Home Left

ରାଜ୍ୟରେ ସାମ୍ବିଧାନିକ ଶାସନ ଚାଲୁନାହିଁ: ମୋହନ

ଭୁବନେଶ୍ୱର,୩ା୮(ବ୍ୟୁରୋ): ସୋମବାର କେନ୍ଦୁଝର ଜିଲାର ତେଲକୋଇ ବ୍ଲକରେ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାୟକ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜନଶୁଣାଣି ପାଇଁ ଯାଇଥିଲେ। ବଳଭଦ୍ରପୁର ଏବଂ ଓରିଆ ଅଞ୍ଚଳରେ ଶାସକ ଦଳର ନେତାଙ୍କ ଦ୍ୱାରା କିଛି ପ୍ରାୟୋଜିତ ଆଦିବାସୀ ଲୋକ…

ଏଣିକି ନାମ ପଞ୍ଜୀକରଣ ପାଇଁ ୪ଟି ତାରିଖ

ଜଗତ୍‌ସିଂହପୁର ଅଫିସ, ୩ା୮: କେନ୍ଦ୍ର ସରକାରଙ୍କ ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋକ ପ୍ରତିନିଧି ଆଇନ ୧୯୫୦/୫୧ର ପରିବର୍ତ୍ତନ ସହ ଭୋଟର ତାଲିକାରେ ସଂଶୋଧନ ପାଇଁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧ରୁ ଏହା କାର୍ଯ୍ୟକାରୀ ହୋଇଛି। କୌଣସି ବ୍ୟକ୍ତି…

ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପାଇଁ ଦିଲ୍ଲୀ ଗଲେ ବିଧାୟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ

ଭୁବନେଶ୍ୱର,୩ା୮ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଜେଡି, ଭାଜପା ଓ କଂଗ୍ରେସ ବିଧାୟକ ଟିମ୍‌ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫…

ନିମ୍ନମାନର କାମ, ବାରମ୍ବାର ଭୁଶୁଡୁଛି ସ୍ପର

ରାଜନଗର, ୩ା୮(ଡି.ଏନ୍‌.ଏ.): ରାଜନଗର ବ୍ଲକର ଜୀବନରେଖା କେରେଡ଼ାଗଡ଼-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି। ହଂସୁଆ ମୁହଁରେ ଥିବା ବନ୍ୟା ପ୍ରତିରୋଧକ ବନ୍ଧକୁ ସୁରକ୍ଷା ଦେବାକୁ ନାବାର୍ଡ ସହାୟତାରେ ଆରଆଇଡିଏଫ୍‌ ଯୋଜନାରେ ସ୍ପର ଓ ପଥର…

କାମରେ ଆସୁନି ବଜ୍ରପାତ ନିରୋଧୀ ଯନ୍ତ୍ର

ମହାକାଳପଡ଼ା,୩ା୮ (ଡି.ଏନ.ଏ.): ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଅଦ୍ୟାବଧି ପ୍ରାକୃତିକ ପରିବେଶ ବିଗିଡିଲାଣି। ଏହା ପ୍ରଭାବରେ ଭୂକମ୍ପ, ସୁନାମି, ବଜ୍ରପାତ, ଅନିୟମିତତା ବର୍ଷା, ବନ୍ୟା ଓ ସାମୁଦ୍ରିକ ଝଡ଼ ଆଦି ଦୁର୍ବିପାକ ବୃଦ୍ଧି ପାଇବାରେ…

ସ୍ଥାନାନ୍ତର ଅପେକ୍ଷାରେ ୨୫୭ ହରିଣ

କଟକ ଅଫିସ, ୩ା୮: ସ୍ଥାନ ଚିହ୍ନଟ ସରିଛି ହେଲେ ସ୍ଥାନାନ୍ତର ହୋଇପାରୁନାହାନ୍ତି ହରିଣ। ୩ ବର୍ଷ ଧରି ଅନୁପଯୁକ୍ତ ପରିବେଶରେ ରହୁଛନ୍ତି। ୨ରୁ ୩ ହରିଣ ରହିବା ସ୍ଥାନରେ ରହୁଛନ୍ତି ୨୫୭। ହରିଣ ସ୍ଥାନାନ୍ତରଣ ପାଇଁ ସିଏମ୍‌ସିର ଏକ ଟିମ୍‌ ଇତିମଧ୍ୟରେ…

ବେଆଇନ ସାଇନବୋର୍ଡ, ଜବରଦଖଲ ହଟିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ତାଗିଦା ପରେ ତାଗିଦା କରି ଚାଲିଛି ବିଏମ୍‌ସି। ମାତ୍ର ଲୋକେ ଶୁଣିବାକୁ ନାରାଜ। ରାସ୍ତା କଡ଼ରେ, ଡ୍ରେନ ଉପରେ ଜବରଦଖଲ ନ କରିବା ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଲୋକମାନେ ଶୁଣୁନାହାନ୍ତି। ସେହିପରି କାନ୍ଥ ବାଡରେ ବେଆଇନ ସାଇନ୍‌ବୋର୍ଡ ମାରିବାକୁ…

ଭୁବନେଶ୍ୱରରେ ଆଉ ୫୦ ମିନି ପାର୍କ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ଲୋକଙ୍କ ଆମୋଦପ୍ରମୋଦ ଓ ସୁସ୍ଥ ଜୀବନଯାପନ ପାଇଁ ବିଏମ୍‌ସି ପକ୍ଷରୁ ଆଉ ୫୦ଟି ମିନି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)…

ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କିତ ପୂର୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି…

ବଢ଼ୁଛି ଆତ୍ମହତ୍ୟା ପ୍ରବଣତା, ଚାଲିଗଲା ଆଉ ୨ ଜୀବନ

ଭୁବନେଶ୍ୱର,୩।୮ (ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସିବିଆଇ କାର୍ଯ୍ୟାଳୟ ନିକଟ ନୀଳପାଣିଟାଙ୍କି ବସ୍ତିର ଗଙ୍ଗାଧର ସ୍ବାଇଁ (୫୯)। କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ…

ଆଜି ବନକଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୮: ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ମଳ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ବୁଧବାର ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ…

ଜଗନ୍ନାଥଙ୍କ ସମ୍ବନ୍ଧରେ ଭ୍ରମାତ୍ମକ ଲେଖାକୁ ନେଇ ଉଦ୍‌ବେଗ

ପୁରୀ ଅଫିସ, ୩ା୮: ଶ୍ରୀଜଗନ୍ନାଥଙ୍କ ଉପାସନା, ରୀତିନୀତି ଓ ଯାନିଯାତ୍ରା ଭାରତରେ ସ୍ବତନ୍ତ୍ର। ଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ବିକଶିତ ମହାପ୍ରଭୁଙ୍କ ଉପାସନାରେ ପରମ୍ପରା ଜଡ଼ିତ ହୋଇଛି। ସାମାଜିକ ପରମ୍ପରା ସହିତ ମାନବିକ ମୂଲ୍ୟବୋଧ ଏହାର ଆଧାର ସ୍ତମ୍ଭ। କିନ୍ତୁ ଅନେକ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri