Posted inପୁରୀ

ନିମାପଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

ଗୋପ,୧୬।୧୨(ଡି.ଏନ୍‌.ଏ.): ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୬ ମସିହାରେ ନବ ଦାଶ କମିଶନ ବସାଇ ଜିଲା ସଂଖ୍ୟା ବୃଦ୍ଧି ସହ ସବ୍‌ଡିଭିଜନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନଶୃଙ୍ଖଳା ଦୃଷ୍ଟିରୁ ସବ୍‌ଡିଭିଜନ ସଂଖ୍ୟା ଜନସଂଖ୍ୟା ଅନୁସାରେ ବୃଦ୍ଧି କରିବାକୁ କମିଶନରେ ପ୍ରସ୍ତାବ ରହିଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଓଡ଼ିଶାରେ ୧୩ଟି ଜିଲାରୁ ୩୦ଟି ଜିଲାକୁ ବୃଦ୍ଧି ହୋଇଥିବାବେଳେ ୪୬ବର୍ଷ ପରେ ବି ୫୨ଟି ସବ୍‌ଡିଭିଜନ ସଂଖ୍ୟାରୁ ମାତ୍ର ୬ଟି ସବ୍‌ଡିଭିଜନ ବୃଦ୍ଧି ପାଇ ସଂଖ୍ୟା ୫୮ରେ ପହଞ୍ଚତ୍ଛି। ଦାଶ କମିଶନ ବସିବା ସମୟରେ ନିମାପଡ଼ାକୁ ସ୍ବତନ୍ତ୍ର ସବ୍‌ଡିଭିଜନ ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା ଏଯାବତ୍‌ ତାହା କାର୍ଯ୍ୟ ହୋଇ ନ ଥିବା ଖବରଦାତା ସମ୍ମିଳନୀରେ ଆଇନଜୀବୀ ସୁଧୀର ମହାନ୍ତି ସୂଚନା ଦେଇଛନ୍ତି। ଗୋପ ବ୍ଲକ ଅଧୀନ ଗଣେଶ୍ୱରପୁରରେ ଗୁରୁବାର ଗୋପ-ନିମାପଡ଼ା ସ୍ବାଭିମାନ ମଞ୍ଚ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବାବେଳେ ୪ଟି ବ୍ଲକ୍‌ ଓ ୨ଟି ଏନ୍‌ଏସିକୁ ନେଇ ସ୍ବତନ୍ତ୍ର ଭାବେ ସବ୍‌ଡିଭିଜନ କରିବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅଶୋକ ନନ୍ଦ ଯୋଗଦେଇ ନିମାପଡ଼ାକୁ ସବ୍‌-ଡିଭିଜନ କରିବାକୁ ଉଚ୍ଚ ନ୍ୟାୟାଳୟରେ ପି.ଆଇ.ଏଲ୍‌. ନଂ ୩୩୧୯୩/୨୦୨୨ରେ ହୋଇଥିବା ନିର୍ଦ୍ଦେଶାନାମା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଇନ୍‌ଜୀବୀ ମହାନ୍ତି, ଅଶୋକ ନନ୍ଦ, ଆଇନ୍‌ଜୀବୀ ଅଭୟ ରାଉତଙ୍କ ତରଫରୁ ସରକାରଙ୍କୁ ଦରଖାସ୍ତ କରାଯାଇଥିବାବେଳେ ୨୦୨୩ ଏପ୍ରିଲ ୧୦ ସୁଦ୍ଧା ସହାନୁଭୁତି ସହିତ ବିଚାର କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ଏହି ସମ୍ମିଳନୀରେ ସୂଚନା ଦେଇଥିଲେ।
୨୦୧୧ ଜନଗଣନା ଅନୁସାରେ କଟକ ଜିଲାରେ ୨୬ ଲକ୍ଷ ୨୪ ହଜାର ୪୭୦ ଜନସଂଖ୍ୟାରେ ୩ଟି ସବ୍‌ଡିଭିଜନ ରହିଥିବାବେଳେ ମୟୂରଭଞ୍ଜ ଜିଲାରେ ୨୫ ଲକ୍ଷ ୧୯ ହଜାର ୭୩୮ ଜନସଂଖ୍ୟା ରହିଥିବାବେଳେ ୩ଟି ସବ୍‌ଡିଭିଜନ ରହିଛି। ମାତ୍ର ପୁରୀ ଜିଲାରେ ୧୬ ଲକ୍ଷ ୯୮ ହଜାର ୭୩୦ ଜନସଂଖ୍ୟା ରହିଥିବାବେଳେ ଏହା ଗୋଟିଏ ସବ୍‌-ଡିଭିଜନରେ ସୀମିତ ରହିଛି। ନିମାପଡ଼ାକୁ ସ୍ବତନ୍ତ୍ର ସବ୍‌-ଡିଭିଜନ କରିବା ଲାଗି ବାରମ୍ବାର ଦାବି ହେଉଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ। କାକଟପୁର ଥାନା ଅଞ୍ଚଳରେ ୧ ଲକ୍ଷ ୫୨୫ଜଣ ଜନସାଧାରଣ ରହିଥିବାବେଳେ ଅସ୍ତରଙ୍ଗ ଥାନା ଅଞ୍ଚଳରେ ୬୭ ହଜାର ୭୪୮ ଜନସଂଖ୍ୟା ରହିଛି। ସେହିପରି ଗୋପ ଥାନା ଅଞ୍ଚଳରେ ୧ ଲକ୍ଷ ୨୧ ହଜାର ୬୬୫ ଜନସଂଖ୍ୟା ଥିବାବେଳେ କୋଣାର୍କରେ ୫୪ହଜାର, ନିମାପଡ଼ାରେ ୨ ଲକ୍ଷ ୮ ହଜାର ୧୩୯, ରାମଚଣ୍ଡୀ ଥାନା ଅଞ୍ଚଳରେ ୨୦ ହଜାର ୫୩୧ ଜନସଂଖ୍ୟା ରହିଥିବାବେଳେ ମୋଟ ଦାବି ହେଉଥିବା ସବ୍‌ଡିଭିଜନ ଅଞ୍ଚଳରେ ୫ ଲକ୍ଷ ୭୫ ହଜାର ୬୦୭ ଜନସଂଖ୍ୟା ରହିଛି। ମାତ୍ର ଏହା ସବ୍‌ଡିଭିଜନ ଘୋଷଣା ନ ହେବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ହାଇକୋର୍ଟରେ ହୋଇଥିବା ମାମଲାକୁ ବିପିନ କୁମାର ନାୟକ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri