ବାଲିପଠା ନାହିଁ, ଆସିଲେନି ବିଦେଶୀ ପକ୍ଷୀ

ନୟାଗଡ଼ ଅଫିସ/ ଗଣିଆ,୧୬ା୧୨(ଡି.ଏନ୍‌.ଏ.): ନୟାଗଡ଼,ବୌଦ୍ଧ, କଟକ ଓ ଅନୁଗୋଳ ଜିଲାର ଅଂଶ ବିଶେଷକୁ ନେଇ ଗଠିତ ସାତକୋଶିଆ ଅଭୟାରଣ୍ୟ ଦେଇ ପ୍ରବାହିତ ମହାନଦୀର ସୁନାଖଣିଆ ଓ ବଡମୂଳରେ ଚଳିତ ବର୍ଷ ଇଣ୍ଡିଆନ ସ୍କିମରଙ୍କ ସମେତ ବିଦେଶାଗତ ପକ୍ଷୀଙ୍କ ଦେଖିବାକୁ ମିଳିନି। ଇଣ୍ଡିଆନ ସ୍କିମର ବୌଦ୍ଧ ଜିଲା କୁସଙ୍ଗ ରେଞ୍ଜର ଟିକରପଡ଼ା ଓ ମାରଡ଼ା ମହାନଦୀର ବାଲିପଠାରେ ଦେଖିବାକୁ ମିଳୁଛନ୍ତି, ନୟାଗଡ଼ ଆମ ଜିଲାର ସୀମାନ୍ତ ଅଞ୍ଚଳ ଅଟେ। ନୟାଗଡ଼ ଜିଲାର ସୁନାଖଣିଆ ଓ ବଡମୂଳ ଅଞ୍ଚଳରେ ମହାନଦୀର ବାଲିପଠା ଚଳିତ ବର୍ଷ ସୃଷ୍ଟି ହୋଇନି। ଏଠାରେ ପାଣିର ଧାର ଚାଲିଛି। ଏଣୁ ସୁନାଖଣିଆ ଓ ବଡମୂଳ ପସନ୍ଦ ଆସି ନ ଥାଇ ପାରେ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ଅପରପକ୍ଷେ ସାତକୋଶିଆ ଗଣ୍ଡର ନୀଳ ଜଳରାଶିରେ ବିଦେଶାଗତ ପକ୍ଷୀଙ୍କ ବିଚରଣର ଦୃଶ୍ୟ ଅତ୍ୟନ୍ତ ମନମୁଗ୍ଧକର। ଏଠାରେ ଇଣ୍ଡିଆନ ସ୍କିମର ଦଳ ଦଳ ହୋଇ ବିଚରଣ କରିଥାନ୍ତି। ଗୋଟିଏ ଦଳରେ ଅତିକମରେ ୫୦ରୁ ୬୦ ପକ୍ଷୀ ରହିଥାନ୍ତି। ହେଲେ ବିଦେଶଗତ ପକ୍ଷୀମାନେ ଆସି ନ ଥିବାରୁ ନୟାଗଡ଼ ଜିଲାର ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାର ମଜା ନେଇ ପାରି ନାହାନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୮ ବର୍ଷ ହେଲା ଶୀତଋତୁରେ ବଡ଼ମୂଳ ନଦୀପଠାରେ ଇଣ୍ଡିଆନ ସ୍କିମର ଦେଖା ଯାଉଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ବଡ଼ମୂଳରେ ଇଣ୍ଡିଆନ ସ୍କିମର ଆସି ନ ଥିଲେ। କିନ୍ତୁ ଇଣ୍ଡିଆନ ସ୍କିମର ସୁନାଖଣିଆରେ ଦେଖା ଯାଇଥିଲେ। ତେବେ ସାତକୋଶିଆ ଗଣ୍ଡ ଓ ବିଭିନ୍ନ ଜଳାଶ୍ରୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫ ପ୍ରଜାତିର ୨୧୨୦ ଦେଶୀବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ମହାନଦୀ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଗଣନାରେ ଜଣାପଡିଥିଲା। ୫୫ ପ୍ରଜାତି ମଧ୍ୟରୁ ୯ପ୍ରଜାତିର ୪୮୮ ବିଦେଶୀ ପକ୍ଷୀ ଆସିଥିଲେ। