ନୂଆ ଦଳ ଗଢ଼ିଲେ ଜନାର୍ଦ୍ଦନ ରେଡ୍ଡୀ
ବେଙ୍ଗାଲୁରୁ,୨୬ା୧୨ : କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଗଲି ଜନାର୍ଦ୍ଦନ ରେଡ୍ଡୀ ରବିବାର ନିଜର ନୂଆ ଦଳ ଗଢ଼ିଛନ୍ତି। ତାଙ୍କ ଦଳର ନାଁ ରହିଛି କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ (କେଆର୍ପିପି)। ରେଡ୍ଡୀ ଆଗାମୀ ନିର୍ବାଚନରେ କୋପ୍ପାଲର ଗଙ୍ଗାବତୀ ଆସନରୁ ଲଢ଼ିବାକୁ…
ରାହୁଲଙ୍କ ଭାଷଣ କମ୍ପାଉଛି: ଷ୍ଟାଲିନ୍
ଚେନ୍ନାଇ,୨୬।୧୨: ଭାରତ ଯୋଡ଼ୋ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ କମ୍ପନ ସୃଷ୍ଟି କରୁଛି ବୋଲି ରବିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ କହିଛନ୍ତି। କଂଗ୍ରେସ ନେତା ଏ. ଗୋପାନ୍ନାଙ୍କ ଦ୍ୱାରା ଲିଖିତ ‘ଜବାହାରଲାଲ ନେହେରୁ, ଆନ୍ ଇଲଷ୍ଟ୍ରେଟେଡ୍ ବାୟୋଗ୍ରାଫି’…
‘ଓଡ଼ିଶା ହକିର ହବ୍ ବୋଲି ଦେଖାଇବାକୁ ପଡ଼ିବ’
ଭୁବନେଶ୍ୱର,୨୬।୧୨(କ୍ରୀଡ଼ା ପ୍ରତିନିଧି): ପୁରୁଷ ବିଶ୍ୱକପ୍ ହକି ଟ୍ରଫି ରବିବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ପରେ ଶେଷରେ କିଟ୍ ପରିସରରେ ପହଞ୍ଚିଥିଲା। କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ୨ରୁ କିଟ୍ ଓ କିସ୍ର ଛାତ୍ରୀଛାତ୍ର ଏବଂ କର୍ମଚାରୀମାନେ ଟ୍ରଫିକୁ କିଟ୍ ଷ୍ଟାଡିୟମ୍…
ୟୁକ୍ରେନ୍ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍
ମସ୍କୋ,୨୬ା୧୨: ୟୁକ୍ରେନ୍ ଯୁଦ୍ଧର ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ। କିତୁ କିଭ୍ ଓ ଏହାର ପାଶ୍ଚାତ୍ୟ ସମର୍ଥନକାରୀମାନେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ବୋଲି ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ପ୍ରକାଶ କରିଛନ୍ତି। ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ…
ବିମାନବନ୍ଦର ନିକଟରେ ରହୁଥିଲେ ମିଳିବନି ୫ଜି ସେବା
ନୂଆଦିଲ୍ଲୀ,୨୬ା୧୨ : ଭାରତରେ ୫ଜି ଟେଲିକମ୍ ସେବା ଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଛି। ୩ଜି ଏବଂ ୪ଜି ତୁଳନାରେ ଏହା ଅଧିକ ଉନ୍ନତ ଓ ଦ୍ରୁତ ସେବା ଯୋଗାଇଦେବ। ଖୁବ୍ଶୀଘ୍ର ଦେଶର କୋଟି କୋଟି ଲୋକ ସେମାନଙ୍କ ମୋବାଇଲ ଫୋନ୍…
ଚାଇନା ଫେରନ୍ତା କୋଭିଡ୍ ପଜିଟିଭ୍
