ପାର୍ଲାମେଣ୍ଟରେ ଅର୍ଚ୍ଚନା ନାଗ ପ୍ରସଙ୍ଗ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ):ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା ପାର୍ଲାମେଣ୍ଟରେ ଉଠିଛି। ଭାଜପା ଏମ୍‌ପି ସୁରେଶ ପୂଜାରୀ ଗୁରୁବାର ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ଼ ବଡ଼ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନଁା ସାମ୍ନାକୁ ଆସିଛି। ଏହାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି।
କହିଛନ୍ତି, ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ଓ ହନିଟ୍ରାପ୍‌ ଘଟଣା ଓଡ଼ିଶାବାସୀଙ୍କୁ ବିଚଳିତ କରିଛିି। ଏହି ଘଟଣାରେ ବଡ଼ ବଡ଼ ରାଜନେତା, ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି, ବଡ଼ ବଡ଼ ବେପାରୀ, ସିନେମା ପ୍ରଯୋଜକ, ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ସିଷ୍ଟମ୍‌କୁ ଚଲାଉଥିବା ସମସ୍ତ ବ୍ୟକ୍ତି ବର୍ତ୍ତମାନ କାଠଗଡ଼ାରେ। ହନିଟ୍ରାପ୍‌ ଜରିଆରେ ଲୋକଙ୍କୁ ଫସାଇବା, ଲୋକଙ୍କୁ ଫସାଇବା ପରେ ତା’ର ଭିଡିଓ ଶୁଟିଂ କରିବା, ଭିଡିଓ ଶୁଟିଂ କଲା ପରେ ବ୍ଲାକ୍‌ମେଲିଂ କରି ଅର୍ଚ୍ଚନା ଯେଉଁ ଅର୍ଥ ଉପାର୍ଜନ କରୁଥିଲେ ଏବଂ ଯେଉଁମାନେ ଦେଉଥିଲେ, ସେମାନେ ଏ ବିପୁଳ ଟଙ୍କା ଆଣିଲେ କେଉଁଠୁ। ଉପାର୍ଜନର ଉତ୍ସ କ’ଣ ଥିଲା। ଅନ୍ୟପଟେ ତଦନ୍ତକାରୀ ସଂସ୍ଥା ଇଡି କେବଳ ଅର୍ଥ କାରବାର ପ୍ରସଙ୍ଗରେ ଯାଞ୍ଚ କରିବ। କିନ୍ତୁ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ରାଜନେତା, ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି, ବଡ଼ ବଡ଼ ବେପାରୀ, ସିନେମା ପ୍ରଯୋଜକ, ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଖସିଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ ପ୍ରଥମେ ରାଜ୍ୟ ପୋଲିସ କରୁଥିଲା ଏବଂ ବର୍ତ୍ତମାନ ଏହାର ତଦନ୍ତ ଭାର ଇଡି ଉପରେ ନ୍ୟସ୍ତ। ପ୍ରଭାବଶାଳୀ ଲୋକମାନେ ସମ୍ପୃକ୍ତ ଥିବା କାରଣରୁ ତଦନ୍ତ ବାଟବଣା ହେବାର ଯଥେଷ୍ଟ ଆଶଙ୍କା ରହିଛି।
ଏବଂ ଠିକ୍‌ ତଦନ୍ତ ନ ହେଲେ ସତ୍ୟ ସାମ୍ନାକୁ ଆସିବ ନାହିଁ। ଏପରି କି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ, ତାଙ୍କର ସମସ୍ତ ସହଯୋଗୀ ଏବଂ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କ ଲାଏ ଡିଟେକ୍‌ଶନ ଟେଷ୍ଟ ହେବାର ମଧ୍ୟ ଜରୁରୀ ରହିଛି। ଯେଉଁମାନେ ରାଜନେତାର ମୁଖା ପିନ୍ଧି ଏଭଳି ଅପକର୍ମ କରୁଥିଲେ ସେମାନଙ୍କ ନାମ ମଧ୍ୟ ଜନସାଧାରଣଙ୍କ ସମ୍ମୁଖରେ ନିହାତି ଉପସ୍ଥାପନ ହେବା କଥା। ଏଭଳି ଜଟିଳ କେସ୍‌ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଉଥିବାରୁ ସମଗ୍ର ଘଟଣାକୁ ଫାଷ୍ଟଟ୍ରାକ୍‌ କୋର୍ଟ ଜରିଆରେ ଶୁଣାଣି କରାଯାଉ ବୋଲି ପୂଜାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri