Posted inଜାତୀୟ

ନୂଆ ଦଳ ଗଢ଼ିଲେ ଜନାର୍ଦ୍ଦନ ରେଡ୍ଡୀ

ବେଙ୍ଗାଲୁରୁ,୨୬ା୧୨ : କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଗଲି ଜନାର୍ଦ୍ଦନ ରେଡ୍ଡୀ ରବିବାର ନିଜର ନୂଆ ଦଳ ଗଢ଼ିଛନ୍ତି। ତାଙ୍କ ଦଳର ନାଁ ରହିଛି କଲ୍ୟାଣ ରାଜ୍ୟ ପ୍ରଗତି ପକ୍ଷ (କେଆର୍‌ପିପି)। ରେଡ୍ଡୀ ଆଗାମୀ ନିର୍ବାଚନରେ କୋପ୍ପାଲର ଗଙ୍ଗାବତୀ ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ବର୍ଷ ପୂର୍ବେ ସେ ବେଆଇନ ଖଣି ଦୁର୍ନୀତି ମାମଲାରେ ଫସିଥିଲେ। ତାଙ୍କୁ କର୍ନାଟକ ଖଣି ଦୁର୍ନୀତିର କିଙ୍ଗ୍‌ପିନ୍‌ କୁହାଯାଇଥିଲା। ଭାଜପା ତାଙ୍କୁ ଦଳରେ ଗ୍ରହଣ କରିବାକୁ ମନା କରିଦେବା ପରେ ସେ ନୂଆ ଦଳ ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପ୍ରତି ଯାହା ହୋଇଛି ଏବଂ ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ସେ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି।

ରେଡ୍ଡୀ କହିଛନ୍ତି, ୨୦୧୮ କର୍ନାଟକ ବିଧାନସଭା ନିର୍ବାଚନ ବେଳେ ସେ ରାଜନୀତିଠାରୁ ଦୂରେଇ ରହିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଗଣମାଧ୍ୟମକୁ ଏକ ବିବୃତି ଦେଇ ରେଡ୍ଡୀ ସହ ଭାଜପାର କୌଣସି ସମ୍ପର୍କ ନାହିଁ ଓ ସେ ଦଳରେ ନାହାନ୍ତି ବୋଲି କହିଥିଲେ। ଏହାର ଦୁଇଦିନ ପରେ ଶାହା ତାଙ୍କୁ ଦିଲ୍ଲୀ ଡକାଇ ଶ୍ରୀରାମୁଲୁ ଏବଂ ୟେଦୁରପ୍ପାଙ୍କ ପାଇଁ କାମ କରିବାକୁ କହିଥିଲେ। ତାଙ୍କୁ ଖୁବ୍‌ଶୀଘ୍ର ଦଳରେ ଏକ ପଦବୀ ଦିଆଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତାହା ପରିବର୍ତ୍ତେ ତାଙ୍କ ଘର ଉପରେ ସିବିଆଇ ଚଢ଼ାଉ ହେଲା। ସେ ଆଇନଗତ ଭାବେ ଖଣି ବ୍ୟବସାୟରେ ସମ୍ପୃକ୍ତ ଥିଲେ ଓ ୫,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଥିଲେ। ଅଥଚ ୧୨ ବର୍ଷର ଖଣି ଦୁର୍ନୀତି ମାମଲା ତାଙ୍କ ମର୍ଯ୍ୟାଦା ହାନି କଲା ବୋଲି ରେଡ୍ଡୀ କହିଛନ୍ତି। ଗତ ସେପ୍ଟେମ୍ବରରେ ସିବିଆଇ ତାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri