ପାର୍ଲାମେଣ୍ଟରେ ଅର୍ଚ୍ଚନା ନାଗ ପ୍ରସଙ୍ଗ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା ପାର୍ଲାମେଣ୍ଟରେ ଉଠିଛି। ଭାଜପା ଏମ୍‌ପି ସୁରେଶ ପୂଜାରୀ ଗୁରୁବାର ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ଼ ବଡ଼ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନଁା ସାମ୍ନାକୁ ଆସିଛି। ଏହାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।
କହିଛନ୍ତି, ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଓ ହନିଟ୍ରାପ୍‌ ଘଟଣା ଓଡ଼ିଶାବାସୀଙ୍କୁ ବିଚଳିତ କରିଛିି। ଏହି ଘଟଣାରେ ବଡ଼ ବଡ଼ ରାଜନେତା, ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି, ବଡ଼ ବଡ଼ ବେପାରୀ, ସିନେମା ପ୍ରଯୋଜକ, ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ସିଷ୍ଟମ୍‌କୁ ଚଲାଉଥିବା ସମସ୍ତ ବ୍ୟକ୍ତି ବର୍ତ୍ତମାନ କାଠଗଡ଼ାରେ। ହନିଟ୍ରାପ୍‌ ଜରିଆରେ ଲୋକଙ୍କୁ ଫସାଇବା, ଲୋକଙ୍କୁ ଫସାଇବା ପରେ ତା’ର ଭିଡିଓ ଶୁଟିଂ କରିବା, ଭିଡିଓ ଶୁଟିଂ କଲା ପରେ ବ୍ଲାକ୍‌ମେଲିଂ କରି ଅର୍ଚ୍ଚନା ଯେଉଁ ଅର୍ଥ ଉପାର୍ଜନ କରୁଥିଲେ ଏବଂ ଯେଉଁମାନେ ଦେଉଥିଲେ, ସେମାନେ ଏ ବିପୁଳ ଟଙ୍କା ଆଣିଲେ କେଉଁଠୁ। ଉପାର୍ଜନର ଉତ୍ସ କ’ଣ ଥିଲା। ଅନ୍ୟପଟେ ତଦନ୍ତକାରୀ ସଂସ୍ଥା ଇଡି କେବଳ ଅର୍ଥ କାରବାର ପ୍ରସଙ୍ଗରେ ଯାଞ୍ଚ କରିବ। କିନ୍ତୁ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ରାଜନେତା, ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି, ବଡ଼ ବଡ଼ ବେପାରୀ, ସିନେମା ପ୍ରଯୋଜକ, ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଖସିଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପ୍ରଥମେ ରାଜ୍ୟ ପୋଲିସ କରୁଥିଲା ଏବଂ ବର୍ତ୍ତମାନ ଏହାର ତଦନ୍ତ ଭାର ଇଡି ଉପରେ ନ୍ୟସ୍ତ। ପ୍ରଭାବଶାଳୀ ଲୋକମାନେ ସମ୍ପୃକ୍ତ ଥିବା କାରଣରୁ ତଦନ୍ତ ବାଟବଣା ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଏବଂ ଠିକ୍‌ ତଦନ୍ତ ନ ହେଲେ ସତ୍ୟ ସାମ୍ନାକୁ ଆସିବ ନାହିଁ। ଏପରି କି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କର ସମସ୍ତ ସହଯୋଗୀ ଏବଂ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ ହେବାର ମଧ୍ୟ ଜରୁରୀ ରହିଛି। ଯେଉଁମାନେ ରାଜନେତାର ମୁଖା ପିନ୍ଧି ଏଭଳି ଅପକର୍ମ କରୁଥିଲେ ସେମାନଙ୍କ ନାମ ମଧ୍ୟ ଜନସାଧାରଣଙ୍କ ସମ୍ମୁଖରେ ନିହାତି ଉପସ୍ଥାପନ ହେବା କଥା। ଏଭଳି ଜଟିଳ କେସ୍‌ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଉଥିବାରୁ ସମଗ୍ର ଘଟଣାକୁ ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ଶୁଣାଣି କରାଯାଉ ବୋଲି ପୂଜାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri