ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୋହୂ ନିଖୋଜ ଘଟଣା: ନାବାଳକଙ୍କୁ ନେଇ ଫେରାର ଥିବା ଅଭିଯୋଗ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ଶ୍ୱଶୁରଙ୍କୁ ବାହାର ପଟୁ ତାଲା ପକାଇ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ଦେଢ଼ ଲକ୍ଷ ଟଙ୍କା ନେଇ ବୋହୁ ଚମ୍ପଟ ମାରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ତ୍ରୀ ନିଖୋଜ ହୋଇଥିବା ନେଇ ସ୍ବାମୀ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଘରୁ ପଳାଇଥିବା ମହିଳା ଜଣଙ୍କ ନିଖୋଜ ନୁହେଁ ବରଂ ଜଣେ ନାବାଳକଙ୍କୁ ଧରି ପଳାଇଥିବା କୁହାଯାଉଛି। ଏନେଇ ନାବାଳକଙ୍କ ପରିବାର ଗଣମାଧ୍ୟମ ଆଗରେ କହିଛନ୍ତି, ମୋ ପୁଅକୁ ସମ୍ପୃକ୍ତ ମହିଳା ଅପହରଣ କରିଛନ୍ତି। ଏପରିକି ତାଙ୍କର ଭବିଷ୍ୟତ ନଷ୍ଟ କରିଛି। ମୋ ପାଠ ପଢୁଆ ପିଲାକୁ ସୁରକ୍ଷିତ ଉଦ୍ଧାର କରି ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନାବାଳକଙ୍କ ମା’ ଅନୁରୋଧ କରିଛନ୍ତି। ଅପରପକ୍ଷରେ ମହିଳାଙ୍କ ପରିବାର ନାବାଳକଙ୍କ ପରିବାରଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଲାଗିଥିବା ଜଣାପଡ଼ିଛି।
ସୂଚନାନୁସାରେ, ଏୟାରପୋର୍ଟ ଥାନା ଅଞ୍ଚଳରେ ନଭେମ୍ବରରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ, ସେ ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ବାପାଙ୍କୁ ସ୍ତ୍ରୀ ବାହାର ପଟୁ ତାଲା ପକାଇ ଘରୁ ଦେଢ଼ଲକ୍ଷ ଟଙ୍କା, ସୁନାଗହଣା ଆଦି ନେଇ ନିଖୋଜ ହୋଇଯାଇଛନ୍ତି। ଏପରି କି, ନୟାଗଡ଼ର ଜଣେ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିବା ସହ ପାରିବାରିକ ଘଟଣା ହୋଇଥିବାରୁ ଏ ବିଷୟରେ କୌଣସି ସୂଚନା ଦେବାକୁ ମନା କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଭବ-ବର୍ଷା ବିବାଦ: ଆଜି ଶୁଣାଣି

କଟକ ଅଫିସ,୭।୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର...

ଜେଟଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭା, ସ୍ମୃତିଚାରଣ କଲେ ନେତା

ଭୁବନେଶ୍ୱର,୫।୯(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଗୁରୁବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟପାଳ...

ପାଟକୁରା ସଙ୍ଗଠନ ସଜାଡ଼ିବାକୁ ବୈଠକ

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ପାଟକୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ପରେ ଦ୍ୱିତୀୟ ଥର ଲାଗି ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ...

କଟକ @୯୪୯: ଆଜି ଚିହ୍ନଟ ହେଲେ ଆଉ ୪୩ ଆକ୍ରାନ୍ତ

କଟକ ଅଫିସ,୧।୮: କଟକ ସହରରେ ଶନିବାର ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୯କୁ ବୃଦ୍ଧି...

ପ୍ରଦର୍ଶିତ ହେଲା ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ସାମୁଦ୍ରିକ ଝଡ ‘ଫନୀ’ର ସଫଳ ମୁକାବିଲା ଉପରେ ପର୍ଯ୍ୟବସିତ ବୃତ୍ତଚିତ୍ର ଶୁକ୍ରବାର ନ୍ୟାଶନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ରାତି ୯ଟାରେ ପ୍ରସାରିତ ହୋଇଯାଇଛି। ଏହି ବୃତ୍ତ...

ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ରାଉରକେଲା ପୋଲିସ

ରାଉରକେଲା ଅଫିସ୍‌, ୨୩।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସୋମବାର ଅଟକାଇଛି। ଫଳରେ ଅଞ୍ଜଳି ରାଜଗାଙ୍ଗପୁରରେ ଏକ...

ଆଜି ଭଙ୍ଗାଯିବ ବଡ଼ ଆଖଡ଼ା ମଠ

ପୁରୀ ଅଫିସ,୩।୯: ଶ୍ରୀମନ୍ଦିର ସୁରକ୍ଷା ଆଉ ପୁରୀ ସହରର ବିକାଶ ପାଇଁ ମାଟିରେ ମିଶିବ ଆଉ ଏକ ଐତିହ୍ୟ। ତୃତୀୟ ମଠ ଭାବେ ସତ୍ତା ହରାଇବ...

ପାହାଡ଼ ପାଲଟୁଛି ପୋଖରୀ

ଯାଜପୁର ଅଫିସ/ ଜେନାପୁର,(ଡି.ଏନ.ଏ.),୯।୧୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଅନେକ ଖାଦାନରୁ ଅନୁମତିଠାରୁ ପ୍ରାୟ ୧୦୦ ଗୁଣ ଅଧିକ କଳାପଥର ଉତ୍ତୋଳନ ହେଉଥିବାରୁ ପାହାଡ଼...

Advertisement
Archives

Model This Week