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଥିଲେ। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର୧୪୧ ଆସିଥିବାବେଳେ କେଂଟି ପ୍ଲୋଭର ୬୪ଟି ଆସିଥିଲେ। ସେହିଭଳି ଲିଟିଲ କିଙ୍ଗଡ୍‌ ପ୍ଲୋଭର ୨୪, କମନ କୁଇଙ୍ଗ ସେଙ୍କ୨୭, ଲିଟିଲଷ୍ଟିଟଣ୍ଟ ୫, କମନ ସ୍ୟାଣ୍ଡ ପିପର୨୩, ରୁଡି ସେଲଡକ ୭୧, ଗେଟ କର୍ମୋନେଣ୍ଟ ୧୩୧, ହୁଇସ୍କଡ ଟର୍ମ ୨ଟି ଥିଲେ। ଦେଶୀ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସାଗ୍‌ ୧୦୪, ଲିଟିଲ କରମୋରାଟ ୩୦୮, ଓରିଏଣ୍ଟାଲ ଡାଟର ୨, ବ୍ଲକ ଡ୍ରଙ୍ଗୋ୧୯ ରହିଥିଲେ। ଏହିପରି ୪୬ ପ୍ରଜାତିର ୧୬୩୨ ଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା।
ଏନେଇ ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ଓ ସଞ୍ଜୟ ସାହୁ କୁହନ୍ତି, ମହାନଦୀ ବାଲୁକା ପଠା, ଶୀତଋତୁର ପରିବେଶ ଓ ଖାଦ୍ୟର ସୁବିଧା ବିଦେଶାଗତ ପକ୍ଷୀଙ୍କୁ ଟାଣି ଆଣୁଥିଲା। ପରିବେଶରୁ କିଛି ଗୋଟିଏ ନ ମିଳିଲେ ସେମାନଙ୍କ ପସନ୍ଦ ହେବନି। ଯାହା ଚଳିତ ବର୍ଷ ଦେଖା ଯାଇଛି ବୋଲି ଅନୁଭବ କରାଯାଉଛି। ବାଲିପଠା ନ ଥିବାରୁ ଇଣ୍ଡିଆନ ସ୍କିମର ପରି ବିଦେଶାଗତ ପକ୍ଷୀ ଆସି ଫେରି ଯାଇଥିବେ। ସେହିପରି ଭୟର ପରିବେଶ ଦେଖାଦେଲେ ଇଣ୍ଡିଆନ ସ୍କିମରଙ୍କୁ ଆଉ ଦେଖିବାକୁ ମିଳେନା। ଏହାର ବି ସମୀକ୍ଷା ହେବା ଦରକାର। ଏନେଇ ମହାନଦୀ ବନ୍ୟ ପ୍ରାଣୀ ବନଖଣ୍ଡର ଭାରପ୍ରାପ୍ତ ଅଧିକାରୀ କ୍ଷମା ଷଡ଼ଙ୍ଗୀ କୁହନ୍ତି, ଚଳିତ ବର୍ଷ ଇଣ୍ଡିଆନ ସ୍କିମର ସମେତ ବିଦେଶଗତ ପକ୍ଷୀଙ୍କୁ ଟିକରପଡ଼ା ସମ୍ମୁଖ ମାରଡା ବିଟ୍‌ ଅଞ୍ଚଳ ମହାନଦୀ ପଠାରେ ଦେଖିବାକୁ ମିଳିଛି। ପ୍ରାଥମିକ ସୂଚନା ଅନୁସାରେ ୫୮୬ ଇଣ୍ଡିଆନ ସ୍କିମର ଆସିଛନ୍ତି। ପକ୍ଷୀ ଗଣନା ପରେ ସବିଶେଷ ତଥ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri