ସୋମବାର ଶପଥ ନେବେ ପ୍ରଚଣ୍ଡ

କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ। କିନ୍ତୁ ଏକ ନାଟକୀୟ ଘଟଣା କ୍ରମେ ବିରୋଧୀ ସିପିଏନ୍‌-ୟୁଏମ୍‌ଏଲ୍‌ଏବଂ ଅନ୍ୟାନ୍ୟ ଛୋଟ ଦଳ ରବିବାର ପ୍ରଚଣ୍ଡକୁ ସମର୍ଥନ ଦେବାକୁ ରାଜି ହୋଇଥିଲେ।
ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଲେଖିଥିବା ପତ୍ରରେ ପ୍ରଚଣ୍ଡ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସ୍ବାଧୀନ ସାଂସଦଙ୍କ ସମେତ ୧୬୯ ସାଂସଦଙ୍କ ସମର୍ଥନ ପାଇଛନ୍ତି। ଏହା ପରେ ରାଷ୍ଟ୍ରପତି ତାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ସେ ଆସନ୍ତାକାଲି ଶପଥ ଗ୍ରହଣ କରିବେ।

ପ୍ରଚଣ୍ଡଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ଲାଗି ସିପିଏନ୍‌-ୟୁଏଲ୍‌ଏଲ୍‌ ଅଧ୍ୟକ୍ଷ କେ.ପି. ଶର୍ମା ଓଲି, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ଅଧ୍ୟକ୍ଷ ରବି ଲାମିଛୋନେ, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ମୁଖ୍ୟ ରାଜେନ୍ଦ୍ର ଲିଙ୍ଗ୍‌ଡେନ ଓ ଅନ୍ୟ ନେତାମାନେ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ପ୍ରତିନିଧି ସଭାରେ ପ୍ରଚଣ୍ଡଙ୍କ ପଛରେ ୧୬୫ଜଣଙ୍କ ସମର୍ଥନ ରହିଛି। ସମର୍ଥନ ଦେଇଥିବା ଦଳ ମଧ୍ୟରେ ସିପିଏନ୍‌-ୟୁଏମ୍‌ଏଲ୍‌ର ୭୮ ସଦସ୍ୟ ଥିବାବେଳେ ସିପିଏନ୍‌-ଏମ୍‌ସିର ୩୨, ଆର୍‌ଏସ୍‌ପିର ୨୦, ଆର୍‌ପିପିର ୧୪, ଜେଏସ୍‌ପିର ୧୨, ଜନମତର ୬ ଏବଂ ନାଗରିକ ଉନ୍ମୁକ୍ତି ପାର୍ଟିର ୩ ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri