ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…

ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ ଅବସ୍ଥା ଖରାପ। ଏସବୁ ମଧ୍ୟରେ ଚାଇନା ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରାଣ୍ଟାଇନ ନିୟମରେ ପରିବର୍ତ୍ତନ କରିଛି।

ଆସନ୍ତା ୨୦୨୩ ବର୍ଷ ଜାନୁଆରୀ ୮ ରୁ ଚାଇନର ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କ୍ୱାରାଣ୍ଟାଇନ ଶେଷ କରିବ। ଏକ ସରକାରୀ ଘୋଷଣାରେ ଏହି ସୂଚନା ଦିଆଯାଇଛି। ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନେ ଦୁଇ ସପ୍ତାହରୁ ଅଧିକ ସରକାରୀ ଆବାସରେ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ବାଧ୍ୟ ହେଉଥିଲେ, ଯାହା ତିନି ଦିନ ପର୍ଯ୍ୟବେକ୍ଷଣ ସହିତ ଧୀରେ ଧୀରେ ପାଞ୍ଚ ଦିନକୁ କମ କରାଯାଇଥିଲା।

ଚାଇନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଦେଶ ଏହାର ଅନ୍ତର୍ଜାତୀୟ ସୀମା ଖୋଲିବ। ଅନ୍ତର୍ଜାତୀୟସ୍ତରରେ ବିଚ୍ଛିନ୍ନ ହେବାର ପ୍ରାୟ ତିନି ବର୍ଷ ପରେ ଏହି ପରିସ୍ଥିତିରୁ ଦେଶ ମୁକୁଳିବ। ଅଧିକାରୀମାନେ ଯୁକ୍ତି କରନ୍ତି ଯେ ଓମିକ୍ରନ ପ୍ରକାରଟି ଡେଲଟା ଷ୍ଟ୍ରେନ ଅପେକ୍ଷା ଅଧିକ ମାରାତ୍ମକ ନୁହେଁ।

କରୋନ ପରିଚାଳନାକୁ ଏ ବର୍ଗରୁ ବି ଶ୍ରେଣୀକୁ ଡାଉନଗ୍ରେଡ କରିବାକୁ ଚାଇନା ମଧ୍ୟ ପ୍ରସ୍ତୁତ। ଦେଶ ଓମିକ୍ରନ ସଂକ୍ରମଣ ସହ ସଂଗ୍ରାମ କରୁଥିବାବେଳେ ସରକାର ଏହି ଘୋଷଣା କରିଛନ୍ତି। ଏହି ମାସ ଆରମ୍ଭରେ, ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର ଶୂନ-କୋଭିଡ ନୀତି ବିରୋଧରେ ପ୍ରଦର୍ଶନ ପରେ କଟକଣା କୋହଳ କରିଥିଲେ।

ହଂକଂ ଭିତ୍ତିକ ସାଉଥ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟ କରିଛି ଯେ କରୋନାକୁ ସଂକ୍ରାମକ ରୋଗ ଭାବରେ ଶୀର୍ଷ ବର୍ଗ ’ଏ’ରେ ପରିଚାଳନା କରାଯାଇଆସୁଥିଲା ଏବଂ ଏହାକୁ ବବୁନିକ ପ୍ଲେଗ ଏବଂ କଲେରା ସହିତ ସମାନ ଭାବରେ ରଖାଯାଇଥିଲା। ଚାଇନାର ନିୟମ ଅନୁଯାୟୀ, ସଂକ୍ରମିତ ଲୋକଙ୍କୁ ଏବଂ ସେମାନଙ୍କର ଘନିଷ୍ଠ ସମ୍ପର୍କୀୟଙ୍କୁ କ୍ୱାରାଣ୍ଟାଇନ ମଧ୍ୟରେ ରଖିବା ଏବଂ ଏହି ରୋଗର ପ୍ରସାର ପାଇଁ ଲକଡାଉନ ଭଳି କଠୋର ପ୍ରତିବନ୍ଧକ ଲଗାଇବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

ଇପିଏଫ କି ପେନସନ ନାହିଁ: ୪୧ ବର୍ଷ ସରକାରୀ ସେବାପରେ ବିନା ସୁବିଧାରେ ଅବସର ନେଲେ ତ୍ରିନାଥ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ପିଅନ ତ୍ରିନାଥ ପ୍ରଧାନ ମଙ୍ଗଳବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri