରିଲ ୧୨ରେ ସମସ୍ତ ବିଦ୍ୟାଳୟରେ ପ୍ରକାଶିତ ହେବ। ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ପରୀକ୍ଷା ଖାତା ଓ ରଖିଥିବା ନମ୍ବର ସମ୍ପର୍କରେ ଶିକ୍ଷକମାନଙ୍କ ପକ୍ଷରୁ ଜଣାଇ ଦିଆଯିବ। ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦୁର୍ବଳତାକୁ ଚିହ୍ନଟ କରି ଏପ୍ରିଲ୍‌ ୧୩ରୁ ୩୦ ତାରିଖ ମଧ୍ୟରେ ସଂଶୋଧନ କରିବା ପାଇଁ ଚେଷ୍ଟା କରିବେ। ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ବିଷୟର କୋର୍ସ ଶେଷ କରିବା ପାଇଁ ରାଜ୍ୟର ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଓଷ୍ଟାର ନେତୃତ୍ୱ ନେଇଥିବା ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ ଦାଶ, ଅଶୋକ ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୭ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଖିବୁଜିଲେ ୨

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କେନ୍ଦ୍ର-ରାଜ୍ୟ ବିବାଦ: ଫସିଛନ୍ତି ସ୍ବାସ୍ଥ୍ୟବୀମା କାର୍ଡଧାରୀ

ଜଗତ୍‌ସିଂହପୁର ଅଫିସ, ୯।୩: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା ଦ୍ୱାରା...

ପପଙ୍ଗା ବନବିହାର ଯାତ୍ରା ବାତିଲ : ଗାଁ ବୁଲିବେନି ପ୍ରଭୁ ବୁଢ଼ାରଜା

ଭେଡ଼େନ, ୮ା୪(ଡ଼ି.ଏନ.ଏ.)-ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ପପଙ୍ଗା ପାହାଡ଼ରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ପରଦିନ ହେବାକୁ ଥିବା ପ୍ରଭୁ ବୁଢ଼ାରଜା ଓ କ୍ଷେତ୍ରପାଲଙ୍କ ବନବିହାର...

ଶ୍ରୀଲୋକନାଥ ପୀଠ: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଆସନ୍ତା ୧୯ ତାରିଖ ପଙ୍କୋଦ୍ଧାର ଏକାଦଶୀ ଏବଂ ୨୧ ତାରିଖ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ...

ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ଆପୋଲୋ ହସ୍ପିଟାଲକୁ ୪ ସପ୍ତାହ ମହଲତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ଥାନୀୟ ଆପୋଲୋ ହସ୍ପିଟାଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି।...

ମେଲାଣି ନେଲେ ଟୋକା ଗଣେଶ

ଭଦ୍ରକ ଅଫିସ, ୩।୧୦ – ଭଦ୍ରକରେ କ୍ରମାନ୍ବୟରେ ବୁଢା, ଛୁଆ, କାଞ୍ଚନ ଓ ପିଲା ଗଣେଶଙ୍କ ଭସାଣି ସରିଥିବା ବେଳେ ବୁଧବାର ସନ୍ଧ୍ୟାରେ ଟୋକା ଗଣେଶ...

ଗରିବ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଡିଓ

ଶେରଗଡ଼,୨୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାରଠାରୁ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବରମୁଣ୍ଡଳୀ ଓ ଧବଲପୁର ପଞ୍ଚାୟତରେ ଏହି ଶୁଖିଲା...

୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା...

Advertisement


Archives

Model This Week