ଆଗ୍ରା, ୨୬।୧୨: ଚାଇନାରୁ ଉତ୍ତର ପ୍ରଦେଶ ଫେରିଥିବା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କୋଭିଡ୍-୧୯ ଆକ୍ରାନ୍ତ ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ସଙ୍ଗରୋଧରେ ରଖାଯାଇଥିବା ମୁଖ୍ୟ ମେଡିକାଲ ଅଫିସର ଅରୁଣ ଶ୍ରୀବାସ୍ତବ କହିଛନ୍ତି। ଜିନୋମ ସିକ୍ୱେନ୍ସିଙ୍ଗ୍ ପାଇଁ ତାଙ୍କ ନମୁନା…
ବମ୍ବ ସାଇକ୍ଲୋନ୍ରେ ୧୮ ମୃତ
ଓ୍ବାଶିଂଟନ,୨୬ା୧୨: ଆମେରିକାରେ ବମ୍ବ ସାଇକ୍ଲୋନ୍ (ଶୀତଦିନିଆ ବାତ୍ୟା)ରେ ୧୮ ଜଣଙ୍କ ଜୀବନ ଗଲାଣି। ବମ୍ବ ସାଇକ୍ଲୋନ୍ ଯୋଗୁ ଦେଶରେ ଶୀତ ସବୁ ରେକର୍ଡ ଭାଙ୍ଗିଛି। ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ଛୁଟି…
ହକି ଟ୍ରଫିକୁ ଭବ୍ୟ ସ୍ବାଗତ
ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ହକି ବିଶ୍ୱକପ୍ ପାଇଁ ଉତ୍କଣ୍ଠା ବଢ଼ିଛି। ନୂଆ ରୂପରେ ସଜେଇ ହେଉଛି ଉଭୟ ସହର। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭ୍ରମଣ କରିବା ପରେ ବିଶ୍ୱକପ୍ ଟ୍ରଫି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛି।…
ଇସଲାମାବାଦ୍ରେ ହୋଇପାରେ ଆତ୍ମଘାତୀ ଆକ୍ରମଣ: ସତର୍କ କରାଇଲା ଆମେରିକା
ଓ୍ବାଶିଂଟନ୍,୨୬।୧୨: ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ନିଜ କର୍ମଚାରୀଙ୍କୁ ସହରର ମ୍ୟାରିଅଟ ହୋଟେଲ ପରିଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଛି। ଦୂତାବାସ ଏକ ସୁରକ୍ଷା ଆଲର୍ଟରେ କହିଛି ଯେ, ଛୁଟିଦିନରେ ଇସଲାମାବାଦର ମ୍ୟାରିଅଟ ହୋଟେଲରେ ଅଜ୍ଞାତ ବ୍ୟକ୍ତି ଆମେରିକୀୟଙ୍କ ଉପରେ ଆକ୍ରମଣ କରିବାକୁ…
ସୋମବାର ଶପଥ ନେବେ ପ୍ରଚଣ୍ଡ
କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ କରି ଏହି…
୧୫ ଦିନ ପର୍ଯ୍ୟନ୍ତ କାହାକୁ ଭେଟି ପାରିବେନି ସତ୍ୟେନ୍ଦ୍ର ଜୈନ…
ନୂଆଦିଲ୍ଲୀ,୨୫।୧୨ : ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଆସନ୍ତା ୧୫ ଦିନ ପାଇଁ ପରିଦର୍ଶକଙ୍କୁ ଭେଟି ପାରିବେ ନାହିଁ। ଟେବୁଲ ଏବଂ ଚେୟାର ପରି ସୁବିଧା ଜେଲରେ ଥିବା ତାଙ୍କ କୋଠରୀରୁ ହଟାଇ ଦିଆଯାଇଛି। ରବିବାର ଏନେଇ…
ସିଏଜି ରିପୋର୍ଟ: ଆସାମରେ ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ…
ଗୁଆହାଟୀ,୨୫।୧୨ : ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି। ଆସାମ…

