Posted inTrending, ଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ଚେତାବନୀ: ରିଲ୍ସ କରିବା ଚକ୍କରରେ…ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏକ ଭିଡିଓକୁ ନେଇ ଚର୍ଚ୍ଚାରେ। ଏୟାରପୋର୍ଟରୁ ବାହାରୁଥିବା ସମୟରେ ଫଟୋଗ୍ରାଫରଙ୍କୁ ସେ ଦେଇଥିବା ଚେତାବନୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ବୈଭବ କହୁଥିବା ଶୁଣିବାକୁ ମିଳୁଛି ଯେ, ରିଲ୍ସ କରିବା ଚକ୍କରରେ ଧକ୍କା ଖାଇବେ ଆପଣ।
ପଡ଼ିଆରେ ବୈଭବଙ୍କ ବ୍ୟାଟିଂ ଦେଖିବାକୁ ଯେପରି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି, ସେହିପରି ଏହି ଯୁବ କ୍ରିକେଟରଙ୍କ ଝଲକ କ୍ୟାମେରାରେ କଏଦ କରିବାକୁ ଫଟୋଗ୍ରାଫର ମଧ୍ୟ ଆଗ୍ରହୀ। ଏୟାରପୋର୍ଟରୁ ବୈଭବ ବାହାରୁଥିବା ବେଳେ ତାଙ୍କୁ କ୍ୟାମେରାରେ କଏଦ କରିବା ପାଇଁ ଫଟୋଗ୍ରାଫମାନେ ଚେଷ୍ଟା କରିଥିଲେ। ଏହି ସମୟରେ ବୈଭବଙ୍କ ମୁହଁରୁ ଏହି କଥା ଶୁଣିବାକୁ ମିଳିଥିଲା।

ବୈଭବ ସୂର୍ଯ୍ୟବଂଶୀ ଆଜିକାଲି ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ଅଛନ୍ତି। କିନ୍ତୁ ସିରିଜ୍ର ପ୍ରଥମ ୪ଟି ମ୍ୟାଚ୍‌ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ଓପନିଂରେ ଅଭିଷେକ ଶର୍ମାଙ୍କ ସହ ସଞ୍ଜୁ ସାମସନଙ୍କ ଖେଳିବାର ସୁଯୋଗ ଦିଆଯାଉଛି।

ସିରିଜ୍‌ର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ଅକ୍ଟୋବର ୧୭ ତାରିଖରେ ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ସିରିଜ ବର୍ତ୍ତମାନ ୨-୨ରେ ବରାବର ରହିଥିବାରୁ ଶେଷ ମ୍ୟାଚ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ରେ ବୈଭବଙ୍କୁ ଖେଳୁଥିବା ଦେଖିବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି।

ବୈଭବ ଏପର୍ଯ୍ୟନ୍ତ ଭାରତ ପାଇଁ ୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ଏହି ୮ଟି ଇନିଂସ୍ରେ ସେ ୩୦.୭୫ ହାରରେ ମୋଟ ୨୪୬ ରନ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୮୬.୩୬ ରହିଛି। ଏହି ସମୟ ମଧ୍ୟରେ ସେ ୨ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ରହିଛି ୮୧ ରନ।

ଏପର୍ଯ୍ୟନ୍ତ ବୈଭବ ତାଙ୍କର ସମସ୍ତ ଅନ୍ତର୍ଜାତୀୟ ମ୍ୟାଚ ବିଦେଶ ମାଟିରେ ଖେଳିଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଜାପାନରେ ଭାରତ ପକ୍ଷରୁ ଶେଷ ମ୍ୟାଚ ଖେଳିଥିଲେ। ଏବେ ତାଙ୍କର ଭାରତୀୟ ମାଟିରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ କେବେ ହେବ ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ମ୍ୟାଚ୍‌ରେ ସେ ସୁଯୋଗ ପାଇବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?