ଜ୍ଞାନେଶଙ୍କ ପାଇଁ ଦେଶବାସୀଙ୍କ ବିରୋଧରେ ଲଢ଼ୁଛନ୍ତି ମୋଦି-ଶାହା: ଦୀପ୍‌କେ

ନୂଆଦିଲ୍ଲୀ, ୧୬।୧୦: ମୁଖ୍ୟ ନିର୍ବାଚନ କମିଶନର(ସିଇସିି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କକ୍‌ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଗୁରୁବାର ଅଭିଯୋଗ କରିଛନ୍ତି। ନିର୍ବାଚନୀ ତାଲିକାରୁ ପ୍ରାୟ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ କାଟି ଦିଆଯିବା ଘଟଣା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ କୌଣସି ଏକ ‘ସେଟିଂ’ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନ (ଏଆଇଏସ୍‌ଏ) ର ଜାତୀୟ ସଭାପତି ନେହା ବୋରା, ଷ୍ଟୁଡେଣ୍ଟ୍ସ ଫେଡେରେଶନ ଅଫ ଇଣ୍ଡିଆ (ଏସ୍‌ଏଫ୍‌ଆଇI) ର ନେତା ଅଇଶୀ ଘୋଷ, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଫେଡେରେଶନ ର ଜାତୀୟ ସଭାପତି ବିରାଜ ଦେବାଙ୍ଗ ଏବଂ ଅଭିନେତା ପ୍ରକାଶ ରାଜ ପ୍ରମୁଖଙ୍କ ସହ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦୀପ୍‌କେ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଲୋକଙ୍କ ସ୍ବରକୁ କର୍ତ୍ତୃପକ୍ଷ ଦମନ କରୁଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ପ୍ରତିବାଦରେ ସାମିଲ ହେବାକୁ ଲୋକଙ୍କୁ ରୋକିବା ପାଇଁ ଦିଲ୍ଲୀରେ ଅସାଧାରଣ କଟକଣା ଲଗାଯାଉଛି।
ଆୟୋଗ ମୁଖ୍ୟଙ୍କ ଇସ୍ତଫା ଦାବି କରୁଥିବା ପ୍ରତିବାଦକାରୀ ଏବଂ ବିରୋଧୀ ଦଳର ନେତାମାନଙ୍କୁ ଅଟକ ରଖାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ୫ ଦିନିଆ ଜୁଡିସିଆଲ କଷ୍ଟଡିରେ ପଠାଯିବା ଏବଂ ତିହାର ଜେଲକୁ ପଠାଯିବାର ଦିନକ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ଛାତ୍ରୀଛାତ୍ର, ଯୁବ ପ୍ରତିବାଦକାରୀ, ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଅଟକ ରଖାଯାଇଥିବା ଦୀପ୍‌କେ ଅଭିଯୋଗ କରିଛନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜ୍ଞାନେଶଙ୍କ ପାଇଁ ରେଲଓ୍ବେ ଏବଂ ମେଟ୍ରୋ ବନ୍ଦ କରାଯାଇଥିଲା ବୋଲି ସେ କହିଛନ୍ତି ଏବଂ ସରକାର କାହିଁକି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜାତୀୟ ପତାକା ଉତ୍ତୋଳନକୁ ଆଇନର ଉଲ୍ଲଂଘନ ଭାବେ ଗ୍ରହଣ କରିବା ପାଇଁ ଦୀପ୍‌କେ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିଛନ୍ତି।ତ୍ରିରଙ୍ଗା ଧରିବା କେବେଠାରୁ ଅପରାଧ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦୀପ୍‌କେ ଅଭିଯୋଗ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମିଳୁଥିବା ସୁରକ୍ଷା ଏହି ସନ୍ଦେହ ସୃଷ୍ଟି କରୁଛି ଯେ ଆୟୋଗ ମୁଖ୍ୟ ଭାଜପାକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରୁଛନ୍ତି କି ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ଖୁଲାସା: ଦଳକୁ ଫେରିବେ ଏହି ୩ ଧୁରନ୍ଧର ବୋଲର!

