Posted inପୁରୀ

ମୋ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଗୋପ,୧୬।୧୨(ଡି.ଏନ୍‌.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତର ନାରୁଅ ଗ୍ରାମରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନ୍ତର୍ଭୁକ୍ତ ୬ଟି ମୋ ପୋଖରୀ ଖୋଳାରେ ଦୁର୍ନୀତି ହେବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକ୍ରମେ ଗୁରୁବାର ରାଜ୍ୟସ୍ତରୀୟ ଏକ ୬ଜଣିଆ ଟିମ୍‌ ଉକ୍ତ ପଞ୍ଚାୟତକୁ ଯାଇ କାର୍ଯ୍ୟର ତଦନ୍ତ ଆରମ୍ଭ କରିବା ସହିତ ପୋଖରୀକୁ ମାପଚୁପ କରିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ନାରୁଅ ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ଖୋଳାଯାଇଥିଲା। ହେଲେ ଏହି କାର୍ଯ୍ୟରେ ଦୁର୍ନୀତି ହୋଇଥିବା ସହ ମେଶିନ ସାହାଯ୍ୟରେ ପୋଖରୀ ଖୋଳା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି, ଏଫ୍‌ଏ ବରିଷ୍ଠ ଅଧିକାରୀ ଲୁନା ମଲ୍ଲ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ରାଜ୍ୟ ସହକାରୀ ଯନ୍ତ୍ରୀ ପ୍ରଦୋଷ ଦାଶ, କମ୍ପ୍ୟୁଟର ପ୍ରୋଗ୍ରାମର ସତ୍ୟରଞ୍ଜନ ଲେଙ୍କା, ସାମାଜିକ ସମୀକ୍ଷକ ସୁକାନ୍ତ କୁମାର ପ୍ରମୁଖ ଗୁରୁବାର ଗୋପ ବ୍ଲକରେ ପହଞ୍ଚତ୍ ବିଡିଓ ଦୀପ୍ତିରାଣୀ ଦାସଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ହୋଇଥିବା ନାରୁଅ ଗ୍ରାମକୁ ଯାଇ ୬ଟି ପୋଖରୀ ବୁଲି ଦେଖିଥିଲେ। ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଦୀପ୍‌ କୁମାର ବେସ୍ରା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଗୋପୀନାଥ ବେହେରା ପ୍ରମୁଖ ମାପଚୁପ କରି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। କେତେକ ସମୟରେ ମୃତ୍ତିକା ବିଭାଗର ଅଧିକାରୀ ଜଣଙ୍କ ଚାଷ ଜମି ସହିତ କେତେକ ପଡ଼ିଆରେ ପୋଖରୀ ଖୋଳା ନଁାରେ ମିଥ୍ୟା ବିଲ୍‌ କରିବା ଭଳି ଅଭିଯୋଗ ଆସୁଥିବାବେଳେ ଏଭଳି ଯାଞ୍ଚ ଦ୍ୱାରା ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେଲେ ଅନ୍ୟ ଦୁର୍ନୀତି ପଦାକୁ ଆସିବ। ଏହି ତଦନ୍ତ ସମୟରେ ବିଡିଓ, ଏମ୍‌ଜିଏନ୍‌ଆରଇଜିଏସ୍‌ ସହକାରୀ ଅଧିକାରୀ ପ୍ରୋଗ୍ରାମ ଅଫିସର ମୋନାଲିସା ଶତପଥୀ, ନାଗପୁର ଗ୍ରାମ ରୋଜଗାର ସେବକଙ୍କ ସମେତ ହିତାଧିକାରୀମାନେ ଉପସ୍ଥିତ ଥିଲେ। ଏ ନେଇ ତଦନ୍ତ ଅଧିକାରୀ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି କହିଛନ୍ତି, ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। କୌଣସି ତ୍ରୁଟିବିଚ୍ୟୁତି ଆସିଲେ ନିଶ୍ଚିତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri