Posted inଜାତୀୟ

କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା

ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍‌ରେ ପିଟି ହତ୍ୟା କରିଛନ୍ତି। ଏଠାକାର ମଦନାପଲ୍ଲେ ଅଞ୍ଚଳରେ ରବିବାର ରାତ୍ରରେ ମାତା ପଦ୍ମଜା ଏବଂ ପିତା ପୁରୁଷୋତ୍ତମ ନାଇଡୁ ସେମାନଙ୍କର ଦୁଇ ଝିଅ ଅଲେଖ୍ୟା ଏବଂ ସାଇ ଦିବ୍ୟାଙ୍କୁ ହତ୍ୟା କରିଛନ୍ତି। ଅଲେଖ୍ୟାଙ୍କ ବୟସ ୨୭ ବର୍ଷ ଥିବାବେଳେ ସାଇ ଦିବ୍ୟାଙ୍କ ବୟସ ୨୨ ବର୍ଷ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଲେଖ୍ୟା ଭୋପାଳରୁ ମାଷ୍ଟର ଡିଗ୍ରୀ କରିଥିବା ବେଳେ ସାଇ ବିଦ୍ୟା ବିବିଏ କରିଥିଲେ।ଉଭୟ ମାତାପିତା ପ୍ରିନ୍ସପଲ ଭାବେ କାର୍ଯ୍ୟ କରନ୍ତି। ପାଠ ପଢ଼ି ମଧ୍ୟ ସେମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ ଭିଆଇଛନ୍ତି। ଲକ୍‌ଡାଉନ୍‌ରେ ୨ ଭଉଣୀ ଘରକୁ ଫେରିଥିଲେ। ତେବେ ଶର୍ଟ ଡାଉନ୍‌ ଏବଂ ଲକ୍‌ଡାଉନ୍‌ ସମୟରେ ମାତାପିତାଙ୍କ ସମେତ ଦୁଇ ଭଉଣୀ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରୁଥିଲେ ବୋଲି ପଡୋଶୀମାନେ କହିଛନ୍ତି। ଘଟଣା ଦିନ ରାତିରେ ଘରୁ ଚିତ୍କାର ଶୁଣାଯାଇଥିଲା। ଏନେଇ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୂଜା ଘରେ ଜଣେ ଭଉଣୀଙ୍କ ମୃତ ଦେହ ପଡ଼ିଥିବା ଦେଖିଥିଲେ। ସେହିପରି ଘରର ଅନ୍ୟ ସ୍ଥାନରେ ସାନ ଭଉଣୀର ମୃତ ଦେହ ପଡ଼ି ରହିଥିଲା। ମୃତଦେହକୁ ଲାଲ୍‌ କପଡ଼ାରେ ଗୁଡାଇ ରଖାଯାଇଥିଲା। ମାତା ପିତା ପୋଲିସକୁ କହିଥିଲେ ଯେ, ରବିବାର କଳିଯୁଗ ଶେଷ ହେଉଛି। ସୋମବାରଠାରୁ ସତ୍ୟଯୁଗ ଆରମ୍ଭ ହେବ। ସୋମବାର ସକାଳେ ସୂର୍ଯ୍ୟଙ୍କ ପହିଲି କିରଣରେ ତାଙ୍କ ୨ ଝିଅ ଜୀବିତ ହୋଇଯିବେ। ପୋଲିସ ମାତାପିତାଙ୍କୁ ଗିରଫ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?