Posted inପୁରୀ

ମୋ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଗୋପ,୧୬।୧୨(ଡି.ଏନ୍‌.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତର ନାରୁଅ ଗ୍ରାମରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନ୍ତର୍ଭୁକ୍ତ ୬ଟି ମୋ ପୋଖରୀ ଖୋଳାରେ ଦୁର୍ନୀତି ହେବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକ୍ରମେ ଗୁରୁବାର ରାଜ୍ୟସ୍ତରୀୟ ଏକ ୬ଜଣିଆ ଟିମ୍‌ ଉକ୍ତ ପଞ୍ଚାୟତକୁ ଯାଇ କାର୍ଯ୍ୟର ତଦନ୍ତ ଆରମ୍ଭ କରିବା ସହିତ ପୋଖରୀକୁ ମାପଚୁପ କରିଛନ୍ତି। ପ୍ରକାଶ ଯେ, ନାଗପୁର ପଞ୍ଚାୟତ ନାରୁଅ ଗ୍ରାମରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ଖୋଳାଯାଇଥିଲା। ହେଲେ ଏହି କାର୍ଯ୍ୟରେ ଦୁର୍ନୀତି ହୋଇଥିବା ସହ ମେଶିନ ସାହାଯ୍ୟରେ ପୋଖରୀ ଖୋଳା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ସହିତ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି, ଏଫ୍‌ଏ ବରିଷ୍ଠ ଅଧିକାରୀ ଲୁନା ମଲ୍ଲ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ରାଜ୍ୟ ସହକାରୀ ଯନ୍ତ୍ରୀ ପ୍ରଦୋଷ ଦାଶ, କମ୍ପ୍ୟୁଟର ପ୍ରୋଗ୍ରାମର ସତ୍ୟରଞ୍ଜନ ଲେଙ୍କା, ସାମାଜିକ ସମୀକ୍ଷକ ସୁକାନ୍ତ କୁମାର ପ୍ରମୁଖ ଗୁରୁବାର ଗୋପ ବ୍ଲକରେ ପହଞ୍ଚତ୍ ବିଡିଓ ଦୀପ୍ତିରାଣୀ ଦାସଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ହୋଇଥିବା ନାରୁଅ ଗ୍ରାମକୁ ଯାଇ ୬ଟି ପୋଖରୀ ବୁଲି ଦେଖିଥିଲେ। ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଦୀପ୍‌ କୁମାର ବେସ୍ରା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ଗୋପୀନାଥ ବେହେରା ପ୍ରମୁଖ ମାପଚୁପ କରି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। କେତେକ ସମୟରେ ମୃତ୍ତିକା ବିଭାଗର ଅଧିକାରୀ ଜଣଙ୍କ ଚାଷ ଜମି ସହିତ କେତେକ ପଡ଼ିଆରେ ପୋଖରୀ ଖୋଳା ନଁାରେ ମିଥ୍ୟା ବିଲ୍‌ କରିବା ଭଳି ଅଭିଯୋଗ ଆସୁଥିବାବେଳେ ଏଭଳି ଯାଞ୍ଚ ଦ୍ୱାରା ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେଲେ ଅନ୍ୟ ଦୁର୍ନୀତି ପଦାକୁ ଆସିବ। ଏହି ତଦନ୍ତ ସମୟରେ ବିଡିଓ, ଏମ୍‌ଜିଏନ୍‌ଆରଇଜିଏସ୍‌ ସହକାରୀ ଅଧିକାରୀ ପ୍ରୋଗ୍ରାମ ଅଫିସର ମୋନାଲିସା ଶତପଥୀ, ନାଗପୁର ଗ୍ରାମ ରୋଜଗାର ସେବକଙ୍କ ସମେତ ହିତାଧିକାରୀମାନେ ଉପସ୍ଥିତ ଥିଲେ। ଏ ନେଇ ତଦନ୍ତ ଅଧିକାରୀ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତି କହିଛନ୍ତି, ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। କୌଣସି ତ୍ରୁଟିବିଚ୍ୟୁତି ଆସିଲେ ନିଶ୍ଚିତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ମନ୍ତ୍ରୀପଦ ନିମାପଡ଼ା ପାଇଁ ଅଭିଶପ୍ତ

ନିମାପଡ଼ ୧୮ା୪ (ରଞ୍ଜନ କୁମାର ପଟ୍ଟନାୟକ) ମନ୍ତ୍ରୀ ପଦବୀ ନିମାପଡ଼ା ପାଇଁ ଅଭିଶପ୍ତ ସାବ୍ୟସ୍ତ ହୋଇଛି।  ଅତୀତ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ନିମାପଡ଼ା ବିଧାନସଭା କ୍ଷେତ୍ରରୁ ୩ଜଣ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ପୁରୀରୁ ଫେରୁଥିବାବେଳେ ରାସ୍ତା ତଳକୁ ଖସିଗଲା ବସ୍‌, ଭିତରେ ଥିଲେ ୫୫ଜଣ ତୀର୍ଥଯାତ୍ରୀ

ପଦ୍ମପୁର,୧୪।୪: ପୁରୀରୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଏକ ବସ ଓଲଟି ପଡ଼ିଛି। ସବରେ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀ ଥିଲେ। କିନ୍ତୁ ସେମାନଙ୍କ ଭିତରୁ ୧୫...

ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ...

ମହାପ୍ରଭୁଙ୍କୁ ଦର୍ଶନ କଲେ ଲେଖାଶ୍ରୀ, କହିଲେ ବିଜେଡି ଜିତିବ ଏତେ ସିଟ୍‌

ପୁରୀ,୧୩।୪: ବାଲେଶ୍ୱର ଲୋକ ସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମିଳିଛି ଟିକେଟ୍‌। ନିକଟରେ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ତେବେ ଟିକେଟ୍‌ ମିଳିବା...

‘ସମୀରଙ୍କୁ ଟିକେଟ ନ ହେଲେ ଦଳ ଛାଡ଼ିବୁ’

ଗୋପ,୧୩ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri