Posted inପୁରୀ

ନିମାପଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

ଗୋପ,୧୬।୧୨(ଡି.ଏନ୍‌.ଏ.): ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୬ ମସିହାରେ ନବ ଦାଶ କମିଶନ ବସାଇ ଜିଲା ସଂଖ୍ୟା ବୃଦ୍ଧି ସହ ସବ୍‌ଡିଭିଜନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସବ୍‌ଡିଭିଜନ ସଂଖ୍ୟା ଜନସଂଖ୍ୟା ଅନୁସାରେ ବୃଦ୍ଧି କରିବାକୁ କମିଶନରେ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଓଡ଼ିଶାରେ ୧୩ଟି ଜିଲାରୁ ୩୦ଟି ଜିଲାକୁ ବୃଦ୍ଧି ହୋଇଥିବାବେଳେ ୪୬ବର୍ଷ ପରେ ବି ୫୨ଟି ସବ୍‌ଡିଭିଜନ ସଂଖ୍ୟାରୁ ମାତ୍ର ୬ଟି ସବ୍‌ଡିଭିଜନ ବୃଦ୍ଧି ପାଇ ସଂଖ୍ୟା ୫୮ରେ ପହଞ୍ଚତ୍ଛି। ଦାଶ କମିଶନ ବସିବା ସମୟରେ ନିମାପଡ଼ାକୁ ସ୍ବତନ୍ତ୍ର ସବ୍‌ଡିଭିଜନ ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା ଏଯାବତ୍‌ ତାହା କାର୍ଯ୍ୟ ହୋଇ ନ ଥିବା ଖବରଦାତା ସମ୍ମିଳନୀରେ ଆଇନଜୀବୀ ସୁଧୀର ମହାନ୍ତି ସୂଚନା ଦେଇଛନ୍ତି। ଗୋପ ବ୍ଲକ ଅଧୀନ ଗଣେଶ୍ୱରପୁରରେ ଗୁରୁବାର ଗୋପ-ନିମାପଡ଼ା ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବାବେଳେ ୪ଟି ବ୍ଲକ୍‌ ଓ ୨ଟି ଏନ୍‌ଏସିକୁ ନେଇ ସ୍ବତନ୍ତ୍ର ଭାବେ ସବ୍‌ଡିଭିଜନ କରିବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅଶୋକ ନନ୍ଦ ଯୋଗଦେଇ ନିମାପଡ଼ାକୁ ସବ୍‌-ଡିଭିଜନ କରିବାକୁ ଉଚ୍ଚ ନ୍ୟାୟାଳୟରେ ପି.ଆଇ.ଏଲ୍‌. ନଂ ୩୩୧୯୩/୨୦୨୨ରେ ହୋଇଥିବା ନିର୍ଦ୍ଦେଶାନାମା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଇନ୍‌ଜୀବୀ ମହାନ୍ତି, ଅଶୋକ ନନ୍ଦ, ଆଇନ୍‌ଜୀବୀ ଅଭୟ ରାଉତଙ୍କ ତରଫରୁ ସରକାରଙ୍କୁ ଦରଖାସ୍ତ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ୧୦ ସୁଦ୍ଧା ସହାନୁଭୁତି ସହିତ ବିଚାର କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ଏହି ସମ୍ମିଳନୀରେ ସୂଚନା ଦେଇଥିଲେ।
୨୦୧୧ ଜନଗଣନା ଅନୁସାରେ କଟକ ଜିଲାରେ ୨୬ ଲକ୍ଷ ୨୪ ହଜାର ୪୭୦ ଜନସଂଖ୍ୟାରେ ୩ଟି ସବ୍‌ଡିଭିଜନ ରହିଥିବାବେଳେ ମୟୂରଭଞ୍ଜ ଜିଲାରେ ୨୫ ଲକ୍ଷ ୧୯ ହଜାର ୭୩୮ ଜନସଂଖ୍ୟା ରହିଥିବାବେଳେ ୩ଟି ସବ୍‌ଡିଭିଜନ ରହିଛି। ମାତ୍ର ପୁରୀ ଜିଲାରେ ୧୬ ଲକ୍ଷ ୯୮ ହଜାର ୭୩୦ ଜନସଂଖ୍ୟା ରହିଥିବାବେଳେ ଏହା ଗୋଟିଏ ସବ୍‌-ଡିଭିଜନରେ ସୀମିତ ରହିଛି। ନିମାପଡ଼ାକୁ ସ୍ବତନ୍ତ୍ର ସବ୍‌-ଡିଭିଜନ କରିବା ଲାଗି ବାରମ୍ବାର ଦାବି ହେଉଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। କାକଟପୁର ଥାନା ଅଞ୍ଚଳରେ ୧ ଲକ୍ଷ ୫୨୫ଜଣ ଜନସାଧାରଣ ରହିଥିବାବେଳେ ଅସ୍ତରଙ୍ଗ ଥାନା ଅଞ୍ଚଳରେ ୬୭ ହଜାର ୭୪୮ ଜନସଂଖ୍ୟା ରହିଛି। ସେହିପରି ଗୋପ ଥାନା ଅଞ୍ଚଳରେ ୧ ଲକ୍ଷ ୨୧ ହଜାର ୬୬୫ ଜନସଂଖ୍ୟା ଥିବାବେଳେ କୋଣାର୍କରେ ୫୪ହଜାର, ନିମାପଡ଼ାରେ ୨ ଲକ୍ଷ ୮ ହଜାର ୧୩୯, ରାମଚଣ୍ଡୀ ଥାନା ଅଞ୍ଚଳରେ ୨୦ ହଜାର ୫୩୧ ଜନସଂଖ୍ୟା ରହିଥିବାବେଳେ ମୋଟ ଦାବି ହେଉଥିବା ସବ୍‌ଡିଭିଜନ ଅଞ୍ଚଳରେ ୫ ଲକ୍ଷ ୭୫ ହଜାର ୬୦୭ ଜନସଂଖ୍ୟା ରହିଛି। ମାତ୍ର ଏହା ସବ୍‌ଡିଭିଜନ ଘୋଷଣା ନ ହେବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ବିପିନ କୁମାର ନାୟକ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?