ନୂଆଦିଲ୍ଲୀ, ୧୮।୧୧: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ନିଜ ଦଳର ରଣନୀତିକୁ ନେଇ ବଡ଼ ସୂଚନା ଦେଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ। ୱେଲିଂଟନରେ…

ଆଉ ମାତ୍ର ୩ ଉଇକେଟ୍‌… ବିଶ୍ୱରେକର୍ଡ କରିବେ ବୁମ୍‌ରା, ହାତରେ ଅଛି ସୁବର୍ଣ୍ଣ ସୁଯୋଗ

ଓ୍ବେଲିଂଟନ୍‌,୧୮।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଦୃଷ୍ଟିରୁ…

ମହିଳା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ପୁଅକୁ ଅପହରଣ, ଅଭିଯୋଗ ଆଣି ପରିବାର ଲୋକେ କହିଲେ…

ଆଳି,୧୮ା୧୧(ବନମାଳୀ ସେନାପତି): ଆପାର୍ଟମେଣ୍ଟରୁ ମହିଳା ସ୍ବାସ୍ଥ୍ୟ କର୍ମଚାରୀ ଓ ତାଙ୍କ ୮ ବର୍ଷର ପୁଅକୁ ଅପହରଣ କରାଯାଇଥିବା ନେଇ କେନ୍ଦ୍ରାପଡ଼ା ଜିଲା ଆଳି ଥାନାରେ ପରିବାର ଲୋକ…

ବାତ୍ୟା ଆଶଙ୍କା: ସଜାଗ ପୁରୁଷୋତ୍ତମପୁର ଜଳସମ୍ପଦ ବିଭାଗ, ନଦୀ-ନାଳକୁ ନ ଯିବା ପାଇଁ…

ପୁରୁଷୋତ୍ତମପୁର,୧୮ା୧୧(ସବିତା ମିଶ୍ର): ସାମୁଦ୍ରିକ ଝଡ଼ ‘ଅକ୍ୱାନ’କୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବ ବନ୍ୟାର ଭୟ ମନରୁ ଲିଭି ନ ଥିବାବେଳେ ଆଉ ଏକ ସମ୍ଭାବ୍ୟ ବିପଦକୁ ନେଇ…

ଆଇପିଏଲରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ପେନଶନ ଦେବ CSK? ଜାଣନ୍ତୁ କେତେ ଟଙ୍କା ମିଳିବ…

ନୂଆଦିଲ୍‌ଲୀ,୧୮।୧୧: କୁହାଯାଏ ଯେ ଜୀବନର ଆକାଶରେ କିଛି ଏପରି ନାମ ଲେଖାଯାଇଥାଏ, ଯାହା କେବଳ କିଛି ଅକ୍ଷର ହୋଇ ରହି ନଥାଏ, ବରଂ ଏକ ସମ୍ପୂର୍ଣ୍ଣ ଯୁଗର…

ସାକ୍ଷୀଗୋପାଳରେ ଅଁଳା ନବମୀ: ରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୮ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଓ ରାଧା ପାଦ ଦର୍ଶନ ପାଇଁ…

ଟିମ ଇଣ୍ଡିଆରେ ଫେରିବେ ଦୁଇ ଷ୍ଟାର୍‌ ଖେଳାଳି, ଆସନ୍ତାକାଲି ନ୍ୟୁଜିଲାଣ୍ଡ ସହ ଲଢ଼େଇ; ୯ ନୂଆ ମୁହଁଙ୍କୁ ସୁଯୋଗ!

ନୂଆଦିଲ୍ଲୀ, ୧୮।୧୧: ଟି-୨୦ ଓ ଦିନିକିଆ ସିରିଜ ଜିତିବା ପରେ ଏବେ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର, ୧୯ ନଭେମ୍ବରରୁ…

ତାମିଲନାଡ଼ୁରେ ବନ୍ଧକ ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲେ ସ୍ବାସ୍ଥ୍ୟମନ୍ତ୍ରୀ: ପରିବାରରେ ଖୁସିର ଲହରୀ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନ ଧରି ତାମିଲନାଡ଼ୁର ଏକ ଡିଟରଜେଣ୍ଟ କାରଖାନାରେ ବନ୍ଧକ ଥିବା କଳାହାଣ୍ଡି ଜିଲାର ଦାଦନ ଶ୍ରମିକ ଦିନେଶ ମାଝୀ ଶେଷରେ ଉଦ୍ଧାର ହୋଇ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?