ରାତି ପାହିଲେ ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ୍‌,୨୬।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ। କୋଭିଡ୍‌ କଟକଣା ଯୋଗୁ ବିଗତ ୨ବର୍ଷ ଧରି ଧନୁଯାତ୍ରା ହୋଇ ପାରି ନ ଥିଲା। କଟକଣା ହଟିବା ପରେ ଏଥର ମହୋତ୍ସବ ପୁଣି ଆରମ୍ଭ ହେବ। ଫଳରେ ଦର୍ଶକଙ୍କଠାରୁ ଆରମ୍ଭ କରି କଳାକାର ତଥା ଉଭୟ ମଥୁରା ଓ ଗୋପପୁରବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ପରିଲକ୍ଷିତ ହୋଇଛି ।
ଧନୁପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ହାଟପଦାରେ ରାଜଦରବାର ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ରଙ୍ଗମହଲ ସୁଦୃଶ୍ୟ ମଞ୍ଚ ନିର୍ମାଣ କରାଯାଇଛି। ଧନୁଯାତ୍ରା ପାଇଁ ଗୋଟିଏ ହାତୀ ମାହୁନ୍ତ ସହିତ ଏଠାରେ ପହଞ୍ଚତ୍ଥିବା ବେଳେ ୪ଘୋଡ଼ା ଏବଂ ୫ଓଟ ଆସିଛନ୍ତି। ସେହିପରି ଗୋପପୁର ମଧ୍ୟ କୃଷ୍ଣଲୀଳା ଚିତ୍ରରେ ସଜାଇ ହୋଇଛି। ପରମ୍ପରା ଅନୁଯାୟୀ, ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ସନ୍ଧ୍ୟା ୭ଟାରେ ମହୋତ୍ସବକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ନ ୨ଟାରୁ ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଦ୍ୱାରା ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀଛକ କଲ୍ୟାଣ ମଣ୍ଡପରୁ ବାହାରି ସହର ପରିକ୍ରମା କରିବା ସହିତ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ଅଭିମୁଖେ ବାହାରିବ। ସେଠାରୁ ଶୋଭାଯାତ୍ରା ରାଜଦରବାରରେ ପହଞ୍ଚତ୍ବ। ସେଠାରେ ମହୋତ୍ସବ ଉଦ୍‌ଘାଟନ ପରେ ଧନୁଯାତ୍ରା ଦୃଶ୍ୟାଭିନୟ ଅଭିନୀତ ହେବ। ଅନ୍ୟବର୍ଷ ଭଳି ଏଥର ମଧ୍ୟ ପ୍ରଥମ ୭ଦିନ ହାଟପଦା ମଞ୍ଚ ରାଜଦରବାର ଏବଂ ଶେଷ ୪ଦିନ ରଙ୍ଗମହଲ ପାଲଟିବ। ସେହିପରି ପ୍ରଥମ ୭ଦିନ ରଙ୍ଗମହଲ ହୋଇଥିବା ଲୋକମଣ୍ଡପ ପଡ଼ିଆ ମଞ୍ଚ ଶେଷ ୪ଦିନ ରାଜଦରବାର ପାଲଟିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri