ଗଡ଼ିଶାଗୋଦା-ଜଙ୍କିଆ ଦୟାନଦୀ ବନ୍ଧ କାମ ନିମ୍ନମାନର

କଣାସ,୧୬।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାସ୍ତାଘାଟର ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାସ୍ତା ନିର୍ମାଣବେଳେ ନିମ୍ନମାନର କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ସମୟରେ କଣାସ ବ୍ଲକର ଗଡିଶାଗୋଦାଠାରୁ ଜଙ୍କିଆ ବଜାର ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ଦୟାନଦୀର ବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି। ସେହି କାର୍ଯ୍ୟ ନିମ୍ନମାନର ହେଉଥିବା ଗଡିଶାଗୋଦାବାସୀ ପୁରୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି। ଖବରନେବାରେ ଜଣାପଡିଛି ଗଡିଶାଗୋଦାଠାରୁ ଜଙ୍କିଆ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ସୁଦୃଢ ପାଇଁ ଢଳେଇ ରାସ୍ତା କରିବାକୁ ଠିକାଦାର ନିଯୁକ୍ତ ହୋଇଛନ୍ତି। ବନ୍ଧରେ ସର୍ବପ୍ରଥମେ ୬ ଇଞ୍ଚ ବାଲି ଓ ନାଲିମୋରମ ଦେବାକୁ ଥିବାବେଳେ ନାମକୁମାତ୍ର ବାଲି ମିଶାଇ ନିମ୍ନମାନର ମୋରମ ଦେଇ ୬ ଇଞ୍ଚ ବଦଳରେ ୩ରୁ ୪ ଇଞ୍ଚ ପକାଯାଇଛି। ତାହା ଉପରେ ୩ ଇଞ୍ଚର ଚିପ୍ସ ପକାଇବାକୁ ନିୟମ ଥିବାବେଳେ ମାତ୍ର ୧ଇଞ୍ଜରୁ ୨ ଇଞ୍ଚ ମଧ୍ୟରେ କଳାଚିପ୍ସ ପକାଯାଇ ତାହା ପରେ ନାଲି ମୋରମ ଛିଞ୍ଚା ଯାଉଛି। ଚିପ୍ସ ଉପରେ ୮ ଇଞ୍ଚର ଢଳେଇ ପକାଇବାକୁ ବ୍ୟବସ୍ଥା ଥିବା ଏବଂ ଢଲେଇ ଦୁଇପାଖକୁ ସୁଦୃଢ ରଖିବା ପାଇଁ କଂକ୍ରିଟ୍‌ ବନ୍ଧ ହେବାକୁ ଥିବାବେଳେ ଉକ୍ତ ଠିକାଦାର ବନ୍ଧର ଦାଢରୁ ମାଟି ଖୋଳି ବନ୍ଧ ତିଆରି କରୁଛନ୍ତି। ଫଳରେ ଥରକ ବର୍ଷାରେ ଦୁଇପାର୍ଶ୍ୱ ମାଟି ଧୋଇଯାଇ ଢଳେଇ ଫାଟି ଯିବାର ସମ୍ଭାବନା ରହିଛି। ଯେଉଁ ୮ଇଞ୍ଚ ଢଳେଇ କରାଯିବା ବଦଳରେ ମାତ୍ର ୬ଇଞ୍ଚ ଢଳେଇ କରାଯାଉଛି। ଢଳେଇ ମଧ୍ୟରେ ଲୁହାରଡ଼ ଦେବାର ବ୍ୟବସ୍ଥା ନ ଥିବାରୁ ବନ୍ୟା ସମୟରେ ଢଳେଇଗୁଡିକ ଫାଟିଯାଇ ଖଣ୍ଡ ଖଣ୍ଡ ହୋଇଯିବାର ସମ୍ଭାବନା ରହିଛି। ଢଳେଇବେଳେ ୩ପେଟି ଚିପ୍ସ, ୨ପେଟି ବାଲି, ଗୋଟିଏ ପେଟି ସିମେଣ୍ଟ ଦିଆଯାଉଥିବାରୁ ତାହା ଚିରସ୍ଥାୟୀ ନୁହେଁ ବୋଲି ଗଡିଶାଗୋଦା ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନଦୀବନ୍ଧ ଢଳେଇର ଦୁଇପାର୍ଶ୍ୱ ସୁରକ୍ଷା ପାଇଁ କଂକ୍ରିଟ୍‌ ୱାଲ୍‌ ନିର୍ମାଣ କରାଯିବା ସହିତ ଢଳେଇ ମଧ୍ୟରେ ଲୁହାରଡ୍‌ ଦେବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମକାର ବେହେରାଙ୍କୁ ପଚାରିବାରୁ, ସେ କୌଣସି ସନ୍ତୋଜନକ ଉତ୍ତର ଦେଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri