Posted inଜାତୀୟ

ମା’ ଗର୍ଭ ପରିବର୍ତ୍ତେ ଏବେ କାରଖାନାରେ ଜନ୍ମ ହେବେ ସନ୍ତାନ, ଇଚ୍ଛା ଅନୁଯାୟୀ ବଦଳା ଯାଇପାରିବ ଅଭ୍ୟାସ!

ନୂଆଦିଲ୍ଲୀ,୧୬ ।୧୨: ଭବିଷ୍ୟତରେ ମା’ ଗର୍ଭ ପରିବର୍ତ୍ତେ ମାନବ ସନ୍ତାନ କାରଖାନା ବା ଫ୍ୟାକ୍ଟ୍ରିରେ ଜନ୍ମନେବେ । ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିମାନଙ୍କ ଏହି ନୂତନ ଆବିଷ୍କାର ସମସ୍ତଙ୍କୁ ଚମକାଇ ଦେଇଛି । ଆକ୍ଟୋଲାଇଫ ନାମକ ଏକ କମ୍ପାନୀ ସେହିଭଳି ମହିଳା ପୁରୁଷଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି ଯେଉଁମାନେ କୌଣସି କାରଣରୁ ମାତାପିତା ହୋଇ ପାରୁ ନାହାନ୍ତି । ବିଶ୍ୱର ପ୍ରଥମ କୃତ୍ରିମ ଗର୍ଭ ସୁବିଧା ସହ କାରଖାନାରେ ପ୍ରତିବର୍ଷ ୩୦ ହଜାର ଶିଶୁ ଜନ୍ମ ନେବେ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛିି ।
ଅକ୍ଟୋଲାଇଫର ବୈଜ୍ଞାନିକମାନେ ମଧ୍ୟ ଦାବି କରିଛନ୍ତି ଯେ ମାତାପିତା ଚାହିଁଲେ ଶିଶୁର ଜିନ୍ ମଧ୍ୟ ପରିବର୍ତ୍ତନ କରିପାରିବେ । ଶିଶୁର ଯେ କୌଣସି ଚରିତ୍ର ଯେପରିକି, କେଶର ରଙ୍ଗ, ଉଚ୍ଚତା, ବୁଦ୍ଧି ଓ ଚର୍ମ ରଙ୍ଗ ୩୦୦ରୁ ଅଧିକ ଜିନ୍ ମାଧ୍ୟମରେ ଜେନେଟିକ ପରିବର୍ତ୍ତନ କରାଯାଇପାରେ । ଏହି ପ୍ରକ୍ରିୟା ଆରମ୍ଭ କରିଥିବା ଏକ୍ଟୋଲାଇଫର ବୈଜ୍ଞାନିକ ହାସିମ ଅଲ ଗାୟଲୀ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ଶିଶୁର ବିକାଶ ଦେଖାଯାଇଛି ।
ଆକ୍ଟୋଲାଇଫ ନିକଟରେ ଉଚ୍ଚ ମାନର ଯନ୍ତ୍ରପାତି ସହ ୭୫ଟି ଲାବୋରୋଟେରୀ ରହିଛି । ପ୍ରତି ଲାବୋରୋଟୋରୀରେ ୪୦୦ ପଣ୍ଡ ରହିଛି ଯେଉଁଠାରେ ଶିଶୁ ଗର୍ଭାଶୟ ଭଳି ବିକଶିତ ହେବ । ପ୍ରତିଟି ପ୍ରଣ୍ଡ ମାତୃଗର୍ଭ ସହ ସମାନ ଭାବେ ଡିଜାଇନ କରାଯାଇଛି । ଏହା ମାଧ୍ୟମରେ ପ୍ରତିବର୍ଷ ୩୦,୦୦୦ ଶିଶୁ ସୁରକ୍ଷିତ ଭାବେ ପ୍ରସବ ହେବାର ସୁବିଧା ଥିବା କମ୍ପାନୀ ଦାବି କରିଛି । ମା’ ଗର୍ଭ ଭଳି ଶିଶୁମାନେ ଏଠାରେ ସୁରକ୍ଷିତ ବିକଶିତ ହୋଇପାରିବେ । ପ୍ରତି ଗ୍ରୋଥ ପଣ୍ଡରେ ସେନସର ଲାଗିଛି ଯାହା ଶିଶୁର ହୃଦସ୍ପନ୍ଦନ, ରକ୍ତଚାପ, ନିଶ୍ୱାସ ପ୍ରଶ୍ୱାସ ଓ ଅମ୍ଳଜାନ ପରି ଶିଶୁର ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଉପରେ ନଜର ରଖିବ । ପ୍ରତି ପଣ୍ଡକୁ ଏକ ସ୍କ୍ରିନ ସହ ଯୋଡା ଯାଇଛି ଯେଉଁଠାରେ ମାତାପିତା ତାଙ୍କ ସନ୍ତାନର ବିକାଶକୁ ଦେଖିପାରିବେ ।
ମିଡିଆ ରିପୋର୍ଟ ଅନୁଯାୟୀ, ବାସ୍ତବରେ ଏହା ଏବେ ଉପଲବ୍ଧ ନାହିଁ । ହେଲେ ଭିଡିଓରେ ଦାବି କରାଯାଇଛି ଯେଉଁସବୁ ଦେଶରେ ଜନସଂଖ୍ୟା କମ ହେବାରେ ଲାଗିଛି ସେଠାରେ ଏହା ସାହାଯ୍ୟ କରିବ । ୦୮.୩୯ ମିନିଟର ଏହି ଆନିମେଶନ ଭିଡିଓରେ ଦାବି କରାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଅକ୍ଷୟ ଶକ୍ତିରେ ସଂଚାଳିତ । ଡବ୍ଲୁଏଚଓର ଏକ ରିପୋର୍ଟ ଅନୁଯାୟୀ, ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

ତଳକୋର୍ଟରେ ଜାମିନ ଆବେଦନ କରିନ କାହିଁକି

ନୂଆଦିଲ୍ଲୀ,୩୦ା୪(ପି.ଟି.): ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଳ କୋର୍ଟରେ ଜାମିନ...

ପନ୍ନୁନଙ୍କୁ ହତ୍ୟା ପାଇଁ ହିଟ୍‌ ଟିମ୍‌କୁ ଲଗାଇଥିଲେ ର’ ଅଫିସର

ନୂଆଦିଲ୍ଲୀ,୩୦ା୪: ଆମେରିକା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁନଙ୍କୁ ହତ୍ୟା କରିବା ପାଇଁ ଭାରତ ଯୋଜନା କରିଥିଲା ବୋଲି ଅଭିଯୋଗ ହୋଇଆସୁଛି। ଆମେରିକା ଗଣମାଧ୍ୟମରେ ନିକଟରେ...

ତୃତୀୟ ପର୍ଯ୍ୟାୟରେ ୯% ମହିଳା ପ୍ରାର୍ଥୀ

ନୂଆଦିଲ୍ଲୀ, ୩୦।୪: ଆସନ୍ତା ମାସ ୭ରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୯୫ଟି ଲୋକ ସଭା ଆସନରେ ୧୩୫୨...

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri