ହକି ଟ୍ରଫିକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଉତ୍କଣ୍ଠା ବଢ଼ିଛି। ନୂଆ ରୂପରେ ସଜେଇ ହେଉଛି ଉଭୟ ସହର। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭ୍ରମଣ କରିବା ପରେ ବିଶ୍ୱକପ୍‌ ଟ୍ରଫି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛି। ଅପୂର୍ବ ଉତ୍ସାହ, ଆନନ୍ଦ ଓ ଉଦ୍ଦୀପନା ମଧ୍ୟରେ ଭୁବନେଶ୍ୱର ହକିପ୍ରେମୀ ଟ୍ରଫିକୁ ସ୍ବାଗତ କରିଛନ୍ତି। ବିଜ୍ଞାନ, ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ରାଜ୍ୟ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟ୍ରଫିକୁ ସ୍ବାଗତ କରିଥିଲେ। ଏହି ଅବସରରେ ଯୋଡ଼ି ଶଙ୍ଖ, ଘୋଡ଼ାନାଚ ସହ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସେଠାରେ କ୍ରୀଡ଼ାମନ୍ତ୍ରୀ ଟ୍ରଫିକୁ ମେୟରଙ୍କୁ ହସ୍ତାନ୍ତର କରିଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ବିଏମ୍‌ସି ପକ୍ଷରୁ ଭବ୍ୟ ସ୍ବାଗତ ଜଣାଯାଇଥିଲା। ସେଠାରେ ୧୧୦ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ଶହ ଶହ ସଂଖ୍ୟାରେ ଉପସ୍ଥିତ ମହିଳା ଶଙ୍ଖ, ହୁଳହୁଳି ସହ ଫୁଲ ବର୍ଷା କରିଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବାଇକ୍‌ ରାଲି ସହ ଲିଙ୍ଗରାଜ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପୁରୀରୁ ଆସିଥିବା ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ୧୦୧ ଛାତ୍ର ଓ ପଣ୍ଡିତ ବେଦମନ୍ତ୍ର ପାଠକରି ଟ୍ରଫିକୁ ସ୍ବାଗତ କରିଥିଲେ।

ସେଠାରୁ ଏସ୍‌ପ୍ଲାନେଡ୍‌ ମଲ୍‌କୁ ନିଆଯାଇଥିଲା। ସେଠାରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଯୁବପିଢ଼ି ଟ୍ରଫିକୁ ଦେଖି ଆନନ୍ଦ ଉଠାଇଥିଲେ। ପରେ ଟ୍ରଫି ସୋଆ ବିଶ୍ୱବିଦ୍ୟାଳୟ ଏବଂ ଶେଷରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିକ୍ରମା କରିଥିଲା। କିଟ୍‌ର ଛାତ୍ରୀଛାତ୍ରଙ୍କ ଦ୍ୱାରା ଭବ୍ୟ ସ୍ବାଗତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିମାନବନ୍ଦରରୁ କିଟ୍‌ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିବା ସମସ୍ତ ରାସ୍ତାରେ ଫୁଲ, ରଙ୍ଗୋଲିରେ ରାଜଧାନୀବାସୀ ଟ୍ରଫିକୁ ସ୍ବାଗତ କରିଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ଟ୍ରଫି ରାଜ୍ୟର ସମସ୍ତ ଜିଲାକୁ ଯିବ ଏବଂ ଜାନୁୟାରୀ ୧୧ରେ ପୁନର୍ବାର ଭୁବନେଶ୍ୱର ଫେରିବ। ସୂଚନାଯୋଗ୍ୟ, ଡିସେମ୍ବର ୫ରେ ଏହି ଟ୍ରଫିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିଥିଲେ। ଟ୍ରଫି ଟୁର୍‌ ୫ରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ସହର ଦେଇ ପୁଣି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚତ୍ଛି। ଏହା ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇଥିଲା। ଜାନୁୟାରୀ ୧୩ରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ୍‌ ହକି ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ନିଷ୍ପତ୍ତି ଦେଶର ସମସ୍ତ ହକିପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?