ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…
ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ ଅବସ୍ଥା ଖରାପ। ଏସବୁ ମଧ୍ୟରେ ଚାଇନା ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରାଣ୍ଟାଇନ ନିୟମରେ…
ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ ଆରମ୍ଭ: ସ୍ବାସ୍ଥ୍ୟମନ୍ତ୍ରୀ ନିଜେ କରୁଛନ୍ତି ସମୀକ୍ଷା
ନୂଆଦିଲ୍ଲୀ,୨୭ା୧୨:ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାବେଳେ ଭାରତରେ ଏହାର ମୁକାବିଲା ଲାଗି ଜୋର୍ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ…
ଭୁବନେଶ୍ୱରରେ ଭାରତୀୟ ହକି ଟିମ୍
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି। ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ…
‘ସେବା ଏଜେଣ୍ଡାରୁ ବିଜେଡି ହଟିନାହିଁ’
ପୁରୀ ଅଫିସ/ ଭୁବନେଶ୍ୱର (ବ୍ୟୁରୋ),୨୭ା୧୨:ମା’ମାନେ ଆଗେଇ ଆସନ୍ତୁ। ଦାୟିତ୍ୱ ନିଅନ୍ତୁ। ସେମାନଙ୍କ ଆଶୀର୍ବାଦ ରହିଲେ ୨୫ କି ୫୦ ନୁହେଁ, ବିଜେଡି ଶହେବର୍ଷ ଓଡ଼ିଶା ଲୋକଙ୍କ ସେବା କରି ଚାଲିବ। ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ବାଭିମାନର ଜୟ ନାଦ କରିଚାଲିଥିବ ବୋଲି…
ରାତି ପାହିଲେ ବରଗଡ଼ ଧନୁଯାତ୍ରା
ବରଗଡ଼ ଅଫିସ୍,୨୬।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ। କୋଭିଡ୍ କଟକଣା ଯୋଗୁ…
ପାକିସ୍ତାନୀ ବୋଟ୍ରୁ ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ୧୦ ଗିରଫ
ଅହମ୍ମଦାବାଦ,୨୬।୧୨: ଭାରତୀୟ ତଟରକ୍ଷୀ ବାହିନୀ ସୋମବାର ଗୁଜୁରାଟର ଆରବ ସାଗର ଉପକୂଳରୁ ଏକ ପାକିସ୍ତାନୀ ବୋଟ୍କୁ ଜବତ କରିଛି। ବୋଟ୍ରେ ଥିବା ୧୦ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯିବା ସହ ୪୦ କିଲୋଗ୍ରାମ ଡ୍ରଗ୍ସ,ବିଭିନ୍ନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।…
ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ
ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍ ଦକ୍ଷିଣ କୋରିଆର ଆକାଶ ସୀମାକୁ ଉଲ୍ଲଂଘନ କରିବା ପରେ ଦକ୍ଷିଣ କୋରିଆ ଯୁଦ୍ଧ ବିମାନ ସହିତ ଏହାର ପ୍ରତିଶୋଧ ନେଇଥିବା…
ଫେରିବ କରୋନା କଟକଣା
ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): କରୋନାର ନୂଆ ଭାରିଏଣ୍ଟକୁ ନେଇ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି। ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୁଣି ଥରେ ଲକ୍ଡାଉନ୍ ଓ ଶଟ୍ଡାଉନର ଭୟ ବି ଦେଖାଦେଲାଣି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କଟକଣା ପାଳନ ନେଇ…
ଅର୍ଥମନ୍ତ୍ରୀ ଏମ୍ସରେ ଭର୍ତ୍ତି…
ନୂଆଦିଲ୍ଲୀ,୨୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଇଛି ଯେ ସୀତାରମଣଙ୍କୁ ହସ୍ପିଟାଲର ପ୍ରାଇଭେଟ ୱାର୍ଡରେ ରଖାଯାଇଛି। ୬୩ ବର୍ଷ ବୟସ୍କା ସୀତାରମଣଙ୍କୁ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ହସ୍ପିଟାଲ ନିଆଯାଇଥିଲା।…
ଜୀବନ ସାଥୀଙ୍କ ବିରୋଧରେ ମିଥ୍ୟା ଅନୈତିକ ସମ୍ପର୍କ ଅଭିଯୋଗ ଆଣିବା କ୍ରୁରତା: ହାଇକୋର୍ଟ…
ଅହମଦାବାଦ,୨୬।୧୨ : ଗୁଜରାଟ ହାଇକୋର୍ଟ ଏକ ବିବାହିତ ଦମ୍ପତିଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଥିବା ବନାସକାଣ୍ଠାର ଜଣେ ବ୍ୟକ୍ତ ତାଙ୍କ ସ୍ତ୍ରୀଙ୍କ ନିର୍ଯାତନାରେ ଅସନ୍ତୁଷ୍ଟ ହୋଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସ୍ତ୍ରୀ…
ଟୁଇଟର ଉପରେ ବଡ଼ ଧରଣର ହ୍ୟାକିଂ: ୪୦ କୋଟି ଟୁଇଟର ୟୁଜରଙ୍କ ଡାଟା ଚୋରି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୧୨ : ଟୁଇଟର ୟୁଜରଙ୍କ ଉପରେ ଏକ ବଡ ହ୍ୟାକିଂ ଆକ୍ରମଣ ହୋଇଛି। ଖବର ଅନୁଯାୟୀ, ଏହି ହ୍ୟାକିଂ ଆକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୪୦ କୋଟି ୟୁଜରଙ୍କ ତଥ୍ୟ ଚୋରି ହୋଇଛି। ହ୍ୟାକରମାନେ ଏହି ତଥ୍ୟକୁ ଡାର୍କ ୱେବରେ ବିକ୍ରୟ…
‘ଆପଣମାନଙ୍କ ଭଲପାଇବା,ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି’
ଭୁବନେଶ୍ୱର,୨୬ା୧୨(ଭୁବନେଶ୍ୱର): ସୋମବାର ବିଜେଡି ତା’ର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଓଡ଼ିଶାବାସୀଙ୍କ ସେବାରେ ବିଜୁ ଜନତା ଦଳ ୨୫ବର୍ଷ ପୂରଣ କରୁଛି।…

