Home Middle

ଆବାସିକ ଭବନରେ ଅଗ୍ନିକାଣ୍ଡ, ୫ ଶିଶୁ ସମେତ ୧୦ ମୃତ

ପ୍ୟାରିସ,୧୬ା୧୨: ଶୁକ୍ରବାର ଫ୍ରାନ୍ସର ଲିୟନର ଏକ ଆବାସିକ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ମଧ୍ୟ ଅଛନ୍ତି। ପିଲାମାନଙ୍କର ବୟସ ୩ ବର୍ଷରୁ ୧୫ବର୍ଷ ମଧ୍ୟରେ ହେବ।…

୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ନର୍ସମାନେ ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଦାବି କରିବାରେ ସରକାର ବିଫଳ…

‘ଘରେ ସାପ ପାଳିଲେ ଦଂଶନର ଶିକାର ହେବ’

ୱାଶିଂଟନ ,୧୬ା୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପୁଣି ଥରେ ପାକିସ୍ତାନକୁ ନିନ୍ଦା କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଗ୍ଲୋବାଲ କାଉଣ୍ଟର ଟେରରିଜିମ୍‌ ଆପ୍ରୋଚ, ଚ୍ୟାଲେଞ୍ଜ ଆଣ୍ଡ୍‌ ଓ୍ବେ ଫରଓ୍ବାର୍ଡର ଅଧ୍ୟକ୍ଷତା କରୁଥିବାବେଳେ ଜୟଶଙ୍କର…

୨ଲକ୍ଷ ସୈନ୍ୟଙ୍କୁ ନେଇ କ୍ୱିଭ୍‌ ଆକ୍ରମଣ ପାଇଁ ପ୍ରସ୍ତୁତ ପୁଟିନ୍‌: ନୂଆ କଟକଣା ଲଗାଇଲା ଇୟୁ

କ୍ୱିଭ୍‌,୧୬।୧୨: ଗତ ୧୦ମାସରୁ ଊର୍ଦ୍ଧ୍ୱ ହେବ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହି ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଅଧିକ ଜୋରଦାର ହେବାର ଆଶଙ୍କା କରାଯାଉଛି। ଏପରିକି ୟୁକ୍ରେନର ସେନା ମୁଖ୍ୟ ଦାବି କରିଛନ୍ତି ଯେ,…

ବାଂଲାଦେଶ ୧୫୦ରେ ଅଲଆଉଟ୍‌: ଭାରତ ୨୫୧ ରନ୍‌ରେ ଅଗ୍ରଣୀ

ଚଟ୍ଟଗ୍ରାମ,୧୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍‌ରେ ଅଗ୍ରଣୀ ହାସଲ କରିଛି। ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ ଇନିଂସରେ…

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିହେବ। ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି। ଏହି ମାସରେ ମହାଲକ୍ଷ୍ମୀ ବାପ ଘରକୁ…

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ, ଜୟପୁରରେ ପ୍ରେସ କନଫରେନ୍ସ କରିବେ ରାହୁଲ

ନୂଆଦିଲ୍ଲୀ,୧୬ ।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା…

‘ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବେ ଦେଖୁଛି’, ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର

ନ୍ୟୁୟର୍କ,୧୬ ।୧୨: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି, ସାରା ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି । ସେ ଦାବି କରିଛନ୍ତି ୨ ବର୍ଷ କରୋନା ମହାମାରୀ ସଂକ୍ରମଣ ପରେ ବି ବିଶ୍ୱ ଏହା ଭୁଲିନାହିଁ ଯେ…

ହିନ୍ଦୀ ଭାଷା ବ୍ୟବହାର କରିବାକୁ ରେଳ କର୍ମଚାରୀଙ୍କୁ ପରାମର୍ଶ

ଭୁବନେଶ୍ୱର,୧୬।୧୨:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର୍‌.ଏନ୍‌.ସୁନକରଙ୍କ ଅଧ୍ୟକ୍ଷତାରେ ଗୁରୁବାର ୪୯ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ବୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ, ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର, ୱାଲ୍‌ଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର…

କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ

ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ ଏବେବି ପ୍ରଶ୍ନ ଉଠୁଛି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ…

‘ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ’

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୧୨: ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି। ଏହି ବୈଠକରେ ଆତଙ୍କବାଦ ବିରୋଧରେ ବିଶ୍ୱ ଆଭିମୁଖ୍ୟ ଉପରେ ନିଜ ମତ…

ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ, ୫ ହଜାର ୫୦୦ କି.ମି. ଦୂରରେ କରିବ ଲକ୍ଷ୍ୟଭେଦ

ବାଲେଶ୍ୱର ଅଫିସ,୧୫।୧୨: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଗୁରୁବାର ସା ୫ଟା ୫୦ ମିନିଟ୍‌ ସମୟରେ ଧାମରା ଏପିଜେ ଅବୁଦୁଲ କଲାମ ଦ୍ୱୀପରୁ ବାଲିଷ୍ଟିକ ମିଶାଇଲ ଅଗ୍ନି-୫ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲକୁ ଡିଆରଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?