ଗଞ୍ଜାମ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ

ଗଞ୍ଜାମ,୧୬ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୈତିକତାକୁ ନେଇ ବିଜୁ ଜନତା ଦଳ ସମର୍ଥିତ ଛାତ୍ର ପକ୍ଷରୁ ଅଭିଯୋଗ ହୋଇଛି l ଗୁରୁବାର ଦୀର୍ଘ ଦେଢ଼ ଘଣ୍ଟା ସମୟ ଧରି କଲେଜ ମୁଖ୍ୟ ଫାଟକ ଅବରୋଧ କରି ହୋ-ହଲ୍ଲା କରିବା ସହ ପ୍ରତିବାଦ କରାଯାଇଥିଲା। ଯାହାକୁନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର ପ୍ରମୁଖ କଲେଜ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ନିର୍ବାଚନ ଶେଷ ହେବା ପରେ ଗଣତି ସମୟରେ ଏଜେଣ୍ଟମାନଙ୍କୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ବାହାରକୁ ବାହାର କରିଦିଆଯାଇଥିଲା। ସେ ସମୟରେ ବାଲଟ ପେପରରେ ଏପଟ ସେପଟ କରି ଦିଆଯାଇଥିବା ବିସିଜେଡି ଅଭିଯୋଗ କରିଛି। ବିକ୍ଷୋଭକାରୀ ଛାତ୍ରମାନେ ସେ ସମୟର ସିସିଟିଭି ଫୁଟେଜ ଦେଖାଇବା ପାଇଁ ଦାବି କରିଥିଲେ।
କଲେଜର କିଛି କର୍ମଚାରୀ ବିପକ୍ଷ ପ୍ରାର୍ଥୀମାନଙ୍କୁ ଖୋଲାଖୋଲି ସହଯୋଗ କରୁଥିବା ସେମାନେ ଅଭଯୋଗ କରିଛନ୍ତି। ଏନେଇ କର୍ମଚାରୀମାନେ ବିପକ୍ଷ ଦଳର ଛାତ୍ରମାନଙ୍କ ସହ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଭିଡିଓ ଭାଇରାଲକୁ ନେଇ ସିଧା ସଳଖ ନିର୍ବାଚନରେ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ପରିସରରେ କଲେଜ ଅଧ୍ୟକ୍ଷାଙ୍କ ସହ କିଛି ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ବାହାରକୁ ଛଡ଼ା ଯାଇ ନ ଥିବା ଫଳରେ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ସହ ପୋଲିସ ଟିମ୍‌ କଲେଜ ପରିସରରେ ପହଞ୍ଚି ବିକ୍ଷୋଭକାରୀ ଛାତ୍ରମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଦୀର୍ଘ ସମୟ ଧରି ଛାତ୍ରମାନେ ହୋ-ହଲ୍ଲା କରିଥିଲେ।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସମସ୍ତ ଏବିଭିପି ପ୍ରାର୍ଥୀ ବିଜୟ ହୋଇଥିବା ଘୋଷଣା କରାଯାଇଥିଲା। ଏନେଇ କଲେଜ ଅଧ୍ୟକ୍ଷା ଡଃ. ସ୍ମରଣିକା ହୋତାଙ୍କ ପ୍ରତିକ୍ରିୟା ନେବାରେ ସରକାରଙ୍କ ନୀତିନିୟମ ପ୍ରକାରେ ସମସ୍ତ ନିର୍ବାଚନ କାର୍ଯ୍ୟକ୍ରମ ହୋଇଥିବା ପ୍ରକାଶ କରିଛନ୍ତି। ଗତକାଲି କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ଶୁକ୍ରବାର ପୁଣି ଛାତ୍ରମାନେ ଧାରଣା ଦୃଷ୍ଟିରୁ କଲେଜ ପରିସରରେ ପୋଲିସ ଛାଉଣୀ ଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?